ଭତା, ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ବୁରୁଧ୍‌

ପର୍ଲା, ୧୪।୨(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ବ୍ରହ୍ମଣଛେଣ୍ଡିଆ ପଁଚେତ୍‌ ଚିଲିଚିଲା ଗଁାର ବୁରୁଧ୍‌ ଧବଳେଶ୍ୱର ହଂସ(୬୯)। ସେ ଝନେ ଭିନ୍ନକ୍ଷମ ଆଏ। ହେଲେ ଆଏଜ୍‌ ବି ଅନେକ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଥିବାର ସେ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଚିଲିଚିଲା ଗଁାର ଧବଳେଶ୍ୱର ହଂସ(୬୯)। ପରିବାର କହେଲେ ମାଏକିନା ଘସେନ, ଦୁଇ ପୁଓ ବିନୋଦ, ସୁରେଶ ଆର ଝି’ ସ୍ନେହଲତାକୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡି, ସଁପତି ବଲି କିଛି ନାଇଁ। ଇଆଡ଼େ ଧବଳେଶ୍ୱର ଝନେ ଭିନ୍ନକ୍ଷମ ଆଏ। ସେ ୭୫ ଭାଗ୍‌ ଭିନ୍ନକ୍ଷମ ବଲି ପରମାନପତର ବି ପାଇଛନ୍‌। ହେଲେ ଆଏଜ୍‌ ବି ଅନେକ ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଭତା ଆର ଆବାସ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ଧବଳେଶ୍ୱର ଅନେକ ଥର ପଁଚେତ୍‌ନୁ ବ୍ଲକ ତକ୍‌ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଇଆଡ଼େ କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଭିନ୍ନକ୍ଷମମାନକର ଲାଗି ଅନେକ ଯୋଜନା କାଯ୍‌କାରୀ କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଧବଳେଶ୍ୱରକଁର ଲେଖେଁ ଝନେ ନିସାହା ଦିବ୍ୟାଙ୍ଗ ବୁରୁଧ୍‌ ସରକାରୀ ଯୋଜନାରୁ ବାଦ୍‌ ପଡ଼ବାରଟା ନିହାତି ଦୁଖର କଥା ବଲି ଅଂଚଲର ବୁଧିଜୀବୀ ମହଲରେ ଚରଚା ହେଉଛେ। ଇଆଡ଼େ ଧବଳେଶ୍ୱର ନିଜେ ଭିନ୍ନକ୍ଷମ ହେବାର ଲାଗି ପୂରାପୂରି ପରିବାର ଉପରେ ନିରଭର କରି ଚଲୁଛନ୍‌। ପୁଓ ମାଏକିନା କୁଲିମଜୁରି କରି ଯାହା କମଉଛନ୍‌ ସେଥ୍‌ରେ ତାକର ପରିବାର ଚଲୁଛେ। ସରକାରୀ ସହାଯ୍‌ କହେଲେ ରାଶନକାର୍ଡରେ ପଁଚେତ୍‌ରୁ ମାସିକ ମିଲୁଥିବାର ୨୫ କେ.ଜି. ଚାଉଲ। ହେଲେ ୨୫ କେ.ଜି. ଚାଉଲ ୫ ଝନିଅଁା କୁଟୁମ୍‌କେ ନିଅଁଟ ହେଉଛେ। ଏନ୍‌ତାଥି ଧବଳେଶ୍ୱରକୁଁ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ମାସିକ ୩୫ କେ.ଜି. ଚାଉଲ, ଭତା ଆର ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଧର୍ମଗଡ଼ ବିଡିଓ ଗୋପାଳକୃଷ୍ଣ ମିଶ୍ରକୁଁ ପଚ୍‌ରାଲାରୁ ନିହାତି ଭାବେ ଧବଳେଶ୍ୱରକୁଁ ସବୁ ପରକାର ସରକାରୀ ସାହାଯ୍‌ ଯୁଗେଇ ଦିଆଯିବା ବଲି ସେ କହିଥିଲେ।