ଭତା ପାଏଲେ ଦିବ୍ୟାଙ୍ଗ ସୁବାସ, ମା’ ବଁଚିତ୍‌

 

ଲାଞ୍ଜିଗଡ଼, ୧୭।୧୨ (ଡି.ଏନ୍‌.ଏ.)-
କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଁଚେତ୍‌ ଅଧୀନ ଜଙ୍ଗେରଗୁଡ଼ା ଗଁାର ସ୍ବର୍ଗତ କାଲା ମାଝି ଆର ମନାଙ୍ଗ ମାଝି(୬୫)କଁର ପୁଓ ସୁବାସ ମାଝି(୧୨)। ସେ ଜନ୍‌ମୁ ଦିବ୍ୟାଙ୍ଗ ଆନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ମନାଙ୍ଗ ଦୁଖ୍‌ସୁଖ କରି କୁଟୁମ ପୁଷୁଛନ୍‌। ହେଲେ ଆଏଜ୍‌ ବି ପରିବାରଟା ଅନେକ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌।
ସୂଚନା ଅନ୍‌ସାରେ ଜଙ୍ଗେରଗୁଡ଼ାର ବିଧବା ମହିଲା ମନାଙ୍ଗ ମାଝିକଁର ପରିବାର କହେଲେ ପୁଓ ସୁବାସକେ ନେଇ ସଁସାର। ସୁବାସକଁର ଜନ୍‌ମୁ ଦୁଇ ଗୋଡ଼ ଆର ଗୁଟେ ହାତ୍‌ କେହେନ୍‌ସି କାରନ୍‌ରୁ ବଁକା ହେଇଯାଇଛେ। ସେ ୫୦ ପରତିଶତ ଭିନ୍ନକ୍ଷମ ଆଏ। ଇଆଡ଼େ ବଛର କେତେଟା ତଲେ ଆପ୍‌ନେ କାଲା ମାଝି ବି ଆରପାରକେ ଚାଲିଯାଇଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ବୁଢ଼ି ବଏସେ ମନାଙ୍ଗ ପରହର କାମ୍‌ବୁତା କରି ଭିନ୍ନକ୍ଷମ ପୁଓକେ ପୁଷୁଛନ୍‌। ଇଆଡ଼େ ସରକାରୀ ସୁବିଧା କହେଲେ ପଁଚେତ୍‌ରୁ ମିଲୁଥିବାର ଚାଉଲ ଦୁରା। ଭଲ ଘର ଖଁଡ଼େ ଅଭାବୁ ମା’ପୁଓ ଗୁଟେ ଝାଟିମାଟିର ଦଦ୍‌ରା କୁରିଆରେ ମୁଡ଼ ଗୁଁଜିଛନ୍‌। ହେଲେ ଘରଟା କେତେବେଲେ ଭୁଷଲି ପଡ଼ବା କିଛି କହି ନାଇଁହେବାର। ଆବାସ ଯୋଜନାରେ ଘରଖଁଡ଼େ, ବିଧବା ଭତା ଆର ପୁଓର ଭିନ୍ନକ୍ଷମ ଭତାର ଲାଗି ପଁଚେନ୍‌ନୁ ମୂଲ କରି ବ୍ଲକ ତକ୍‌ ଗୁହାରି କରି ମନାଙ୍ଗ ନିରାଶ ହେଇଥିବାର କହିଛନ୍‌। ସେନ୍‌ତା ଗଲା ନଭେମ୍ବର ୨୨ ତାରିଖ କଳାହାଣ୍ଡି ଜିଲାପାଳକଁର ଏନ୍‌ସିପିପିଆର୍‌ ପରତିନିଧିକଁର କ୍ୟାମ୍ପକୋର୍ଟରେ ଜାତୀୟ ସଦସ୍ୟ ଆର୍‌.ଜି.ନନ୍ଦ, ରାଜ୍ୟ କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନକୁଁ ଭେଟି ସବୁ ଦୁଖ୍‌ ବଖାନିଥିଲେ। ସେମାନେ ପୁଓକେ ବହୁତ୍‌ ଜଲ୍‌ଦି ଭିନ୍ନକ୍ଷମ ଭତା ମିଲ୍‌ବା ବଲି କଥା ଦେଇଥିଲେ। ଇଆଡ଼େ ସୁବାସ ଭିନ୍ନକ୍ଷ ହେଇଥିଲେ ବି ତାକର ପାଠ୍‌ ପଢ଼ବାର ବହୁତ୍‌ ଇଛା। ହେଲେ ପରିବାରଟା ଏତେ ଗରିବ୍‌ ଯେ ଦୁଇବେଲା ଦୁଇମୁଠା ଖାଏବାରଟା, ଖଁଡ଼େ ପିଁଧ୍‌ନା ନାଇଁ ପାଏବାର। ଏନ୍‌ତା ଅଭାବିଆ ପରିସ୍ଥିତିରେ ମନାଙ୍ଗ ପୁଓର ପାଠ୍‌ପଢ଼ା କଥା ଚିନ୍‌ତା ବି କରି ନାଇଁ ପାରବାର। ସୋମବାର ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଆର ବ୍ଲକ ଅଧ୍ୟକ୍ଷ ଇଂ.ଫକୀର ମୋହନ ମାଝି ସୁବାସକୁଁ ଭେଟି ତାକର ହାଲ୍‌ଚାଲ ପଚାରି ବୁଝବାର ସଂଗେ ଭିନ୍ନକ୍ଷମ ଭତ୍ତା ୫ ଶହ ଟଁକା ଦେଇଛନ୍‌। ସେନ୍‌ତା ସୁବାସକଁର ବାପାର ମୁର୍‌ତୁ ପରମାନପତର ଆଏଲେ ମନାଙ୍ଗକୁଁ ବି ଭତା ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ବ୍ଲକ ଅଧ୍ୟକ୍ଷ ମାଝି କହିଛନ୍‌।