Posted inଫୁରସତ

ବ୍ୟକ୍ତିତ୍ୱ: ହ୍ୟୁଗୋ ଆଓ୍ବାର୍ଡ ପାଇଁ ମନୋନୀତ ଭାରତର ପ୍ରଥମ ଲେଖିକା ମିମି ମଣ୍ଡଲ

ମୋନିଦୀପା ମଣ୍ଡଲ ଓରଫ୍‌ ମିମି ହେଉଛନ୍ତି ଭାରତର ପ୍ରଥମ ଲେଖିକା (ରାଇଟର) ଯିଏ ସମ୍ମାନଜନକ ହ୍ୟୁଗୋ ଆଓ୍ବାର୍ଡ ପାଇଁ ମନୋନୀତ ହୋଇଥିଲେ। ସମ୍ପ୍ରତି ନ୍ୟୁୟର୍କରେ ରହୁଥିବ ମିମି ସାଧାରଣତଃ ଜଣେ ଫିକ୍ସନ୍‌ (ଗପ, ଉପନ୍ୟାସ ଇତ୍ୟାଦି)ର ଲେଖିକା। ସେ ବିବିଧ ପର୍ଯ୍ୟାୟର ବିଷୟବସ୍ତୁକୁ ନେଇ ତାଙ୍କର ସାହିତ୍ୟ ସୃଷ୍ଟି କରନ୍ତି। ଏମିତି ସେ ବହୁ ବିଜ୍ଞାନ ସମ୍ବଳିତ ଗଳ୍ପ ମଧ୍ୟ ରଚନା କରିଛନ୍ତି। ମିମି ‘ଲୁମିନିସେଣ୍ଟ ଥ୍ରେଡ୍‌’ର ସହଯୋଗୀ ସମ୍ପାଦକ ଭାବରେ ମଧ୍ୟ ସଫଳତାର ସହିତ ଦାୟିତ୍ୱ ନିଷ୍ପାଦନ କରିଛନ୍ତି। ସେ କାମ କରୁଥିବା ବେଳେ ‘ଲୁମିନିସେଣ୍ଟ ଥ୍ରେଡ୍‌’ ବହୁ ଦିଗରୁ ନୂତନତାକୁ ସାମ୍ନା କରିଛି। ମିମିଙ୍କ ପରିଚୟ ଏତିକିରେ ସୀମିତ ନୁହେଁ। ୨୦୧୨ରୁ ୨୦୧୩ – ଦୁଇବର୍ଷ ପାଇଁ ସେ ପେଙ୍ଗୁଇନ୍‌ ଇଣ୍ଡିଆରେ ସମ୍ପାଦକ ଭାବେ କାର୍ଯ୍ୟକରି ନିଜ ସମ୍ପାଦନା ଦକ୍ଷତାର ପରିଚୟ ପ୍ରଦାନ କରିଛନ୍ତି। ତାଙ୍କର ରଚନା ସବୁ ଭାରତ ତଥା ବିଶ୍ୱର ବହୁ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ସେଥିମଧ୍ୟରୁ କେତୋଟି ହେଉଛି ଟର ଡଟ୍‌ କମ୍‌, ଫାୟାରସାଇଡ୍‌ ମାଗାଜିନ୍‌, ଦି ବୁକ୍‌ ସ୍ମଗଲର୍ସ, ଡେଲି ସାଇନ୍ସ ଫିକ୍ସନ୍‌, କିଣ୍ଡ୍‌ଲ ମାଗାଜିନ୍‌, ମ୍ୟୁଜ୍‌ ଇଣ୍ଡିଆ, ପଡ୍‌କ୍ୟାସଲ୍‌ ଏବଂ ସ୍କ୍ରଲ ଆଦି ଅନ୍ୟତମ।

ଜନ୍ମ ଓ ପରିବାର : କୋଲକାତାରେ ମିମି ଓରଫ ମୋନିଦୀପା ମଣ୍ଡଲଙ୍କ ଜନ୍ମ। ତାଙ୍କ ବାପା ଓ୍ବେଷ୍ଟବେଙ୍ଗଲ ସିଭିଲ୍‌ ସର୍ଭିସ୍‌ରେ ଜଣେ ଅଧିକାରୀ ଭାବରେ କାମ କରୁଥିଲେ। ମା’ ଥିଲେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଜଣେ କର୍ମଚାରୀ। ପିଲାବେଳେ ଶ୍ରଦ୍ଧାରେ ତାଙ୍କୁ ମିମି ବୋଲି ଡକା ଯାଉଥିଲା। ତାଙ୍କର ସ୍କୁଲ ନାମ ଥିଲା ମୋନିଦୀପା। ସେ ଜଣେ ସାଧାରଣ ବଙ୍ଗାଳୀ ଝିଅଙ୍କ ପରି ବଡ଼ ହୋଇଥିଲେ। ସ୍କୁଲ ଯାଇଥିଲେ। ପାଠ ପଢ଼ିଥିଲେ। ତେବେ ବଡ଼ ହେବା ପରେ ଅନୁଭବ କଲେ ଯେ, ତାଙ୍କୁ ମିମି ନାମଟି ଯେତିକି ଭଲ ଲାଗୁଛି ମୋନିଦୀପା ନାମଟି ସେତିକି ଭଲ ଲାଗୁନାହିଁ। ତେବେ ତାହାକୁ ହଟେଇଦବାର କୌଣସି ଉପାୟ ନ ଥିଲା। କାରଣ ସ୍କୁଲ୍‌ ତଥା କଲେଜ୍‌ ଆଦିର ରେକର୍ଡରେ ମୋନିଦୀପା ଭାବରେ ତାଙ୍କର ନାମ ପଞ୍ଜୀକୃତ ହୋଇ ସାରିଥିଲା। ତେବେ ଯେତେବେଳେ ସେ ଲେଖାଲେଖି ଆରମ୍ଭ କଲେ ସେତେବେଳେ ତାଙ୍କୁ ତାଙ୍କର ନାମ ବଦଳେଇ ଲେଖିବାର ଏକ ଅବସର ମିଳିଗଲା। ସେ ଲେଖାଲେଖି ସବୁରେ ମୋନିଦୀପା ବଦଳରେ ନିଜ ନାମ ମିମି ମଣ୍ଡଲ ଉଲ୍ଲେଖ କଲେ। ବାସ୍‌, ତା’ ପରଠୁ ସେ ମୋନିଦୀପା ଭାବରେ କମ୍‌, ମିମି ଭାବରେ ବେଶି ପରିଚିତ ହୋଇଗଲେ। ଜଣେ ବଙ୍ଗାଳୀ ଭାବରେ ସେ ନିଜକୁ ନେଇ ଗର୍ବ କରନ୍ତି। ଏକ ଅନ୍‌ଲାଇନ୍‌ ପ୍ରବନ୍ଧରେ ସେ ତାଙ୍କର ଦୁଇଗୋଟି ପ୍ରଥମ ଭାଷା ବୋଲି ଉଲ୍ଲେଖ କରିଥିଲେ। ତାହା ଥିଲା ବଙ୍ଗଳା ଏବଂ ଇଂଲିଶ। ଅବଶ୍ୟ ପରେ ସେ ହିନ୍ଦୀ ସହିତ ଅନ୍ୟାନ୍ୟ ଭାଷା ଶିକ୍ଷା କଲେ।
ସାହିତ୍ୟ : ମିମି କୋଲକାତାର ନବ ନାଳନ୍ଦା ହାଇସ୍କୁଲ୍‌ରୁ ଶିକ୍ଷା ଆରମ୍ଭ କରିଥିଲେ। ପରେ କୋଲକାତା ଇଣ୍ଟରନ୍ୟାଶନାଲ ସ୍କୁଲ୍‌ରେ ପଢ଼ିଲେ। ଯାଦବପୁର ୟୁନିଭର୍ସିଟିରୁ ସେ ପ୍ରଥମେ ଇଂଲିଶରେ ସ୍ନାତକ ଡିଗ୍ରୀ ଏବଂ ପରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲେ। କମଲଓ୍ବେଲ୍‌ଥ ସ୍କଲାରଶିପ୍‌ ପାଇ ସ୍କଟ୍‌ଲାଣ୍ଡର ୟୁନିଭର୍ସିଟି ଅଫ୍‌ ଷ୍ଟର୍ଲିଂକୁ ଗଲେ ଏବଂ ସେଠାରେ ପବ୍ଲିଶିଂ ଷ୍ଟଡିଜ୍‌ରେ ମାଷ୍ଟର ଅଫ୍‌ ଲେଟର୍ସ ହାସଲ କଲେ। ଏସବୁ ମଧ୍ୟରେ ସେ ସାହିତ୍ୟ ସୃଷ୍ଟି କରିବାର କଳା ହାସଲ କରି ସାରିଥିଲେ। ସେ ଏକଦା ମତଦେଇ କହିଥିଲେ ଯେ, ସାହିତ୍ୟ ହେଉଛି ଏକ ଛୋଟିଆ କଥାରେ ବୃହତ୍ତର ଜିନିଷର ଠାବ କରିବା। ସାଧାରଣତଃ ନିଜେ ପସନ୍ଦ କରୁଥିବା କଥା ହିଁ ଲେଖିବା ପାଇଁ ପସନ୍ଦ କରିଥାନ୍ତି। ସେ ମଧ୍ୟ ଠିକ୍‌ ସେଇଆ କରନ୍ତି। ତେବେ ତାଙ୍କର ପସନ୍ଦ ପୁରାଣ କାହାଣୀ, କିମ୍ବଦନ୍ତୀ, ଲୋକକଥା। ମାତ୍ର ସେ ଅନ୍ୟମାନଙ୍କ ପରି ପୁରାଣ କିମ୍ବା ଲୋକକଥାକୁ ଦେଖନ୍ତି ନାହିଁ। ତା’ ଭିତରୁ ସେ କିଛି ନୂଆ କଥା ଆବିଷ୍କାର କରିବାର ପ୍ରୟାସ କରନ୍ତି। ତାଙ୍କ ସୃଷ୍ଟି ସର୍ଜନା ସବୁ ମଧ୍ୟରେ ରହିଛି ‘ଅଦର ପିପୁଲ, ଦିସ୍‌ ସ୍ୟୁଲିଡ୍‌ ଆର୍ଥ-ଆଓ୍ବାର ହୋମ୍‌, ଦି ଟ୍ରିଜ୍‌ ଅଫ୍‌ ମାଇଁ ୟଥ୍‌ ଗ୍ରିଓ ଟଲ୍‌, ହିଜ୍‌ ଫୁଟ୍‌ଷ୍ଟେପ୍ସ, ସୋ ଇଟ୍‌ ଓ୍ବାଜ୍‌ ଫୋରଟୋଲ୍ଡ, ଲର୍ନିଂ ଟୁ ସ୍ବିମ୍‌, ଦି ସି ସାଇନ୍ସ ଆଟ୍‌ ନାଇଟ୍‌ ଇତ୍ୟାଦି।
ବିଜ୍ଞାନ ଗପ : ସାଇନ୍ସ ଫିକ୍ସନ୍‌ ବା ବିଜ୍ଞାନକୁ ନେଇ ଲେଖାଯାଉଥିବା ଗଳ୍ପ ଉପନ୍ୟାସ ଆଦି କାଳ୍ପନିକ କାହାଣୀର ଗୁରୁତ୍ୱ କିିଛି କମ୍‌ ନୁହେଁ ବୋଲି ମିମିଙ୍କ ସ୍ପଷ୍ଟ ମତ। ରୋମାନ୍ସ ବା ସାମାଜିକ ଗପ ତୁଳନାରେ ଏହାର ଆବଶ୍ୟକତା ମଧ୍ୟ ରହିଛି। ସାଇନ୍ସ ଫିକ୍ସନ୍‌ର ଏକ କମ୍ପନ ସୃଷ୍ଟିକାରୀ ସାମର୍ଥ୍ୟ ରହିଛି ଯାହା ପାଠକର ମାନସିକତା ବା ଆଇଡୋଲୋଜିକୁ ଆନ୍ଦୋଳିତ କରେ। ଫଳରେ ତା’ ଭିତରେ ଥିବା ଭୁଲ୍‌ ଠିକ୍‌ର ଭ୍ରାନ୍ତି ଦୂରୀଭୂତ ହୋଇଥାଏ। ମିମି ଜଣେ ଉଚ୍ଚକୋଟୀର ବିଜ୍ଞାନ ଲେଖିକା। ବିଶେଷକରି ‘ଅନ୍‌କାନି’ ପତ୍ରିକା ପାଇଁ କାମ କରିବା ଅବସରରେ ସେ ବିଜ୍ଞାନ ଗପ ଆଡ଼କୁ ଢଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri