ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଶ୍ୱାସରୋଗୀ ଚିହ୍ନଟ

ଭଣ୍ଡାରିପୋଖରୀ, ୧୩ା୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଶ୍ୱାସ ରୋଗୀ ଚିହ୍ନଟ କରାଯାଇ ସ୍ବତନ୍ତ୍ର ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଛି। ଜାନୁୟାରୀ ୧ତାରିଖଠାରୁ ମାର୍ଚ୍ଚ ୩୧ତାରିଖ ମଧ୍ୟରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଏହା ଅଧୀନରେ ଥିବା ୬ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପଞ୍ଜିକୃତ ରୋଗୀମାନଙ୍କ ତାଲିକାରୁ ଏହି ଡାଟା ପ୍ରସ୍ତୁତ କରାଯାଇଛି। ଏଭଳି ମୋଟ ୩୩୭ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। କାରଣ ସାମ୍ଭାବ୍ୟ କରୋନା ଭୁତାଣୁ ସଂକ୍ରମଣ ପାଇଁ ଶ୍ୱାସ ରୋଗୀ ସର୍ବାଧିକ ସମ୍ବେଦନଶୀଳ ହୋଇଥାଏ। ଏଭଳି ରୋଗୀଙ୍କୁ ବେଳୁ ହିଁ ଚିକିତ୍ସା କରାଯାଇ ସମ୍ଭାବ୍ୟ ସଂକ୍ରମଣକୁ ପ୍ରତିହିତ କରିବାକୁ ତ୍ୱରିତ ପଦକ୍ଷେପ ନିଆଯାଉଛି।