Posted inଖେଳ

ବ୍ୟାଟିଂ କୋଚ୍‌ ପାଇଁ ରାଠୋରଙ୍କ ଆବେଦନ

ନୂଆଦିଲ୍ଲୀ, ୩।୮ (ପି.ଟି.)- ପୂର୍ବତନ ଜାତୀୟ ଚୟନକର୍ତ୍ତା ବିକ୍ରମ ରାଠୋର ଭାରତୀୟ ସିନିୟର କ୍ରିକେଟ୍‌ ଦଳର ବ୍ୟାଟିଂ କୋଚ୍‌ ପାଇଁ ଆଶାବାଦୀ ରହିଛନ୍ତି। ଏହି ସମ୍ମାନଜନକ ପଦ ଲାଗି ସେ ଆବେଦନ କରିଥିବା ଜଣାପଡ଼ିଛି। ପୂର୍ବରୁ ଆଇପିଏଲ୍‌ ଦଳ ଦିଲ୍ଲୀ ଡେୟାରଡେଭିଲ୍ସ ବ୍ୟାଟିଂ କୋଚ୍‌ ତଥା ଅଜିଙ୍କ୍ୟ ରାହାନେଙ୍କ ବ୍ୟକ୍ତିଗତ ପ୍ରଶିକ୍ଷକ ପ୍ରବୀଣ ଆମ୍ରେ ମଧ୍ୟ ଏହି ପଦ ପାଇଁ ଦୌଡ଼ର ସର୍ବାଗ୍ରେ ରହିଛନ୍ତି। ବିସିସିଆଇର ଜୈନିକ ଅଧିକାରୀ ବ୍ୟାଟିଂ କୋଚ୍‌ ପଦ ପାଇଁ ରାଠୋର ଆବେଦନ କରିଥିବା ସ୍ବୀକାର କରିଛନ୍ତି। ‘ହଁ ଏହି ପଦ ପାଇଁ ରାଠୋର ଆଗ୍ରହୀ ରହିଛନ୍ତି। ଫଳରେ ବ୍ୟାଟିଂ କୋଚ୍‌ ଚୟନ ଏବେ ରୋମାଞ୍ଚକ ହେବ’ ବୋଲି ଏହି ଅଧିକାରୀଜଣଙ୍କ କହିଛନ୍ତି। ପୂର୍ବରୁ ରାଠୋର ଭାରତୀୟ ୧୯ ବର୍ଷରୁ କମ୍‌ ଦଳର ବ୍ୟାଟିଂ କୋଚ୍‌ ଏବଂ ଏନ୍‌ସିଏ ବ୍ୟାଟିଂ ପରାମର୍ଶଦାତା ପାଇଁ ଆବେଦନ କରିଥିଲେ ମଧ୍ୟ ‘ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ’ ଲାଗି ତାଙ୍କ ଦରଖାସ୍ତ ଖାରଜ ହୋଇଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଜାତୀୟ ଦଳର ବ୍ୟାଟିଂ କୋଚ୍‌ ରହିଥିବା ସଞ୍ଜୟ ବାଙ୍ଗର ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମଧ୍ୟକ୍ରମ ବ୍ୟାଟିଂ ବିଫଳତା ସୁଧାରିବାରେ ସମର୍ଥ ହୋଇପାରି ନ ଥିଲେ। ବିଶ୍ୱକପ୍‌ ସେମିଫାଇନାଲରୁ ଭାରତର ବିଦାୟ ପଛରେ ମଧ୍ୟକ୍ରମ ବିଫଳତା ରହିଥିଲା ଏକ ପ୍ରମୁଖ କାରଣ ରହିଥିଲା। ତେଣୁ ବାଙ୍ଗର ଏହି ପଦରୁ ବିଦାୟ ନେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ବିଶ୍ୱକପ୍‌ ପରେ ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଯାଇଥିଲେ ମଧ୍ୟ ବିସିସିଆଇ ଓ୍ବେଷ୍ଟଇଣ୍ଡିଜ ଟୁର୍‌କୁ ଦୃଷ୍ଟିରେ ରଖି ଏହାକୁ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ବିଶ୍ୱକପ୍‌ ବିଜୟୀ ପୂର୍ବତନ ଅଧିନାୟକ କପିଳ ଦେବ, ପୂର୍ବତନ ବ୍ୟାଟ୍ସମ୍ୟାନ ତଥା କୋଚ୍‌ ଅଂଶୁମାନ ଗାଏକ୍ୱାଡ ଓ ମହିଳା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟିକା ଶାନ୍ତା ରାମାସ୍ବାମୀଙ୍କୁ ନେଇ ଗଠିତ କ୍ରିକେଟ୍‌ ପରାମର୍ଶଦାତା କମିଟି (ସିଏସି) ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍‌ ଚୟନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri