ଭଞ୍ଜନଗରରେ ମତଦାନ ଆରମ୍ଭ

ଭଞ୍ଜନଗର,୧୮।୪(ଡି.ଏନ.ଏ): ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ମତଦାନ ଚାଲିବ। ଭୋଟରମାନେ ବହୁ ଉତ୍ସାହର ସହ ନିଜର ପ୍ରତିନିଧିଙ୍କୁ ଭୋଟ ଦେଇଛନ୍ତି। ଏହିକ୍ରମରେ ଗଞ୍ଜାମ ଜିଲା ୧୨୩ ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅଧିକାଂଶ ବୁଥ୍‌ରେ ମତଦାନ ବିଳମ୍ବରେ ଆରମ୍ଭ ହୋଇଛି। ଇଭିଏମ୍‌ରେ ଯାନ୍ତ୍ରିକ ତୃଟି ସମେତ ଅନ୍ୟାନ୍ୟ କାରଣ ଯୋଗୁ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ବିଜେଡି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିଜ ଗଁା ଅଗଝୋଳରେ ମତଦାନ କରିଛନ୍ତି। ଚିଳିତ ନିର୍ବାଚନରେ ଅଧିକ ପ୍ରତିଶତ ମତଦାନ ହେବ ବୋଲି ବିକ୍ରମ କେଶରୀ କହିଛନ୍ତି।