ଭତାରୁ ବଁଚିତ୍‌ ୧୫ ହକ୍‌ଦାର ହିତାଧିକାରୀ

କୋମନା,୨୬ା୭ (ଡି.ଏନ୍‌.ଏ.): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ କାଲିମାଟି ଗଁାର ୧୫ରୁ ଅଧ୍‌କା ହକ୍‌ଦାର ବୁଢ଼ାବୁଢ଼ି, ଭିନ୍ନକ୍ଷମ ଭତା ପାଏବାରୁ ବଁଚିତ୍‌ ହେଇଥିବାର ଅଭିଯୋଗ ହେଇଛେ। ହିତାଧିକାରୀମାନେ ପଁଚେତ୍‌ରୁ ବ୍ଲକ ତକ୍‌ ଦରକାରୀ କାଗଜପତର ସଂଗେ ଭତାର ଲାଗି ଆବେଦନ କରି ନିରାଶ ହେଇଥିବାର କହିଛନ୍‌। ସେନ୍‌ତା ଗଁାକେ କେଭେ କେହେନ୍‌ସି ପରଶାସନିକ ଅଧ୍‌କାରୀକଁର ପାହା ନାଇଁ ପଡ଼ୁଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଗଁାର ଲାଲୁ ମାଝି, କ୍ଷୀର ମାଝି, ଅମର ମାଝି, ଦେମତି ମାଝି, କୁମ ମାଝି, ଗୋବର୍ଦ୍ଧନ ମାଝି, ଦୃପତି ମାଝି, ଅଭିରାମ ଚିନ୍ଦା, ରତନୀ ଚିନ୍ଦା, ଗୁର ମାଝି ପରମୁଖକୁଁ ୬୦ ବଛର୍‌ରୁ ଅଧ୍‌କା ହେଇଥିଲାବେଲେ ଭିନ୍ନକ୍ଷମ ମମିତା ମାଝି, କୁର୍ତ୍ତି ମାଝି ବି ଭତାରୁ ବଁଚିତ ହେଇ ରହିଛନ୍‌। ଇ ଦିଗେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ହକ୍‌ଦାର ହିତାଧିକାରୀମାନକୁ ଭତା ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ କୋମନା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧ୍‌କାରୀ ବିଜୟ ନାଏକକୁଁ ପଚରାଲାରୁ ସରକାରକଁର ଟାର୍ଗେଟ ଅଭାବୁ ଇମାନେ ବାଦ୍‌ ପଡ଼ିଛନ୍‌। ନୂଅଁା ଟାର୍ଗେଟ ଆଏଲେ ଇମାନକୁ ଯୋଜନାରେ ସାମିଲ କରାଯିବା ବଲି ସେ କହିଥିଲେ।