Posted inଫୁରସତ

ବ୍ୟକ୍ତିତ୍ୱ: ସମାଜ ସଚେତକ ସ୍ରଷ୍ଟା ମୁଲକ ରାଜ ଆନନ୍ଦ

କେବଳ ଏହି ଗୋଟିଏ ଉପନ୍ୟାସ ନୁହେଁ; ସେ ତାଙ୍କ ପ୍ରତ୍ୟେକ ରଚନାରେ ସମାଜର ଅବ୍ୟବସ୍ଥାକୁ ଆଗକୁ ଆଣିଛନ୍ତି। ସେଥିଲାଗି ଯଥାର୍ଥରେ ତାଙ୍କୁ ଜଣେ ସମାଜ ସଚେତକ ସ୍ରଷ୍ଟା ବୋଲି କୁହାଯାଇଥାଏ।
ଆମର ସମାଜ ଏବେ ସୁଦ୍ଧା ଜଟିଳ ଗଣିତ ହୋଇ ରହିଛି। ଏଠି କିଛି ଲୋକ ଧନ ସମ୍ପତ୍ତିରେ ବୁଡ଼ି ରହିଥିବା ବେଳେ ଆଉ କିଛି ଲୋକ ମୁଠାଏ ଖାଇବା ପାଇଁ ଡହଳ ବିକଳ ହୋଇଥାନ୍ତି। ଠିକ୍‌ ଯେମିତି ମୁଲକ ରାଜ ଆନନ୍ଦଙ୍କ ଉପନ୍ୟାସ ‘ଟୁ ଲିଭ୍ସ ଆଣ୍ଡ ଏ ବଡ୍‌’ର ନାୟକ ଗଙ୍ଗୁ। ଗଙ୍ଗୁ ଜଣେ ଗରିବ ଭୂମିହୀନ ଚାଷୀ। ସ୍ତ୍ରୀ ସଜନୀ, ଝିଅ ଲୈଲା ଓ ପୁଅ ବୁଧୁକୁ ନେଇ ସଂସାର। ଦିନକୁ ଦୁଇଓଳି ପିଲାଙ୍କୁ ଖାଇବାକୁ ଦେଇପାରେନା। ତେଣୁ ସେ ଦିନେ ନିଜର ପିଲାଛୁଆଙ୍କୁ ଧରି ଆସାମ ଚାଲିଯାଏ। ଉଦ୍ଦେଶ୍ୟ ଚା’ ବଗିଚାରେ କାମ କରିବ। ପିଲାଙ୍କୁ ମଣିଷ କରିବ। ମାତ୍ର ଆସାମରେ ପହଞ୍ଚତ୍ବା ପରେ ଗଙ୍ଗୁର ସ୍ବପ୍ନ ଭାଙ୍ଗିଯାଏ। ସେ ଜାଣେ ଯେ, ସେ ଫଶି ଯାଇଛି। ସେଠାରେ ଲୋକମାନଙ୍କୁ କ୍ରୀତଦାସ କରି ରଖାଯାଉଛି। ମାଲିକମାନେ ମଜଦୂରମାନଙ୍କୁ ପୋକ ମାଛିଠୁ ବି ହୀନ ମଣୁଛନ୍ତି। ମାତ୍ର ଆଉ କିଛି ଉପାୟ ନଥାଏ ଗଙ୍ଗୁର। ସେ ଆଉ ଫେରିପାରେନା। କର୍ମ ଆଦରି ରହେ। ମାତ୍ର ସେତିକିରେ ତା’ର ଦୁଃଖ ସରେନା। ସ୍ତ୍ରୀ ସଜନୀ ଓ ଝିଅ ଲୈଲାଙ୍କୁ ବଳାତ୍କାର କରାଯାଏ।

ଏମିତି ଏକ ରୁଗ୍‌ଣ ସମାଜର ଛବି ଦେଖିବାକୁ ମିଳେ ମୁଲକ ରାଜ ଆନନ୍ଦଙ୍କ ଉପନ୍ୟାସରେ। କେବଳ ଏହି ଗୋଟିଏ ଉପନ୍ୟାସ ନୁହେଁ; ସେ ତାଙ୍କ ପ୍ରତ୍ୟେକ ରଚନାରେ ସମାଜର ଅବ୍ୟବସ୍ଥାକୁ ଆଗକୁ ଆଣିଛନ୍ତି। ସେଥିଲାଗି ଯଥାର୍ଥରେ ତାଙ୍କୁ ଜଣେ ସମାଜ ସଚେତକ ସ୍ରଷ୍ଟା ବୋଲି କୁହାଯାଇଥାଏ।

ଦାରିଦ୍ର୍ୟ ପୀଡ଼ିତ ସମାଜର ପ୍ରତିନିଧି : ଏହି ସ୍ରଷ୍ଟା ହେଉଛନ୍ତି ଏକ ପୀଡ଼ିତ ସମାଜର ସାର୍ଥକ ପ୍ରତିନିଧି। ଦାରିଦ୍ର୍ୟରେ ଦଳିତ ସମାଜର ଦୁର୍ଦ୍ଦଶାକୁ ସେ ବେଶ୍‌ ମାର୍ମିକ ଭାବରେ ବର୍ଣ୍ଣନା କରିଛନ୍ତି। ତାଙ୍କ ରଚନାର ଆବେଦନ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱକୁ ପ୍ରସାରିତ ହୋଇଛି। ସମ୍ପ୍ରତି ଭାରତୀୟ ଇଂରାଜୀ ସାହିତି୍ୟକମାନଙ୍କୁ ଯେଉଁ ଅନ୍ତଃରାଷ୍ଟ୍ରିୟ ସମ୍ମାନ ଓ ମର୍ଯ୍ୟାଦା ପ୍ରାପ୍ତ ହେଉଛି ତା’ ପଛରେ ରହିଛି ମୁଲ୍‌କ ରାଜ୍‌ ଆନନ୍ଦଙ୍କର ଏକ ଗରୁତ୍ୱପୂର୍ଣ୍ଣ ଅବଦାନ। ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ‘ପଦ୍ମ ଭୂଷଣ’ ସମ୍ମାନ ପ୍ରଦାନ କରାଯାଇଛି।
ଭାରତରୁ ଜେନିଭା : ଏକ ପରାଧୀନ ରାଷ୍ଟ୍ରରେ ମୁଲ୍‌କ ଜନ୍ମ ହୋଇଥିଲେ। ୧୯୦୫, ଡିସେମ୍ବର ୧୨ ହେଉଛି ତାଙ୍କର ଜନ୍ମଦିନ। ଅମୃତସରର ଖାଲ୍‌ସା କଲେଜ୍‌ରେ ସେ ଶିକ୍ଷା ଲାଭ କରିଥିଲେ। ତା’ପରେ ଗଲେ ଇଂଲଣ୍ଡ। ଲଣ୍ଡନ୍‌ର ୟୁନିଭର୍ସିଟି କଲେଜରେ ସେ ଉଚ୍ଚଶିକ୍ଷା ହାସଲ କଲେ। କ୍ୟାମ୍ବ୍ରିଜ୍‌ ୟୁନିଭର୍ସିଟିରୁ ଡକ୍ଟର ଡିଗ୍ରୀ ହାସଲ କରି ତତ୍କାଳୀନ ଶିକ୍ଷିତ ସମାଜରେ ନିଜ ପାଇଁ ଏକ ସ୍ଥାନ ତିଆରି କରିଥିଲେ। ଜେନିଭାରେ ସେ ତାଙ୍କ ଜୀବନର ବହୁଳାଂଶ ବିତାଇଥିଲେ। ସେଠାକାର ଲିଗ୍‌ ଅଫ୍‌ ନେସନ୍‌ସ ସ୍କୁଲ୍‌ ଅଫ୍‌ ଇଣ୍ଟେଲେକ୍‌ଚୁଆଲ କୋଅପରେସନ୍‌ରେ ଅଧ୍ୟାପକ ଭାବରେ କାର୍ଯ୍ୟ କରି ନିଜର କର୍ମକୁଶଳତାର ପରିଚୟ ଦେଇଥିଲେ।

ସମାଜ ସଂସ୍କାରକ : ସମାଜକୁ ଘୃଣା କରୁ ନଥିଲେ ମୁଲ୍‌କ। ବରଂ ସମାଜରେ ପ୍ରଚଳିତ ନୀତି, ନିୟମକୁ ସେ ବିରୋଧ କରୁଥିଲେ। ସେ କହୁଥିଲେ ଯେ, ସମାଜ ହିଁ ମଣିଷକୁ ଭାଗଭାଗ କରି ବାଣ୍ଟିଦେଇଛି। ଉଚ୍ଚଜାତି ନିଚ୍ଚଜାତି ହେଉ କି ଧନୀ ଗରିବ – ସବୁ ଏଇ ସମାଜର କଲାକର୍ମ। ତେଣୁ ସମାଜକୁ ବଦଳେଇବା ଦରକାର। ବିଶେଷକରି, ଭାରତର ଋଢ଼ୀବାଦୀ ସମାଜକୁ ସେ ଆଦୌ ବରଦାସ୍ତ କରିପାରୁ ନ ଥିଲେ। ଏହି ବିଦ୍ରୋହରୁ ଆରମ୍ଭ ହେଲା ତାଙ୍କର ସାହିତ୍ୟ ଯାତ୍ରା।

ଅନ୍‌ଟଚେବଲ : ସାମାଜିକ କୁସଂସ୍କାରର ଶିକାର ହୋଇ ଯେତେବେଳେ ତାଙ୍କର ଜଣେ ଘନିଷ୍ଠ ଆତ୍ମୀୟ ସୁଇସାଇଡ୍‌ କଲେ ସେତେବେଳେ ସତେ ଯେମିତି ଆଖି ଖୋଲିଗଲା ଏହି ସ୍ରଷ୍ଟାଙ୍କର। ଭିନ୍ନ ସମ୍ପ୍ରଦାୟର ଜଣେ ବ୍ୟକ୍ତି ସହିତ ବନ୍ଧୁତ୍ୱ ସ୍ଥାପନ କରିଥିବା ତାଙ୍କର ଆତ୍ମୀୟଙ୍କୁ ସମାଜରେ ନିନ୍ଦିତ ହେବାକୁ ପଡିଲା। ଫଳରେ ସେ ନିଜ ଜୀବନ ହରେଇଦେଲେ। ଏହା ମୁଲ୍‌କଙ୍କ ଛାତିରେ ଗଭୀର ଆଘାତ ଦେଇଥିଲା। ସେ ସମାଜର ଛୁଅଁା ଅଛୁଅଁା ଭେଦଭାବକୁ ନେଇ ଲେଖିଥିଲେ ତାଙ୍କର ପ୍ରଥମ ଉପନ୍ୟାସ ‘ଅନ୍‌ଟଚେବଲ’। ଏହି ଉପନ୍ୟାସ ହିଁ ତାଙ୍କୁ ଆଣିଦେଲା ଖ୍ୟାତି। କେବଳ ଭାରତରେ ନୁହେଁ; ସମଗ୍ର ବିଶ୍ୱରେ ସେ ଜଣେ ପ୍ରଖର ଅନୁଭୂତି ସମ୍ପନ୍ନ ଲେଖକ ଭାବରେ ମର୍ଯ୍ୟାଦା ହାସଲ କଲେ।

ବ୍ରିଟିଶ୍‌ ଅଭିନେତ୍ରୀ କ୍ୟାଥଲିନ୍‌ ଗେଲଡରଙ୍କ ସହିତ ପ୍ରେମ ସମ୍ପର୍କରେ ସମ୍ବନ୍ଧିତ ଥିଲେ ଏହି ସ୍ରଷ୍ଟା। ପ୍ରେମ ବିବାହକୁ ରୂପ ନେଇଥିଲା। ୧୯୩୯ରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସୁଶୀଲା ନାମ୍ନୀ ଗୋଟିଏ ଝିଅ ତାଙ୍କ ନିକଟରୁ ଜନ୍ମ ନେଇଥିଲା। ତେବେ ଏହି ବିବାହ କିଛି ଦିନ ପରେ ବିଚ୍ଛେଦର ରୂପ ନେଇଥିଲା। ୧୯୪୮ରେ ସେମାନେ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ। ୨୦୦୪ ମସିହା ସେପ୍ଟେମ୍ବର ୨୮ ତାରିଖରେ ଏହି ସ୍ରଷ୍ଟା ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

New Year ୨୦୨୬: ନୂଆବର୍ଷର ପ୍ରଥମ ସନ୍ଧ୍ୟାରେ କରନ୍ତୁ ଏହି ବିଶେଷ ଉପଚାର, ଘରେ ଦେବୀ ଲକ୍ଷ୍ମୀଙ୍କ…

୨୦୨୬ ବର୍ଷ ଆରମ୍ଭ ହୋଇଛି। ଆଜି ନୂତନ ବର୍ଷର ପ୍ରଥମ ଦିନ। ସମସ୍ତେ ନିଜ ପରିବାର ଏବଂ ବନ୍ଧୁମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଉଛନ୍ତି ।...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri