ଭତାର ଲାଗି ପଁଚେତ୍‌ରୁ ବ୍ଲକ ନରଦି ନିହାଲ

ତଳଗାଁ,୭।୨(ଡି.ଏନ୍‌.ଏ.)- ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଅନେକ ବୁଢ଼ାବୁଢ଼ି ମଧୁବାବୁ ପେନ୍‌ସନ ଯୋଜନାରୁ ବଁଚିତ୍‌ ଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ହରଭଙ୍ଗା ବ୍ଲକ ରାଧାନଗର ପଁଚେତ୍‌ ଅଧୀନ କେଳାକଟା ଗଁାରେ।
ସୂଚନା ଅନ୍‌ସାରେ କେଳାକଟା ଗଁାର ବୁରୁଧ୍‌ ଚମ୍ପା ଦେହୁରୀ(୮୦)। ସେ ମଧୁବାବୁ ପେନ୍‌ସନ ଯୋଜନାର ଲାଭ୍‌ ପାଏବାର ଲାଗି ବାରବାର ପଁଚେତ୍‌ନୁ ବ୍ଲକ ଅଫିସ ନରଦି ନରଦି ନିହାଲ ହେଇଗଲେନ। ହେଲେ କେହି ତାକର ଦୁଖ୍‌ ନାଇଁ ବୁଝ୍‌ବାର ବଲି ସେ ଅଭିଯୋଗ କରିଛନ୍‌। ୨୦୨୦ ଫେବୃୟାରୀ ୩ ତାରିଖ ହରଭଙ୍ଗା ବ୍ଲକ ପରିସରରେ ହେଇଥିବାର ଜିଲାପାଳକଁର ଜନଶୁନାନି ଶିବିରରେ ଚମ୍ପା ଜିଲାପାଳକୁଁ ଭେଟି ଭତାର ଲାଗି ଗୁହାରି କରିଥିଲେ। ହେଲେ ଆଏଜ୍‌ତକ ତାକର ଭତା ପାଏବାର ବାବ୍‌ଦେ ପଦକ୍ଷେପ ନାଇଁ ନିଆଯାଇଥିବାର ଜନାଯାଇଛେ। ଖାଲି ଚମ୍ପା ଯେ ଭତାରୁ ବଁଚିତ୍‌ ହେଇଛନ୍‌ ସେଟା ନୁହେ, ରାଧାନଗର ପଁଚେତ୍‌ର ସଦର ଗଁାର ସମ୍ବାରୁ ସାହୁ(୭୬) ବି ଭତାରୁ ବଁଚିତ୍‌ ଥିବାର ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ହରଭଙ୍ଗା ବ୍ଲକ ଏସ୍‌ସିସିଓ ବିରଞ୍ଚତ୍ନାରାୟଣ ପଣ୍ଡାକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରି ଯେତେ ଜଲ୍‌ଦି ହେବା ହିତାଧିକାରୀମାନ୍‌କୁ ଭତା ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।