ଭତା, ଆବାସ ଘର କାର୍ଯ୍ୟାଦେଶ ପାଏଲେ ଉତ୍ତର

ଅତାବିରା, ୨୮।୮ (ଡି.ଏନ.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଉଦେପୁର ଗଁାର ଉତ୍ତର ଝାଙ୍କର(୭୦) ଆର ମାଏକିନା ତାରା ଝାଙ୍କର(୬୫)। ଉତ୍ତର ଦିବ୍ୟାଙ୍ଗ ହେଇଥିଲାବେଲେ ତାରା ଝନେ ମାନ୍‌ସିକ ରୁଗୀ। ଇ ଦମ୍ପତି ନିହାତି ଗରିବ୍‌ ହେଇଥିଲାବେଲେ ତାକର ପିଲାଛୁଆ ବି ନଁାଇଁନ। ଦମ୍ପତି ଗୁଟେ ନଡ଼ାଛପର ମାଏଟ୍‌ କୁରିଆରେ ରହୁଥିଲେ। ହେଲେ ଆଏଜ୍‌କେ ୧୦ ବଛର ତଲେ ଝରି ବରଷାରେ ତାକର ଘରଟା ଭାଂଗି ଯାଇଥିଲା। ସେଦିନ୍‌ଠାନୁ ଦୁଇ ବୁଢ଼ାବୁଢ଼ି ଇନେ ସେନେ ହେଇ ଦିନ୍‌ ବିତଉଥିଲେ। ଇ ସମିଆରେ ତାରା ମାନ୍‌ସିକ ରୋଗ୍‌ରେ ପୀଡ଼ିତ ହେଇଥିଲେ। ଏନ୍‌ତାଥି ସେ କେତେବେଲେ ଉତ୍ତରକଁର ପାସେ ରହୁଥିଲାବେଲେ ଆରକେତେବେଲେ ଇଆଡ଼େ ସେଆଡ଼େ ବୁଲି ଜୀବନ୍‌ ବିତଉଛନ୍‌। ତାକର ଚିକିଛା ଲାଗି ଉତ୍ତର ସକ୍ଷମ ନୁହଁନ୍‌। ସେନ୍‌ତା ଇ ଦମ୍ପତି ବୁଢ଼ାବୁଢ଼ି ଭତା, ଆବାସ ଯୋଜନାରୁ ବି ବଁଚିତ୍‌ ହେଇ ରହିଥିଲେ। ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଲାଗ୍‌ ଲାଗ୍‌ ଖବର ବାହାରିଥିଲା। ଖବର ବାହାରଲାରୁ ଥାନୀୟ ପରଶାସନର ଚେତା ପଶିଥିଲା। ପରଶାସନ ଉତ୍ତରକୁଁ ଭିନ୍ନକ୍ଷମ ଭତା ଯୁଗେଇ ଦେଇଥିଲାବେଲେ ତାରାକଁର ଭୋଟ ପରିଚଏପତର, ଆଧାର କାର୍ଡ ଅଭାବୁ ସେ ଭତାରୁ ବାଦ୍‌ ପଡ଼ିଥିଲେ। ହେଲେ ଧରିତ୍ରୀରେ ଇ ବାବ୍‌ଦେ ଫେନ୍‌ ଖବର ବାହାରଲାରୁ ପରଶାସନ ତାରାକଁର ଭୋଟ ପରିଚଏ ପତରର, ଆଧାର କାର୍ଡର ବେବସ୍‌ତା କରିଛେ। ସେନ୍‌ତା ପରଶାସନ ଉତ୍ତରକୁଁ ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ବି ସାମିଲ କରିଛେ। ତା.୧୭.୮.୨୦୧୯ ପରଶାସନ ଘର ମଂଜୁର କରବାର ସଂଗେ ସୋମବାର କାର୍ଯ୍ୟାଦେଶ ସଂଖ୍ୟା ୪୨୫/୧୯ରେ ତାହାକୁ ଘର ତିଆରିବାକେ ଅନୁମତି ଦେଇଛେ। ତାରାକଁର ଭତା ବାବ୍‌ଦେ ଭେଡ଼େନ ବିଡିଓ ମୂରଲୀଧର ନାୟକକୁଁ ପଚରାଲାରୁ ତାହାକୁ ଭୋଟ ପରିଚଏ ପତର, ଆଧାର କାର୍ଡ ଯୁଗେଇ ଦିଆଯାଇଛେ। ସେ ଫର୍ମ ଭରି ଆବେଦନ କଲେ ଯେତେ ଜଲଦି ହେବା ତାହାକୁ ଭତା ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।