ଭତାର ଲାଗି ବାରଦୁଆର ଲୋକନାଥ

ଝାରସୁଗୁଡା, ୫।୩ (ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗରିବ ଦୁଖି, ବୁଢ଼ାବୁଢ଼ୀ, ଭିନ୍ନକ୍ଷମ, ବିଧବା ମହିଲାମାନର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ସରକାରୀ ସର୍ଭେରେ ଭୁଲଭଟକା ହେଉ କି ସରକାରୀ ଅଧ୍‌କାରୀ କରମ୍‌ଚାରୀକର ଅନ୍‌ଦେଖା ହେଉ, ଅନେକ ଜାଗାରେ ହକ୍‌ଦାର ହିତାଧିକାରୀ ସରକାରଁର ଜନହିତକର ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଝାରସୁଗୁଡ଼ା ପୌରାଞ୍ଚଲର ୭ ନମ୍ବର ଓ୍ବାର୍ଡରେ।
ସୂଚନା ଅନ୍‌ସାରେ ଝାରସୁଗୁଡ଼ା ପୌରାଞ୍ଚଲ ୭ ନମ୍ବର ଓ୍ବାର୍ଡର ଲୋକନାଥ ଜେନା(୬୩)। ସେ ଝନେ ନିହାତି ଗରିବ୍‌ ଲୋକ। ପିଲାଛୁଆ କେହି ନାଇଁ। ମାଏକିନା ନ ସାହାଭରସା। ହେଲେ ମାଏକିନାର ବଏସ୍‌ ବି ୬୦ ଛିଁଲାନ। ଏନ୍‌ତାଥି ଇ ବୁରୁଧ୍‌ ଦମ୍ପତି ପାଖପଡ଼ିଶାକର ସାହାଯ୍‌ ସହଯୋଗରେ ଚଲୁଛନ୍‌। ଲୋକନାଥ ଗଲା ଦୁଇ ବଛର ହେଲା ବୁଢ଼ାବୁଢ଼ି ଭତାର ଲାଗି ଝାରସୁଗୁଡ଼ା ପୌରପରିଷଦରୁ ଜିଲାପାଳକଁର ଦପ୍‌ତର ତକ ନରଦି ନରଦି ନିହାଲ ହେଇଗଲେନ। ସେନ୍‌ତା ତାକର ମାଏକିନା ବି ଭତାର ଲାଗି ଅନେକ ଥର ଆବେଦନ କରି ନିରାଶ ହେଇଛନ୍‌। ଉପେ ଶୂଇନ ଲୋକନାଥ ୨୦୧୯ ସାଲୁ ଜିଲାପାଳକଁର ଅଭିଯୋଗ ଶୁନାନି ଶିବିରରେ ଭତାର ଲାଗି ଗୁହାରି କରି ଆସୁଛନ୍‌। ସେନ୍‌ତା ଗଲା ସୋମବାର ବି ଜିଲାପାଳ ସରୋଜ ସାମଲକଁର ଅଭିଯୋଗ ଶୁନାନିରେ ସେ ଭାତାର ଲାଗି ଗୁହାରି କରିଛନ୍‌। ଜିଲାପାଳ ସାମଲ ଇ ଘଟନାକେ ଗୁରୁତ୍‌ ଦେଇ ଜିଲା ସାମାଜିକ ସୁରକ୍ଷା ଅଧ୍‌କାରୀକୁଁ ଲୋକନାଥକଁୁ ଭତା ଯୁଗେଇ ଦେବାର ଦିଗେ ପଦକ୍ଷେପ ନେବାକେ ନିରଦେଶ ଦେଇଛନ୍‌।