ବ୍ୟାପକ ହେଉଛି ଚୋରା ଗଞ୍ଜେଇ ଚାଷ: କ୍ଷତି ସହୁଛି ରାଜକୋଷ

କଟକ ଅଫିସ,୧୪-୧:ରାଜ୍ୟରେ ବଢୁଛି ଗଞ୍ଜେଇ ଚାଷ। ଏହି ଚାଷ ପାଇଁ କ୍ଷତି ସହୁଛି ରାଜ୍ୟ ରାଜକୋଷ। କାରଣ ଗଞ୍ଜେଇ ଚାଷକୁ ରୋକିବା ଓ ନଷ୍ଟ କରିବା ପାଇଁ ସରକାରଙ୍କ ପକ୍ଷରୁ ଅବକାରୀ, ପୋଲିସ, ରାଜସ୍ବ ଓ ଜଙ୍ଗଲ ବିଭାଗ ଅଧିକାରୀମାନଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ପଛରେ ବାର୍ଷିକ ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଗଞ୍ଜେଇ ଚାଷ ରୋକାଯିବା ପରିବର୍ତ୍ତେ ହୁ ହୁ ହୋଇ ବଢ଼ିଚାଲିଛି। ରାଜ୍ୟର ୧୦ ଜିଲାରେ ଏହି ଚୋରା ଗଞ୍ଜେଇ ଚାଷ କାୟା ମେଲିଛି। ସରକାରଙ୍କ ପ୍ରତିକାରମୂଳକ ପଦକ୍ଷେପ ସତ୍ତ୍ବେ ପ୍ରତିବର୍ଷ ଗଞ୍ଜେଇ ଚାଷର ଆୟତନ ବଢିବା ଘଟଣା ଚିନ୍ତାର କାରଣ ହୋଇଛି। ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରମାଣ କରୁଛି ଯେ ସରକାରୀ ଅଧିକାରୀମାନଙ୍କ ସହିତ ଚୋରା ଗଞ୍ଜେଇ ଚାଷୀମାନଙ୍କର ଭିତିରି ସମ୍ପର୍କ ରହୁଛି। କିନ୍ତୁ ସରକାର ଅଯଥାରେ ରାଜକୋଷରୁ ବାର୍ଷିକ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି।
ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅନୁଗୋଳ, ବୌଦ୍ଧ, ଦେବଗଡ଼, ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ ଓ ସମ୍ବଲପୁର ଆଦି ଜିଲାରେ ଚୋରା ଗଞ୍ଜେଇ ଚାଷ କରାଯାଉଛି। ୨୦୧୭-୧୮ରେ ଏହି ୧୦ ଜିଲାର ୪୫୮୪.୨୦ ଏକର ଜମିରେ ଗଞ୍ଜେଇ ଚାଷ କରାଯାଇଛି। ସେହିପରି ୨୦୧୮-୧୯ରେ ୯୪୭୩.୫୫ ଏବଂ ୨୦୧୯-୨୦(ଡିସେମ୍ବର ସୁଦ୍ଧା) ୯୫୬୭.୧୬ ଏକର ଜମିରେ ଗଞ୍ଜେଇ ଚାଷ କରାଯାଇଛି। ଏ ବାବଦରେ କିଛି ମୁଷ୍ଟିମେୟ ଲୋକ ବିପୁଳ ଅର୍ଥ ରୋଜଗାର କରୁଥିବାବେଳେ ରାଜ୍ୟ ସରକାର ବହୁ ଅର୍ଥ ଖର୍ଚ୍ଚ କରି ମଧ୍ୟ ସେମାନଙ୍କୁ ଅଟକାଇ ପାରୁନାହାନ୍ତି। ଅବକାରୀ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, କେଉଁଠି ଜଙ୍ଗଲ ଜମିରେ ତ କେଉଁଠି ରାଜସ୍ବ ବିଭାଗ ଜମିରେ ଗଞ୍ଜେଇ ଚାଷ କରାଯାଉଛି। ସରକାରଙ୍କ ଜମିରେ ଏଭଳି ବେଆଇନ ଚାଷ ରୀତିମତ ବଢୁଥିଲେ ମଧ୍ୟ ଏଥିପ୍ରତି କାହାରି ନିଘା ରହୁନାହିଁ। ତେବେ ବିପୁଳ କ୍ଷତି ଓ ଅନ୍ୟ କେତେକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗଞ୍ଜେଇ ଚାଷକୁ ରାଜ୍ୟରେ ଆଇନସମ୍ମତ ଅନୁମତି ଦେବାପାଇଁ ରାଜ୍ୟ ସରକାର ଗତ ନଭେମ୍ବରରେ ଉଦ୍ୟମ କରିଥିଲେ। ମାତ୍ର ବିଭିନ୍ନ ମହଲରୁ ବିରୋଧ କରାଯିବା ପରେ ସରକାର ଏଭଳି ନିଷ୍ପତ୍ତିରୁ ଓହରି ଯାଇଥିଲେ। କିନ୍ତୁ ଓଡ଼ିଶା ହେଉଛି ଗଞ୍ଜେଇ ଉତ୍ପାଦନରେ ଦେଶର ଏକ ପ୍ରମୁଖ ରାଜ୍ୟ। ଗୋଟିଏ ଏକର ଜମିରେ ୧୫୦୦ ଗଞ୍ଜେଇ ଗଛ ବଢ଼ିବାର କ୍ଷମତା ଓଡ଼ିଶା ମୃତ୍ତିକାରେ ରହିଥିବା ଅବକାରୀ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଅବସରପ୍ରାପ୍ତ ଅବକାରୀ କମିଶନର ଦେବେନ୍ଦ୍ର ମହାପାତ୍ରଙ୍କ କହିବା ଅନୁଯାୟୀ, ଦେଶର କେବଳ ହିମାଚଳ ପ୍ରଦେଶରେ ଗଞ୍ଜେଇ ଚାଷକୁ ସରକାରୀ ମାନ୍ୟତା ଦିଆଯାଇଛି। ଓଡ଼ିଶାରେ ଗଞ୍ଜେଇ ଉତ୍ପାଦନ ପାଇଁ ଭିତ୍ତିଭୂମି ରହିଛି। ଯଦି ସରକାର ଏହାକୁ ଏକ ସୀମିତ ଅଞ୍ଚଳରେ ସୁରକ୍ଷାବଳୟ ମଧ୍ୟରେ ଔଷଧୀୟ ବ୍ୟବହାର ପାଇଁ ଚାଷ କରନ୍ତେ, ତେବେ ସରକାରଙ୍କ ରାଜସ୍ବ ବଢିବା ସହିତ ଏହା ମଧ୍ୟ ରୋଗୀ କଲ୍ୟାଣରେ ଲାଗିପାରନ୍ତା।
ଅବକାରୀ ବିଭାଗ କହିବା ଅନୁଯାୟୀ, ଗୋଟିଏ ଗଞ୍ଜେଇ ଗଛ ମୂଲ୍ୟକୁ ୧ହଜାର ଟଙ୍କାରେ ଆକଳନ କରାଯାଇଥାଏ। ଏହି ଅନୁପାତରେ ଦେଖିଲେ ବିଗତ ୩ ବର୍ଷରେ ରାଜ୍ୟରେ ମୋଟ ୩ହଜାର ୬୭ କୋଟି ୧୨ ଲକ୍ଷ ୩୬ହଜାର ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। କହିବାକୁ ଗଲେ, ବର୍ଷକୁ ଯେତିକି ଗଞ୍ଜେଇ ଗଛ ନଷ୍ଟ କରାଯାଉଛି ତାହାର ମୂଲ୍ୟକୁ ଦେଖିଲେ ରାଜ୍ୟ ବଜେଟର ଏକ ପ୍ରମୁଖ ଭାଗ ସହିତ ସମାନ ହେବ।
ଅବକାରୀ କମିଶନର ଅଞ୍ଜନ କୁମାର ମାଣିକଙ୍କ କହିବା ଅନୁଯାୟୀ, ବେଆଇନ ଚାଷ ଉପରେ ତୀକ୍ଷ୍ମଣ ନଜର ରଖାଯାଇଛି। ସୂଚନା ମିଳିବା ମାତ୍ରେ ତାହାକୁ ନଷ୍ଟ କରାଯାଉଛି ଓ ଚୋରା ବ୍ୟବସାୟୀଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri