ଭଙ୍ଗା ମନ୍ଦିରରେ ୭୦ ମାଣ ଜମିର ମାଲିକ

ବାରିପଦା ଅଫିସ/କପ୍ତିପଦା,୩ା୯(ଡି଼.ଏନ୍‌.ଏ)- ସମ୍ପତ୍ତି ଅଛି, ମାତ୍ର ଟ୍ରଷ୍ଟ ବୋର୍ଡ ପାଇଁ କ୍ଷମତା ଲଢେଇ ଓ ପରିଚାଳନାଗତ ତ୍ରୁଟିକୁ ନେଇ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ କୁଳିଅଳମ ଗ୍ରାମରେ ଥିବା ଗୋପୀନାଥ ଜୀଉ ମନ୍ଦିର ଅବହେଳିତ ହୋଇ ପଡିଛି। ଏହି ମନ୍ଦିରରେ ପୂଜା ପାଉଥିବା ଗୋପୀନାଥ ଜୀଉ ୭୦ ମାଣ ଜମିର ମାଲିକ। ଏହି ଜମିରୁ ସଂଗୃହୀତ ହେଉଥିବା ଧାନକୁ ନେଇ ଅଦ୍ୟାବଧି ଏହି ମନ୍ଦିର ପରିଚାଳିତ ହୋଇ ଆସୁଥିବା ବେଳେ ଏଠାରେ ନାନା ଅବ୍ୟବସ୍ଥା ଦେଖାଦେଇଛି। ମନ୍ଦିରର ସମ୍ପୂର୍ଣ୍ଣ ଦାୟିତ୍ୱ କପ୍ତିପଦା ଉପଜିଲାପାଳଙ୍କ ଉପରେ ନ୍ୟସ୍ତ ଥିବାବେଳେ ପୋଡାଡିହା ରାଜସ୍ବ ନିରୀକ୍ଷକ ଏହାର ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ଏହା ସତ୍ତ୍ୱେ ପରିଚାଳନାଗତ ତ୍ରୁଟି ପାଇଁ ମନ୍ଦିରର କାୈଣସି ଉନ୍ନତି ମୂଳକ କାମ ହୋଇପାରୁ ନାହିଁ ା ମନ୍ଦିର ଛାତରୁ ପାଣି ଝରୁଥିବା ବେଳେ ଠାକୁରଙ୍କ ଧାନ ଅମାର ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ା ଯାହା ଦ୍ୱାରା ପ୍ରତି ବର୍ଷ ଏଥିପାଇଁ କୁଇଣ୍ଟାଲ କୁଇଣ୍ଟାଲ ଧାନ ନଷ୍ଟ ହେଉ ଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ା ଠାକୁରଙ୍କ ଜମିକୁ କେତେକ ଲୋକ ଚଞ୍ଚକତା କରି ନିଜ ନାମରେ ପଟ୍ଟା କରି ନେଇଥିବା ବେଳେ କେତେକ ଲୋକ ଜବରଦଖଲ କରି ରଖିଛନ୍ତି ା ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କାୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ପ୍ରଶାସନ କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଥିବା ବେଳେ ମନ୍ଦିର ଭୁଶୁଡି ପଡିବାର ସ୍ଥିତି ସୃଷ୍ଟି ହୋଇଛି ା ୨୦୧୫ ଆର୍ଥିକ ବର୍ଷରେ ପୂର୍ବତନ ଉଦଳା ବିଧାୟକ ଗୋଲକ ନାଏକ ତାଙ୍କ ହାତ ପାଣ୍ଠିରୁ ୨ଲକ୍ଷ ଟଙ୍କା ମନ୍ଦିର ଛାତ ଗ୍ରେଡିଂ ଓ ରଙ୍ଗ ପାଇଁ ଦେଇଥିଲେ ମଧ୍ୟ ତାହା ଠିକ୍‌ ଭାବେ କାଯର୍‌ୟକାରୀ ହୋଇନାହିଁ ା ପାନ୍ଥଶାଳା ଛାତ ଭୂଶୁୁଡି ପଡିଲାଣି। ତେଣୁ ଗ୍ରାମବାସୀ ଏହାର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି। ଠାକୁରଙ୍କ ନାମରେ ଥିବା ୭୦ ମାଣ ଜମିକୁ ଅଞ୍ଚଳର କିଛି ଚାଷୀଙ୍କୁ ଚାଷ କରିବା ପାଇଁ ଦିଆଯାଇ ପ୍ରତି ମାଣରେ ୨ କୁଇଣ୍ଟାଲ ଧାନ ଆଦାୟ କରାଯାଇଥାଏ। ପ୍ରତିବର୍ଷ ଆଦାୟ ହେଉଥିବା ଧାନରେ ମନ୍ଦିରର ପରିଚାଳନା, ରକ୍ଷଣାବେକ୍ଷଣ, ପର୍ବପର୍ବାଣୀ ପାଳନ ସହିତ ପୂଜକ, ଟହଲିଆ, ପଲିଆଣୀ ଓ ଜଗୁଆଳିଙ୍କର ଦରମା ଦିଆଯିବାର ନିୟମ ରହିଛି ା ଠାକୁରଙ୍କ ଜମିରୁ ପ୍ରତିବର୍ଷ ଶହେ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ଆଦାୟ ହେଉଥିବା ବେଳେ ପୂଜା ନିତିଆନୀ, ଜନ୍ମାଷ୍ଟମୀ, ରାଧାଷ୍ଟମୀ, ଚନ୍ଦନଯାତ୍ରା, ଦେବସ୍ନାନ ପୂର୍ଣ୍ଣମା, ଝୁଲଣଯାତ୍ରା, ନନ୍ଦୋସତ୍ବ, ଗୋବର୍ଦ୍ଧନ, ରାସପୂର୍ଣ୍ଣିମା, ପ୍ରଥମାଷ୍ଟମୀ, ଗୀତା ଜୟନ୍ତୀ, ମକର, ପଣା ସଂକ୍ରାନ୍ତି ଓ ଦୋଳ ପୂର୍ଣ୍ଣିମା ଉସତ୍ବ ପାଳନ ସହିତ ପୂଜକ, ଟହଲିଆ, ପଲିଆଣୀ ଓ ଅମାର ଜଗୁଆଳୀଙ୍କ ଦରମା ବାବଦକୁ ପ୍ରତିବର୍ଷ ୪୦କୁଇଣ୍ଟାଲ ଧାନ ଖର୍ଚ୍ଚ ହେଉଛି ା ୬୦କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ବଳକା ରହୁଛି ା ତେବେ ସେ ଧାନ ବିକ୍ରୀରୁ ସଂଗୃହୀତ ଟଙ୍କା ଅଦ୍ୟାବଧି ହେଉଛି କ’ଣ, ରହୁଛି କେଉଁଠି ସେ ସମ୍ପର୍କରେ ଗ୍ରାମବାସୀ କିମ୍ବା ମନ୍ଦିର ପରିଚାଳନା କମିଟି ପାଖରେ କୌଣସି ଖବର ନାହଁ ା ଏ ସମ୍ପର୍କରେ ମନ୍ଦିର ପରିଚାଳନା ବୋର୍ଡର ସଭାପତି ଗିରିଶ ଚନ୍ଦ୍ର ବାରିକ୍‌ଙ୍କୁ ପଚାରିବାରୁ ସେ କୁହନ୍ତି, ମୁଁ ନାମକୁ ମାତ୍ର ସମସ୍ତ କଥା ଉପଜିଲାପାଳ ବୁଝନ୍ତି ା ମାତ୍ର ପରିଚାଳନା କମିଟିର ସଭ୍ୟମାନେ ମନ୍ଦିର ଚର୍ତୁଃପାର୍ଶ୍ୱରେ ପାଚେରୀ ନିର୍ମାଣ ସହିତ ବିଭିନ୍ନ ପର୍ବପର୍ବାଣୀ ପାଳନ ନିମନ୍ତେ ପରିସର ମଧ୍ୟରେ ଏକ ଷ୍ଟେଜ୍‌ର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ପାଚେରୀ ନ ଥିବାରୁ ଏହା ଗୋରୁଗାଇ, ଛେଳି, କୁକୁରଙ୍କ ଚାରଣ ଭୂଇଁ ପାଲଟିଛି ା କୌଣସି ଗଛ ପରିସର ମଧ୍ୟରେ ରହୁନାହିଁ ା ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ମନ୍ଦିର ଜାଗାର ଜବରଦଖଲ ଉଚ୍ଛେଦ କରିବା ପାଇଁ ସେ ଦାବି କରିଛନ୍ତି ା ବର୍ତମାନ ମନ୍ଦିରର ପୂଜକଙ୍କୁ ମାସକୁ ମାତ୍ର ୩ଶହ ଟଙ୍କା ଓ ଦୁଇ କୁଇଣ୍ଟାଲ ଧାନ ଦିଆଯାଉଛି ା ସେହିପରି ଟହଲିଆଙ୍କୁ ୧୫୦, ପଲିଆଣୀଙ୍କୁ ୨୦୦ ଓ ଅମାର ଜଗୁଆଳିଙ୍କୁ ମାସକୁ ୩୦୦ଟଙ୍କା ଦରମା ଦିଆଯାଉଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ା ପୂଜକ ବନମାଳୀ ପଣ୍ଡା ଓ ଜଗୁଆଳି ଅକ୍ଷୟ ବେହେରାଙ୍କୁ ପଚାରିବାରୁ ସେ କୁହନ୍ତି, ଦରମା ଓ ନୀତି ପୂଜା ଖର୍ଚ୍ଚ ନିହାତି ବଢିବା ଆବଶ୍ୟକ। ମ୍ୟାନେଜର ଦାୟିତ୍ୱରେ ଥିବା ରାଜସ୍ବ ନିରୀକ୍ଷକ ଲକ୍ଷ୍ମୀପ୍ରସାଦ ନାୟକ କୁହନ୍ତି, ମୁଁ କେବଳ ଉପଜିଲାପାଳଙ୍କ ନିର୍ଦ୍ଦେଶରେ କାମ କରେ ା ମନ୍ଦିର ଓ ଅମାରର ମରାମତି, ପୂଜକଙ୍କ ଆଶ୍ରୟସ୍ଥଳୀ ଆଜବେଷ୍ଟସ୍‌ର ମରାମତି, ପାଚେରୀ ନିର୍ମାଣ, ପରିସର ମଧ୍ୟରେ ଷ୍ଟେଜ ନିର୍ମାଣ କାଯର୍‌ୟ ଆବଶ୍ୟକ ରହିଛି। ମୁଁ ଟ୍ରେନିଂ ଦେଢ ମାସ ଯାଇଥିବା ବେଳେ ତାପରେ ଖଜଣା ଆଦାୟ, ଇଲେକ୍ସନ ଡିଉଟି ଦାୟିତ୍ୱରେ ଥିବାରୁ ଚଳିତ ବର୍ଷ କିଛି ଧାନ ଆଦାୟ ହୋଇ ପାରି ନାହିଁ ା ପ୍ରତିବର୍ଷ ବଳକା ଧାନର ଟଙ୍କା ଜମା ରହୁଛି ା ମାତ୍ର ଏ ସମସ୍ତ କାର୍ଯ୍ୟ ଦେବୋତ୍ତର ବିଭାଗର ନିର୍ଦ୍ଦେଶରେ ହେବ ା ଆମେ ପ୍ରସ୍ତାବ ଦେଇଛୁ, ପ୍ରସ୍ତାବ ମଞ୍ଜୁର ହେଲେ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri