ବ୍ୟବସାୟୀଙ୍କ ଠାରୁ ଅଳଙ୍କାର ବ୍ୟାଗ ଚୋରି

ଦାରିଙ୍ଗବାଡି,୮ା୧୧(ଡି.ଏନ୍‌.ଏ.)- ଦାରିଙ୍ଗବାଡି ଥାନା ଅଞ୍ଚଳରୁ ଜଣେ ସୁନା ବ୍ୟବସାୟୀଙ୍କ ବାଇକ ଡିକିରୁ ସୁନା ଏବଂ ରୁପା ଗହଣା ଥିବା ବ୍ୟାଗ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏନେଇ ବ୍ୟବସାୟୀ ସୁଦର୍ଶନ ନାୟକ ଅଭିଯୋଗ କରିଛନ୍ଥି। ସୁଦର୍ଶନ ଏକ ବ୍ୟାଗରେ ପ୍ରାୟ ୮କେଜି ଓଜନର ରୁପା ଓ ସୁନା ଗହଣା ନେଇ ଦାରିଙ୍ଗବାଡି ବଜାରକୁ ବୁଲି ବିକ୍ରି କରିବାକୁ ବାହାରିଥିଲେ। ବିକ୍ରି ବଦଳରେ କେବଳ ପୂର୍ବ ବକେୟା ଆଦାୟ କରି ଘରକୁ ଫେରିଥିଲେ। ଡିକିରୁ ଗହଣା ବ୍ୟାଗ ବାହାର କରିବାକୁ ଡିକି ଖୋଲିବାବେଳେ ବ୍ୟାଗ ନଥିବା ଦେଖିଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ବ୍ୟାଗରେ ଥିବା ସୁନା ଓ ରୂପାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି।