Categories: ମେଟ୍ରୋ

ବ୍ୟାସକବିଙ୍କୁ ମନେ ପକାଇଲେ ଛାତ୍ରୀଛାତ୍ର

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଓଡ଼ିଆ ମାଟିର ଆଦ୍ୟ କଥାକାର ତଥା ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପୋଖରୀପୁଟ ଡିଏଭି ସ୍କୁଲରେ ପାଳିତ ହୋଇଯାଇଛି। ଆଞ୍ଚଳିକ ନିର୍ଦ୍ଦେଶାଳୟର ସହ ନିର୍ଦ୍ଦେଶିକା ତଥା ସ୍କୁଲର ଅଧ୍ୟକ୍ଷା ସୁଜାତାଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ବିଭାଗର ମୁଖ୍ୟ ଶୁଭ୍ରାଂଶୁ ମୋହନ ଦାଶ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ବ୍ୟାସକବିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଫକୀରମୋହନଙ୍କ ଜୀବନାଦର୍ଶ ଉପରେ ବୁଝାଇଥିଲେ। ଏହି ଅବସରରେ ସପ୍ତମ ଶ୍ରେଣୀର ଜେସି ସ୍ବୟଂଶ୍ରୀ ମହାନ୍ତି, ପୂର୍ବୀ ମିଶ୍ର, ଶ୍ରୀଶିକ୍ତା ରଥ ଫକୀରମୋହନଙ୍କ ଗଳ୍ପ, କବିତା ପାଠ କରିଥିବା ବେଳେ ଶିବାର୍ପିତ ଷଡ଼ଙ୍ଗୀ କଥା ସମ୍ରାଟଙ୍କ ବାଲ୍ୟ ଜୀବନୀ ଉପସ୍ଥାପନ କରିଥିଲେ। ଶିକ୍ଷୟିତ୍ରୀ କ୍ଷଣପ୍ରଭା ନନ୍ଦ, ସୁଜାତା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଆ ବିଭାଗର ଶିକ୍ଷକ କେଶବ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।