Posted inଫୁରସତ

ବ୍ୟକ୍ତିତ୍ୱ: ଭାରତୀୟ ନାଟ୍ୟ ଚେତନାର ପ୍ରଣମ୍ୟ ପୁରୁଷ ବିଜୟ ତେନ୍ଦୁଲକର

ଭାରତୀୟ ନାଟ୍ୟ ଚେତନାର ଜଣେ ଅଗ୍ରଣୀ ତଥା ପ୍ରଣମ୍ୟ ପୁରୁଷ ହେଉଛନ୍ତି ବିଜୟ ତେନ୍ଦୁଲକର। ତାଙ୍କର ପୂରା ନାମ ବିଜୟ ଧୋଣ୍ଡୁପନ୍ତ ତେନ୍ଦୁଲକର। ତେବେ ସେ କେବଳ ବିଜୟ ତେନ୍ଦୁଲକର ନାମରେ ଭାରତୀୟ ସାହିତ୍ୟ ଜଗତରେ ଅତି ପରିଚିତ। କେବଳ ନାଟକ ରଚନା କ୍ଷେତ୍ରରେ ତାଙ୍କର ପ୍ରତିଭା ସୀମିତ ନ ଥିଲା। ଅଧିକନ୍ତୁ ସେ ନାଟକ ଲେଖିବା ସହିତ ଚଳଚ୍ଚିତ୍ର ତଥା ଟେଲିଭିଜନ ଜଗତ ସହିତ ସଂଶ୍ଳିଷ୍ଟ ଥିଲେ। ସେତିକିନୁହେଁ, ସେ ଥିଲେ ଜଣେ ଉଚ୍ଚକୋଟୀର ପ୍ରାବନ୍ଧିକ ତଥା ରାଜନୈତିକ ଖବରଦାତା। ପୁଣି ମରାଠୀ ଭାଷାର ସୋସିଆଲ କମେଣ୍ଟେଟର ଭାବରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ନାଟକଗୁଡ଼ିକ ବହୁଭାବରେ ଭାରତୀୟ ଭାଷା ସାହିତ୍ୟକୁ ସମୃଦ୍ଧ କରିଛି। ସେଥିମଧ୍ୟରେ ରହିଛି ସାନ୍ତାନ୍ତା! କୋର୍ଟ ଚାଲୁଆହେ (ଚୁପ୍‌! କୋର୍ଟ ଚାଲିଛି), ଘାସିରାମ୍‌ କୋଟଓ୍ବାଲ, ସଖାରାମ୍‌ ବିନ୍ଦର ଆଦିକୁ ଗୋଟିଏ ଗୋଟିଏ ମାଇଲ୍‌ଖୁଣ୍ଟ ବୋଲି ଗ୍ରହଣ କରାଯାଇପାରେ। ସାହିତ୍ୟ ସମାଲୋଚକଙ୍କ ମତରେ ବିଜୟ ତେନ୍ଦୁଲକର ଥିଲେ ଜଣେ ବାସ୍ତବବାଦୀ ଲେଖକ। ସେ ତାଙ୍କ ରଚନାର କଞ୍ଚାମାଲ ସଂଗ୍ରହ କରୁଥିଲେ ବାସ୍ତବ ଜୀବନର ଘଟାଟୋପ ମଧ୍ୟରୁ। ସେ ଯେଉଁ ଜୀବନ ବଞ୍ଚୁଥିଲେ ତାହାକୁ ନେଇ ସେ ତାଙ୍କର ସାହିତ୍ୟ ସର୍ଜନା କରୁଥିଲେ। ଗୋଟିଏ ସମୟରେ ସେ ୟୁଏସ୍‌ ୟୁନିଭର୍ସିଟିରେ ପ୍ଲେ ରାଇଟ୍‌ ବା ନାଟକ ରଚନାର ଶିକ୍ଷା ପ୍ରଦାନ କରୁଥିଲେ। ଦୀର୍ଘ ପଚାଶ ବର୍ଷରୁ ଅଧିକ କାଳ ଧରି ସେ ମହାରାଷ୍ଟ୍ରର ଜଣେ ପ୍ରତିଭାବାନ୍‌ ନାଟ୍ୟକାର ତଥା ଥିଏଟର ପର୍ସନାଲିଟି ଭାବରେ ପତିଆରା ବଜାୟ ରଖିଥିଲେ।

ଜନ୍ମ-ପିଲାବେଳ : ୧୯୨୮ ମସିହା ଜାନୁୟାରୀ ୬ ତାରିଖରେ ମୁମ୍ବାଇର ଗୁରୁଗାଓଁ ସ୍ଥିତ ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ବିଜୟ ତେନ୍ଦୁଲକର। ତାଙ୍କ ବାପା କିରାଣି ଚାକିରି କରିଥିଲେ। ତାଙ୍କର ମଧ୍ୟ ଏକ ବହି ପ୍ରକାଶନ ସଂସ୍ଥା ଥିଲା। ବାପା ବହି ପ୍ରକାଶନ କରୁଥିବାରୁ ତାଙ୍କ ଘରେ ସବୁବେଳେ ଲେଖକମାନଙ୍କର ଭିଡ଼ ଲାଗିରହୁଥିଲା। ପ୍ରଚୁର ବହି ମଧ୍ୟ ଥିଲା। ମୋଟାମୋଟି ଭାବରେ ଘରେ ଏକ ସମାନ୍ତରାଳ ସାରସ୍ବତ ପରିବେଶ ସୃଷ୍ଟି ହେଉଥିଲା। ଏଭଳି ଏକ ପରିବେଶରେ ବଢ଼ିଥିବା ହେତୁ କିଶୋର ବିଜୟ ତେନ୍ଦୁଲକରଙ୍କ ଭିତରେ ସାହିତ୍ୟ ପ୍ରତି ରୁଚି ବଢ଼ିବାକୁ ଲାଗିଲା। ସେ ଖୁବ୍‌ କମ୍‌ ବୟସରେ ବହି ସଂସ୍ପର୍ଶରେ ଆସିଲେ ଓ ତାହାକୁ ପଢ଼ିଲେ। ଏହା ହିଁ ତାଙ୍କୁ ପ୍ରକାରାନ୍ତରେ ଲେଖକ ହେବା ପାଇଁ ପ୍ରଚୋଦିତ କଲା। ପାଶ୍ଚାତ୍ୟ ନାଟକ ଦେଖିଦେଖି ତାଙ୍କର ପିଲାବେଳ ଅତିବାହିତ ହୋଇଥିଲା। ମାତ୍ର ୧୧ବର୍ଷ ବୟସରେ ସେ ତାଙ୍କର ପ୍ରଥମ ନାଟକ ଲେଖିଥିଲେ। କେବଳ ନାଟକ ଲେଖି ନ ଥିଲେ; ଅଧିକନ୍ତୁ ସେ ତାହାର ନିର୍ଦ୍ଦେଶନା ଦେଇଥିଲେ ଓ ନିଜେ ମଧ୍ୟ ସେଥିରେ ଅଭିନୟ କରିଥିଲେ।

ପାଠ ଛାଡ଼ିଲେ : ୧୯୪୨ ମସିହା। ଭାରତରେ ସ୍ବାଧୀନତା ସଂଗ୍ରାମର ବାତାବରଣ। ତାଙ୍କୁ ୧୪ବର୍ଷ ହୋଇଥାଏ। ସେ ଭାରତୀୟ ସ୍ବାଧୀନତା ସଂଗ୍ରାମରେ ସମ୍ମିଳିତ ହେବା ପାଇଁ ପାଠପଢ଼ା ଛାଡ଼ିଦେଲେ। ଏପରି କି ଘରଦ୍ୱାର, ବନ୍ଧୁବାନ୍ଧବଙ୍କୁ ଛାଡ଼ି ଏକୁଟିଆ ହୋଇଗଲେ। କେବଳ ଲେଖାଲେଖିକୁ ବାଦ୍‌ ଦେଲେ ସେ ଆଉକିଛି ବୁଝୁ ନ ଥିଲେ। ପ୍ରଚୁର ଲେଖୁଥିଲେ, ଯଦିଓ ସେ ସେସବୁକୁ ମଞ୍ଚସ୍ଥ କିମ୍ବା ପ୍ରକାଶିତ କରିବାକୁ ଇଚ୍ଛା କରୁ ନ ଥିଲେ। ପାଠପଢ଼ା ଛାଡ଼ିବା ପରେ ସେ ନବଜୀବନ ସଂଗଠନ ନାମକ ଏକ କମ୍ୟୁନିଷ୍ଟ ଗ୍ରୁପ୍‌ ସହିତ ସମ୍ପୃକ୍ତ ହୋଇଗଲେ। ସାରା ଜୀବନ ସେ ଜଣେ କମ୍ୟୁନିଷ୍ଟ ହୋଇ ରହିଥିଲେ ଆଉ ତାଙ୍କର ରଚନାରେ କମ୍ୟୁନିଷ୍ଟ ଭାବଧାରାର ପ୍ରତିଫଳନ ହୋଇଥିବା ଦେଖିବାକୁ ମିଳିଥିଲା। ଏକଦା ଏ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ, କମ୍ୟୁନିଷ୍ଟ କର୍ମୀଙ୍କ ଶୃଙ୍ଖଳା ତଥା ସେମାନଙ୍କର ତ୍ୟାଗ ଦ୍ୱାରା ସେ ବହୁଭାବରେ ଅନୁପ୍ରାଣିତ ହୋଇଥିଲେ।

ଖବରକାଗଜରୁ ନାଟକ : ବିଜୟ ତେନ୍ଦୁଲକର ଖୁବ୍‌ କମ୍‌ ବୟସରୁ ନାଟକ ଲେଖିବା ଆରମ୍ଭ କରିଥିଲେ ମଧ୍ୟ ତାଙ୍କର ପେସାଦାର ରଚନା ଆରମ୍ଭ ହୋଇଥିଲା ଖବରକାଗଜରୁ। ତେବେ ତାଙ୍କର ପ୍ରଥମ ପେସାଦାର ନାଟକ ଥିଲା ଆମଚ୍ୟାବର କୋଣ ପ୍ରେମ କରଣାର, ଇଂଲିଶରେ ଯାହାର ଅର୍ଥ ହୁ ଓ୍ବିଲ୍‌ ଲଭ୍‌ ଅସ୍‌? ଦ୍ୱିତୀୟ ନାଟକ ଥିଲା ଗୃହସ୍ଥ। ତେବେ ଏହି ନାଟକ ଦୁଇଟି ତାଙ୍କୁ ସେତେବେଶି ସଫଳତା ଦେଇ ନ ଥିଲା। ତେଣୁ ସେ ନିରାଶ ହୋଇ ଶପଥ ନେଇଥିଲେ ଯେ, ସେ ଆଉ ନାଟକ ଲେଖିବେ ନାହିଁ। ସାମ୍ବାଦିକତାକୁ ନେଇ କ୍ୟାରିୟର କରିବେ। ତେବେ ସେହି ସମୟ ଭିତରେ ତାଙ୍କ ହାତରୁ ଉତୁରିଲା ଏକ ନାଟକ ଯାହାର ଶୀର୍ଷକ ସେ ରଖିଥିଲେ ଶ୍ରୀମନ୍ତ। ଏହି ନାଟକଟି ତାଙ୍କୁ କେବଳ ଜଣେ ନାଟ୍ୟକାରର ମାନ୍ୟତା ଦେଇ ନ ଥିଲା; ଅଧିକନ୍ତୁ ତତ୍କାଳର ନାଟ୍ୟଧାରାକୁ ବଦଳେଇ ଦେଇଥିଲା। ସେତେବେଳର ରକ୍ଷଣଶୀଳ ସମାଜର ଛାତିରେ ଏହି ନାଟକ ଦେଇଥିଲା ଏକ ଶକ୍ତ ପ୍ରହାର। କୁଅଁାରୀ ଝିଅଟିଏ ତା’ ପେଟର ସନ୍ତାନକୁ ବଞ୍ଚେଇବାକୁ ନିଷ୍ପତ୍ତି ନେବା ଭଳି ସେତେବେଳର ଏକ ସମ୍ବେଦନଶୀଳ କାହାଣୀକୁ ନେଇ ନାଟକ ଲେଖିବା ତ ଦୂରର କଥା; ଚିନ୍ତା କରିବା ମଧ୍ୟ ଅନେକଙ୍କ ପାଇଁ ଥିଲା କାଠିକର ପାଠ। ମାତ୍ର ବାମପନ୍ଥୀ ବିଚାରଧାରାରେ ଅଭିମନ୍ତ୍ରିତ ବିଜୟ ତେନ୍ଦୁଲକର ତାହାକୁ ଏକ ସଫଳ ନାଟକରେ ରୂପାନ୍ତରିତ କରିଥିଲେ। ଏ ନାଟକକୁ ଆଜି ବି ମରାଠୀ ସାହିତ୍ୟରେ ଏକ କ୍ରାନ୍ତିକାରୀ ନାଟକ ବୋଲି କୁହାଯାଇଥାଏ।

ଧାରା ପ୍ରବର୍ତ୍ତକ : ଜୀବନ ବିଜୟ ତେନ୍ଦୁଲକରଙ୍କ ପାଇଁ ଥିଲା ଏକ ପ୍ରୟୋଗଶାଳା। ସେ ଏକ ନିମ୍ନ ମଧ୍ୟବିତ୍ତର ଜୀବନ ଅତିବାହିତ କରୁଥିଲେ। ସହରାଞ୍ଚଳରେ ନିମ୍ନ ମଧ୍ୟବିତ୍ତ ମଣିଷର ସ୍ଥିତି କେତେ ସଙ୍ଗିନ ତାହାକୁ ସେ ମର୍ମେ ମର୍ମେ ଅନୁଭବ କରିଥିଲେ। ଆଉ ସେ ସେହି ନିମ୍ନ ମଧ୍ୟବିତ୍ତର ଦୁଃଖକୁ ହିଁ କଞ୍ଚାମାଲ ଭାବରେ ଧରି ଆରମ୍ଭ କରିଥିଲେ ନାଟକ ଲେଖା; ଯାହା ପରବର୍ତ୍ତୀ କାଳରେ କେବଳ ଦର୍ଶକମାନଙ୍କୁ ନୁହେଁ ନାଟକ ଲେଖକମାନଙ୍କୁ ମଧ୍ୟ ବାଧ୍ୟ କରିଥିଲା ସେହି କାହାଣୀରେ ଅନୁପ୍ରାଣିତ ହେବା ପାଇଁ। ଏମିତିକି ଥିଏଟର ମାଲିକମାନେ ଚାହିଁଲେ ନିମ୍ନ ମଧ୍ୟବିତ୍ତର ସଂଘର୍ଷ ଆଉ ସଂଘାତକୁ ନେଇ ନାଟକ କରିବାକୁ। କହିବା ବାହୁଲ୍ୟ, ବିଜୟ ତେନ୍ଦୁଲକରଙ୍କ ଠାରୁ ହିଁ ବଦଳିଗଲା ମରାଠୀ ନାଟ୍ୟ ସାହିତ୍ୟର କାହାଣୀ ଧାରା।

୨୦୦୮, ମେ’ ୧୯ ତାରିଖରେ ଏହି ଯୋଗଜନ୍ମା ପ୍ରତିଭାଙ୍କର ପରଲୋକ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri