ବ୍ୟବସାୟୀଙ୍କୁ କାରବାର ଚିନ୍ତା

ମୁମ୍ବାଇ,୨୧।୪: ଦେଶ ମଧ୍ୟରେ କରୋନା ଭୂତାଣୁ ନିୟନ୍ତ୍ରଣକୁ ଆସୁ ନ ଥିବା ଯୋଗୁ ଲକ୍‌ଡାଉନ ଅବଧି ଆସନ୍ତା ମାସ ୩ ତାରିଖକୁ ବଢ଼ାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ବାଦ୍‌ ଅନ୍ୟ ସମସ୍ତ ବ୍ୟବସାୟ ଏବେ ବନ୍ଦ ରହିଛି। ଲୋକମାନେ ଯେଭଳି ଅସୁବିଧା ସାମ୍ନା ନ କରିବେ ତାକୁ ଧ୍ୟାନରେ ରଖି ସରକାର ପ୍ରାଥମିକ ପର୍ଯ୍ୟାୟ ୧.୭ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଲକ୍‌ଡାଉନ ପାଇଁ ବିଭିନ୍ନ କ୍ଷେତ୍ରର ବ୍ୟବସାୟୀ ଏବେ ଚିନ୍ତାରେ ରହିଛନ୍ତି। ଗତ ୨୫ ଦିନ ହେବ ବ୍ୟବସାୟ ବନ୍ଦ ହୋଇ ରହିଥିବା ବେଳେ ଲକ୍‌ଡାଉନ ଖୋଲିବା ପରେ ମଧ୍ୟ ବ୍ୟବସାୟ ରୂପରେଖ କ’ଣ ରହିବ ତାକୁ ନେଇ ଏବେ ଲୋକଙ୍କ ଚିନ୍ତା ବଢ଼ିଯାଇଛି।
ଭାରତୀୟ ରେଷ୍ଟୁରାଣ୍ଟ ଏବଂ ଫୁଡ୍‌ ସର୍ଭିସ ଶିଳ୍ପ ଏବେ ଠପ୍‌ ହୋଇରହିଛି। କନ୍‌ସଲଟାନ୍ସି ଫାର୍ମ କେୟାର ରେଟିଂ ପକ୍ଷରୁ ହୋଇଥିବା ଏକ ଆକଳନ ମୁତାବକ ଭାରତରେ ଏହି ଶିଳ୍ପର କାରବାର ପ୍ରାୟ ୫୦ ବିଲିୟନ ଡଲାର ହେବ। କାରବାର ବନ୍ଦ ଥିବାରୁ ଏବେ ରାଜସ୍ବ ଆସିବା ବନ୍ଦ ରହିଛି। ଭଡ଼ା, କର୍ମଚାରୀଙ୍କ ବେତନ, ଇଣ୍ଟରେଣ୍ଟ ପେମେଣ୍ଟ ଦେବାକୁ ପଡୁଥିବାରୁ ଏହା ବ୍ୟବସାୟୀଙ୍କ ଲାଗି ଚିନ୍ତା ବଢ଼ାଇଛି। ଏବେ ଲୋକମାନେ ଘରେ ସମ୍ପୂର୍ଣ୍ଣ ଭାବେ ଘରେ ଥିବାରୁ ଖୁଚୁରା ବ୍ୟବସାୟ ଗଭୀର କ୍ଷତିଗ୍ରସ୍ତ। ମ୍ୟାନେଜମେଣ୍ଟ କନ୍‌ସଲଟାଣ୍ଟ କେପିଏମ୍‌ଜି ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ମୁତାବକ ଦେଶର ରିଟେଲ ସେଣ୍ଟର ମୋଟ ଜିଡିପିକୁ ପ୍ରାୟ ୧୦% ଯୋଗଦାନ ରଖିଥାଏ। ଏହି କ୍ଷେତ୍ରରେ ଦେଶର ମୋଟ ଶ୍ରମଶକ୍ତିର ପ୍ରାୟ ୮% ଲୋକ କାମ କରୁଛନ୍ତି। ଜିଡିପିକୁ ୧୨% ଯୋଗଦାନ ରଖୁଥିବା ବିମାନ ଚଳାଚଳ ଏବଂ ପର୍ଯ୍ୟଟନ ଶିଳ୍ପରେ ଅବସ୍ଥା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ୩୮ ନିୟୁତ ଲୋକଙ୍କ ଚାକିରି ଏବେ ପ୍ରଭାବିତ ହୋଇଛି, ଯାହା ଉକ୍ତ କ୍ଷେତ୍ରଗୁଡିକର ମୋଟ ଶ୍ରମଶକ୍ତିର ପ୍ରାୟ ୭୦% ବୋଲି କେମିଏମ୍‌ଜି ଏହାର ଆକଳନରେ ପ୍ରକାଶ କରିଛି।
କୋଭିଡ୍‌-୧୯ ଦେଶର ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ର ଅଣ୍ଟା ଭାଙ୍ଗି ଦେଇଛି। ଦେଶର ମୋଟ ଅର୍ଥନୈତିକ କାର୍ଯ୍ୟକଳାପର ମୋଟ ୩୦% ଏହି କ୍ଷେତ୍ର ଯୋଗଦାନ ରଖିଥାଏ। ୧୧୧ ନିୟୁତ ଲୋକ କ୍ଷୁଦ୍ର ଶିଳ୍ପରେ ନିଜର ଗୁଜୁରାଣ ମେଣ୍ଟାନ୍ତି ବୋଲି ସରକାରୀ ଆକଳନରୁ ଜଣାପଡିଛି। ଲକ୍‌ଡାଉନ ଅବଧି ବଢିଥିବାରୁ ଶିଳ୍ପର ଚିନ୍ତା ମଧ୍ୟ ବଢିଛି। ଏଥିରେ କାମ କରୁଥିବା ଲୋକଙ୍କ ଚାକିରି ଉପରେ ମଧ୍ୟ କଳାବାଦଲ ଛାଇହୋଇ ରହିଛି। କରୋନା ଝଟକାକୁ ସମ୍ଭାଳିବା ଲାଗି ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପଦକ୍ଷେପ ନେଇଛନ୍ତି। କିଛି ଦେଶ କମ୍ପାନୀଗୁଡିକର ବେତନ ବିଲ୍‌ ଉପରେ ସୁବିଧା ଦେବାକୁ କହିବା ସହ ସ୍ବତନ୍ତ୍ର ପ୍ୟାକେଜ ପ୍ରଦାନ କରିଛନ୍ତି। ହେଲେ ଭାରତରେ ଏଭଳି କୌଣସି ପ୍ୟାକେଜ ଆସି ନ ଥିବାରୁ ଏହାକୁ ନେଇ ଶିଳ୍ପ କ୍ଷେତ୍ର ଏବଂ ବିଶେଷଜ୍ଞଙ୍କ ଆଶଙ୍କା ବଢ଼ିଯାଇଛି। କନ୍‌ସଲଟାନ୍ସି ଫାର୍ମ ଅକ୍ସଫୋର୍ଡ ଇକୋନୋମିକ୍ସର ଭାରତ ଏବଂ ଦକ୍ଷିଣ ଏସିଆ ମୁଖ୍ୟ ପ୍ରିୟାଙ୍କ କିଶୋର କହିଛନ୍ତି ଯେ, କରୋନାକୁ ପ୍ରତିରୋଧ କରିବା ଦିଗରେ ଲକ୍‌ଡାଉନ ଏକ ଭଲ ପଦକ୍ଷେପ ମାତ୍ର ଅଧିକ ହାରରେ ଟେଷ୍ଟିଂ ହେବାର ଆବଶ୍ୟକତା ରହିଛି। ଆର୍ଥତ୍କ ପ୍ୟାକେଜ ଶୀଘ୍ର ଘୋଷଣା ହେଲେ ଶିଳ୍ପଗୁଡିକ ଏହା ଦ୍ୱାରା ନିଜ ସ୍ଥିତିକୁ ସମ୍ଭାଳିବାରେ ସକ୍ଷମ ହୋଇପାରନ୍ତେ।
ମୁମ୍ବାଇଭିତ୍ତିକ ଆକ୍ୟୁଟ ରେଟିଂ ଆଣ୍ଡ ରିସର୍ଚ୍ଚ ମୁତାବକ କରୋନା କଟକଣା ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ଏବେ ଦୈନିକ ୪.୬ ବିଲିୟନ ଡଲାର କ୍ଷତି ସହୁଛି। ଦେଶର ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ବିଶ୍ୱ ମାନ୍ଦାବସ୍ଥା ସହ ଭାରତ ଲଡୁଥିବା ବେଳେ କରୋନା ସ୍ଥିତି ଏହାକୁ ଆହୁରି ସଙ୍କଟାପନ୍ନ କରିଛି। କୋଭିଡ୍‌-୧୯ ପାଇଁ ପର୍ଯ୍ୟଟନ, ଭ୍ରମଣ ଏବଂ ମନୋରଞ୍ଜନ ଶିଳ୍ପର ସ୍ଥିତି ବେହାଲ ହୋଇଛି। ଏହି କ୍ଷେତ୍ରଗୁଡିକରେ ସ୍ଥିତି ଆଗାମୀ ୬ ମାସରେ ମଧ୍ୟ ସୁଧୁରିବ କି ନାହିଁ ସେ ନେଇ ସ୍ପଷ୍ଟ ନ ଥିବା ଆକ୍ୟୁଟ ରେଟିଂର ମୁଖ୍ୟ ଆନାଲିଟିକାଲ ଅଧିକାରୀ ସୁମନ ଚୌଧୁରୀ ସୂଚନା ଦେଇଛନ୍ତି। ୨୦୧୮ ଶେଷ ଆଡ଼କୁ ଆଇଏଲ୍‌ଆଣ୍ଡ ଏଫ୍‌ଏସ୍‌ ସଙ୍କଟ ପରେ କମ୍ପାନୀଗୁଡିକ ଋଣ ଲାଭ କରିବାରେ ଅନେକ ସମସ୍ୟା ସାମ୍ନା କରୁଛନ୍ତି। କ୍ଷତିଗ୍ରସ୍ତ ଚାହିଦାକୁ ସୁଧାରିବାରେ କମ୍ପାନୀଙ୍କୁ ଏବେ ଅନେକ ଅସୁବିଧା ସାମ୍ନା କରିବାକୁ ପଡିବ। ମଧ୍ୟମ ମିଆଦୀ ଭିତ୍ତିରେ କ୍ଷୁଦ୍ର ଏବଂ ମଧ୍ୟମ ବର୍ଗ ଶିଳ୍ପଗୁଡିକ ସେମାନଙ୍କ ସ୍ଥିତି ବଜାୟ ରଖିବାକୁ ଅଧିକ ସଂଗ୍ରାମ କରିବେ।
ଏବେ ଭିତ୍ତିଭୂମି କ୍ଷେତ୍ର କାର୍ଯ୍ୟକଳାପ ବନ୍ଦ ମନ୍ଥର ଥିବାରୁ ସିମେଣ୍ଟ, ଇସ୍ପାତ ଏବଂ ନିଯୁକ୍ତି ଉପରେ ଏହା ପ୍ରଭାବ ପକାଉଛି। ଲକ୍‌ଡାଉନ ପରେ ଅଧିକ ପରିମାଣରେ ଚାକିରି ଯିବା ଆଶଙ୍କା ରହିଛି ବୋଲି ସିଆଇଆଇ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଛି। ଭାରତୀୟ ମିଡିଆ ଶିଳ୍ପ ମଧ୍ୟ କରୋନା ପ୍ରଭାବରୁ ବର୍ତ୍ତିପାରିବ ନାହିଁ ବୋଲି ନ୍ୟାଶନାଲ ୟୁନିୟନ ଅଫ୍‌ ଜର୍ନାଲିଷ୍ଟ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି। ବର୍ତ୍ତମାନ ଯାଏ ବାଣିଜ୍ୟଗୁଡିକୁ ସହାୟତା କରିବା ଲାଗି ସରକାର କେବଳ କେତେକ ନିୟାମକ ପଦକ୍ଷେପ ଘୋଷଣା କରିଛନ୍ତି। ଆର୍‌ବିଆଇ ପକ୍ଷରୁ ମୋରାଟୋରିୟମ ସମେତ ଆଉ କିଛି ପଦକ୍ଷେପ ଆସିଛି। ୨୦ ଏପ୍ରିଲଠାରୁ କିଛି କ୍ଷେତ୍ର ଲାଗି କଟକଣା କୋହଳ କରାଯାଇଛି। ସ୍ବତନ୍ତ୍ର ପ୍ୟାକେଜ ଆଶା କରାଯାଉଛି। ଏହା କମ୍ପାନୀଗୁଡିକୁ ସୁବିଧା ହେଲା ଭଳି ଆଉ କିଛି ନିୟାମକ ପଦକ୍ଷେପ ସରକାର ଗ୍ରହଣ କରନ୍ତୁ ବୋଲି ବିଶେଷଜ୍ଞ କହିଛନ୍ତି। ଲକ୍‌ଡାଉନ ଯୋଗୁ ଲୋକମାନେ ଏବେ ଘରକୁ ପଳାଇଛନ୍ତି। ସେମାନେ କର୍ମକ୍ଷେତ୍ରକୁ କେବେ ଫେରିବେ ସେ ନେଇ ମଧ୍ୟ ଠିକ୍‌ ନାହିଁ। ଏଭଳି ସମୟରେ ଶିଳ୍ପର ଅବସ୍ଥା କେବେ ଟ୍ରାକ୍‌କୁ ଫେରିବ ସେ ନେଇ ବିଶେଷଜ୍ଞ ଆଶଙ୍କାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇଥିଲେ ବରିଷ୍ଠ କିରାଣୀ ଗୋବର୍ଦ୍ଧନ, ମିଳିଲା ଏମିତି ଦଣ୍ଡ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ତଥା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ବ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୋବର୍ଦ୍ଧନ…

ବରଗଡ଼ ଧନୁଯାତ୍ରା: ଉଠିଲା କଂସ କଳାକାର ପରିବର୍ତ୍ତନ ଦାବି

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ…

ବନ୍ଦ ହେବ ରାସାୟନିକ ପ୍ରକ୍ର୍ରିୟାକୃତ ପନିର ବିକ୍ରି

ନୂଆଦିଲ୍ଲୀ,୨୫।୯: ଖାଦ୍ୟ ଅପମିଶ୍ରଣ ଏବଂ ଖାଦ୍ୟ ପ୍ୟାକେଟ୍‌ରେ ବିଭ୍ରାନ୍ତିକର ଦାବି କରୁଥିବା କମ୍ପାନୀଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ଲକ୍ଷ୍ୟରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ…

୨ ଦାଦନ ସର୍ଦ୍ଦାରଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ: ଶ୍ରମିକ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?