ଭଦ୍ରକରେ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ଘଟଣା, ମୃତକଙ୍କ ପରିବାରକୁ ଦିଆଯିବ ୨ଲକ୍ଷ: ବିଧାୟକ

ଭଦ୍ରକ ଅଫିସ,୩।୧: ଭଦ୍ରକ ଜିଲା ୧୬ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଶୁକ୍ରବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଏକ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କାହୋଇ ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୮ଜଣ ଗୁରୁତର ହୋଇଥିଲେ। ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଲୋକେ ଆଉଟ୍‌ଡୋର ସମ୍ମୁଖରେ ମୃତହେହ ରଖି କ୍ଷତିପୂରଣ ଦାବି କରିଥିଲେ। ପୋଲିସ ପହଞ୍ଚି ଆଲୋଚନା ଜାରି ରଖିଥିବା ବେଳେ ବିଧାୟକ ସଞ୍ଜୀବ ମଲିକ ଆନ୍ଦୋଳନକାରୀଙ୍କ ସହ ଆଲୋଚନାକରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ନିଆଯାଇଛି।