CORONAVIRUS UPDATE: ଭଦ୍ରକରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ରେ ପହଞ୍ଚିଲା

ଭୁବନେଶ୍ୱର, ୮।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଶୁକ୍ରବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ସେ ଭଦ୍ରକ ଜିଲାର ୩୩ ବର୍ଷୀୟ ଯୁବକ। ନିକଟରେ ସେ ସୁରଟରୁ ଫେରିଥିଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ରେ ପହଞ୍ଚିଛି।
ଶୁକ୍ରବାର ସକାଳେ ୨୬ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାର ୧୯ ଜଣ ରହିଥିବା ବେଳେ କେନ୍ଦ୍ରପଡ଼ାର ୫ ଓ ଭଦ୍ରକ ଜିଲାର ୨ ଆକ୍ରାନ୍ତ ରହିଛନ୍ତି।