ବ୍ୟାଙ୍କ ଆଗରେ ଜମାକାରୀଙ୍କ ଭିଡ଼: ଜମାଖାତାରୁ ଟଙ୍କା ଗାଏବ ଗୁଜବ

ଗୋପ,୧୬ା୪(ଡି.ଏନ.ଏ): କରୋନା ମହାମାରୀକୁ ନେଇ ଏବେ ସାରା ରାଜ୍ୟରେ ମାନ୍ଦାବସ୍ଥା ଦେଖାଦେଇଛି। ଏପରି ସ୍ଥିତିରେ ବିଭିନ୍ନ ବ୍ୟାଙ୍କରେ ଥିବା ଜମାଖାତାରୁ ସରକାର ଟଙ୍କା ଉଠାଇ ନେଉଥିବା ଭଳି ଏକ ଗୁଜବ ଗୋପ ଅଞ୍ଚଳରେ ବୁଧବାର ପ୍ରଚାରିତ ହୋଇଛି। ଫଳରେ ଶହ ଶହ ଜମାକାରୀ ନିଜ ଜମାଖାତାରୁ ଟଙ୍କା ଉଠାଇ ନେବା ଲାଗି ଗୋପର ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ଭିଡ ଲଗାଇଥିଲେ। ଖବର ପାଇ ପୋଲିସ ପହଞ୍ଚି ବୁଝାଶୁଝା କରିବା ସହ ସାମାଜିକ ଦୂରତା ରଖିବା ଲାଗି କହିଥିଲେ। ଏ ନେଇ ସେଠାରେ ଥିବା ରଞ୍ଜନା ସାହୁ, ଶଙ୍ଖଲତା ବେହେରା, ପ୍ରମୋଦିନି ମୁଦୁଲିଙ୍କୁ ପଚାରିବାରେ କହିଛନ୍ତି, ସରକାର ଆମ ଖାତାରୁ ଟଙ୍କା ଉଠାଇ ନେବା କଥା ଶୁଣିବା ପରେ ବ୍ୟାଙ୍କକୁ ଆସିଛୁ। ଆମର ତ ଅଳ୍ପ ଟଙ୍କା ଅଛି। ନ ନେଲେ କେମିତି ଚଳିବୁ। ଅନ୍ୟପକ୍ଷରେ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପଚାରିବାରେ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ଅଛି, ସେମାନେ ତାଙ୍କ ଟଙ୍କା ନେଉଛନ୍ତି ବୋଲି କହିଥିଲେ।