ଭତାରୁ ବଁଚିତ୍‌ ଦୁଇ ଦିବ୍ୟାଙ୍ଗ ବହେନ୍‌

ଲାଠୋର, ୨୨।୧୧(ଡି.ଏନ୍‌.ଏ.)-ସରକାର ବୁଢ଼ାବୁଢ଼ି, ବିଧବା, ଦିବ୍ୟାଙ୍ଗମାନକୁ ମାସିକ ୫ଶହରୁ ୭ଶହ ଟଁକା ତକ୍‌ ଭତା ଯୁଗେଇ ଦେଉଛନ୍‌। ହେଲେ ବିଭାଗୀୟ ଅଧ୍‌କାରୀ, କରମ୍‌ଚାରୀକର ଅବହେଲାରୁ ଅନେକ୍‌ ହକ୍‌ଦାର ହିତାଧିକାରୀ ଭତା ପାଏବାରୁ ବଁଚିତ୍‌ ହେଉଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ଅଧୀନ ପିପଲବାହାଲ ଗଁା ବନ୍ଦପଡ଼ାରେ।
ସୂଚନା ହିସାବେ ପିପଲବାହାଲ ଗଁାର କଳାକାହ୍ନୁ ଭୋଇ(୬୬)। ପରିବାର କହେଲେ ମାଏକିନା ମୁକ୍ତା(୬୦), ଝି’ ହେମଲତା(୩୫), ଭାମା(୨୦)କେ ନେଇ ରହୁଛନ୍‌। ଆଉର ଦୁଇ ଝି’ ମାଳତି, ଭୂମି ଆର ପୁଓ ବଂଶୀ ବିହାଚୁରା ହେଇ ନିଜର ନିଜର କୁଟୁମ ସଂଗେ ଅଲଗେ ରହୁଛନ୍‌। ସେନ୍‌ତା ନିଜର ପାସେ ଥିବାର ଦୁଇ ଝି’ ଛୋଟ ବେଲେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ିଥିଲେ। ସେଦିନଠାନୁ ତାକର ଆଏଁଖ୍‌ ନାଇଁ ଦିଶ୍‌ବାର, ଦୁଇ ଝନ ଦିବ୍ୟାଙ୍ଗ ଜୀବନ୍‌ ବିତଉଛନ୍‌। ଇଆଡ଼େ ପରିବାରଟା ଆଦିବାସୀ ସମାଜର ଆର୍‌ ନିହାତି ଗରିବ୍‌। ସଁପତି ବଲି କିଛି ନାଇଁ। ଗଁାର ଝନେ ସହୁରୁଦ୍‌ ଲୋକ୍‌ ବାସୁ ମେହେର ତାହାକୁ ରହିବାର ଲାଗି ୮ ଡେସିମିଲ ଜାଗା ଦାନ କରିଛନ୍‌। ସେ ଜାଗାରେ କଳାକାହ୍ନୁ ଝାଟିମାଟିର ଗୁଟେ ଘର କରି କୁଟୁମବସିଆ ମୁଡ଼ଗୁଁଜିଛନ୍‌। ସେନ୍‌ତା କଳାକାହ୍ନୁ ପାସର ଜଂଗଲରୁ ଶୁଖାକାଠ୍‌, ସରଗୀ କାଠି, ପତର ଆନି ବିକାଭଂଗା କରି କୁଟୁମ ପୁଷୁଛନ୍‌। ସରକାରୀ ସାହାଯ୍‌ କହେଲେ ମାସିକ ୩୫ କେ.ଜି. ଚାଉଲ ପାଉଛନ୍‌। ସେନ୍‌ତା ୨୦୧୮-୧୯ ସାଲେ କଳାକାହ୍ନୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଁଡ଼େ ପାଇଛନ୍‌। ଘରଟା ପୂରା ହେଇଛେ, ହେଲେ ଭିତରଫାଲ କଁାଥି ସିମେଟ ଛପେଇ ନାଇଁ ହେଇ। ଏମ୍‌ଜିଏନ୍‌ଆର୍‌ଇଜିଏରୁ ପାଏବାକେ ଥିବାର ୧୬ ହଜାର ଟଁକାରୁ ୬ ହଜାର ଟଁକା ପାଇଛନ୍‌। ହେଲେ ବାକି ୧୦ ହଜାର ଟଁକା ଆଏଜ୍‌ ବି ପାଏବାର ବାକି ରହିଛେ। ଇଆଡ଼େ ଘରେ ଥିବାର ଦୁଇ ଝି’ ଦିବ୍ୟାଙ୍ଗ ହେଇଥିଲେ ବି ଆଏଜ୍‌ତକ ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା କଳାକାହ୍ନୁ ଆର ତାକର ମାଏକିନା ମୁକ୍ତାକଁର ବଏସ୍‌ ୬୦ ଟପିଥିଲେ ବି ଭତା ନାଇଁ ପାଏବାର। ପରିବାରର ୪ ଝନ୍‌କର ଭତା ଲାଗି କଳାକାହ୍ନୁ ବାରବାର ଥାନୀଅ ନେତାନୁ ସରକାରୀ ବାବୁମାନକୁ ଭେଟି ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଜିଲା ଆର ବ୍ଲକ ପରଶାସନ ଇ ଗରିବ୍‌ ପରିବାର ଉପରେ ଦୁରୁଷ୍‌ଟି ଦେଇ ବୁରୁଧ୍‌ ଦମ୍ପତି ଆର ତାକର ଦୁଇ ଦିବ୍ୟାଙ୍ଗ ଝି’କେ ଭତା ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।