ବ୍ୟାଡ୍‌ମିଣ୍ଟନ ର଼୍ୟାଙ୍କିଙ୍ଗ୍‌କୁ ସାମୟିକ ସ୍ଥିର ରଖାଯାଇପାରେ

ନୂଆଦିଲ୍ଲୀ, ୨୬ା୩ (ପି.ଟି.): କରୋନା ଭାଇରସ୍‌ ବ୍ୟାପିବା ଆଶଙ୍କା ଯୋଗୁ ଟୋକିଓ ଅଲିମ୍ପିକ୍ସକୁ ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି। ଫଳ ସ୍ବରୂପ ବିଶ୍ୱ ର଼୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ବର୍ତ୍ତମାନ ପାଇଁ ସ୍ଥିର ରଖିବା ଲାଗି ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ବିଚାର କରିପାରେ। ବିଡବ୍ଲ୍ୟୁଏଫ୍‌ ଆହୁରି ମଧ୍ୟ ଅଲିମ୍ପିକ କ୍ୱାଲିଫିକେଶନ ବ୍ୟବସ୍ଥାର ସମୀକ୍ଷା କରିବ। ବର୍ତ୍ତମାନର ପରିସ୍ଥିତରେ କ୍ରୀଡ଼ା କ୍ୟାଲେଣ୍ଡର ଅନ୍ତର୍ଗତ କେତେକ ଟୁର୍ନାମେଣ୍ଟ ବାତିଲ କରାଯାଇଥିବାରୁ ଅଲିମ୍ପିକ ଯୋଗ୍ୟତା ହାସଲ ଦିଗରେ ସମସ୍ୟା ସୃଷ୍ଟି କରିଛି। ଏନେଇ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ, ବି. ସାଇ ପ୍ରଣୀଥ, ପାରୁପାଲ୍ଲୀ କାଶ୍ୟପ ଓ ଏଚ୍‌.ଏସ୍‌. ପ୍ରଣୟ ପ୍ରମୁଖ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅଲିମ୍ପିକ ଓ ପାରା ଅଲିମ୍ପିକ କ୍ୱାଲିଫିକେଶନ ବ୍ୟବସ୍ଥାରେ ଆମ ଆଥ୍‌ଲେଟମାନେ ଯେପରି କୌଣସି ସମସ୍ୟା ନ ପଡ଼ନ୍ତି ସେ ଦିଗରେ ଧ୍ୟାନ ଦିଆଯିବ ବୋଲି ବିଡବ୍ଲ୍ୟୁଏଫ୍‌ ଏକ ବିବୃତ୍ତିରେ ପ୍ରକାଶ କରିଛି। ଅନ୍ତର୍ଜାତୀୟ ଟୁର୍ନାମେଣ୍ଟଗୁଡ଼ିକ ପୁନର୍ବାର ଆରମ୍ଭ ନ ହେଲା ପର୍ଯ୍ୟନ୍ତ ବିଶ୍ୱ ର଼୍ୟାଙ୍କିଙ୍ଗକୁ ସ୍ଥିର ରଖାଯିବା ସମ୍ଭାବନା ରହିଛି ବୋଲି ବିଡବ୍ଲ୍ୟୁଏଫ୍‌ କହିଛି। ତେବେ କୌଣସି ନିଷ୍ପତ୍ତି ପୂର୍ବରୁ ଏହି ସମସ୍ୟାର ବୈଷୟିକ ସମାଧାନ ଦୃଷ୍ଟିକୋଣରୁ ବିଚାର କରାଯିବ। ନିୟମାନୁସାରେ ସିଙ୍ଗଲ୍ସ ପ୍ରତିଯୋଗିତ ପାଇଁ ବିଶ୍ୱ ର଼୍ୟାଙ୍କିଙ୍ଗର ଶୀର୍ଷ ୧୬ ଜଣ ଖେଳାଳି ଯୋଗ୍ୟତା ଅର୍ଜନ କରିବେ। ଡବଲ୍ସରେ ମଧ୍ୟ ଶ୍ରେଷ୍ଠ ୧୬ଯୋଡ଼ି ଅଲିମ୍ପିକ ଟିକେଟ ପାଇବେ। ଚଳିତ ମାସ ଆରମ୍ଭରେ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ ପରଠାରୁ ଅନ୍ତର୍ଜାତୀୟ କ୍ୟାଲେଣ୍ଡର ଅଟକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri