Posted inଫୁରସତ

ବ୍ୟକ୍ତିତ୍ୱ: ପଦ୍ମଶ୍ରୀ କବିତା କ୍ରିଷ୍ଣମୂର୍ତ୍ତି

ବେଷ୍ଟ ଫିମେଲ ପ୍ଲେବ୍ୟାକ୍‌ ସିଙ୍ଗର ଭାବରେ କବିତା ଚାରିଥର ଫିଲ୍ମଫେୟାର ଆଓ୍ବାର୍ଡ ହାସଲ କରିଛନ୍ତି। ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଛି। ପ୍ରସିଦ୍ଧ ବେହେଲା ବାଦକ ଏଲ. ସୁବ୍ରମଣ୍ୟମ୍‌ ହେଉଛନ୍ତି ତାଙ୍କର ସ୍ବାମୀ…

ଭାରତୀୟ ସଙ୍ଗୀତ ଜଗତରେ କବିତା କ୍ରିଷ୍ଣମୂର୍ତ୍ତି ଏକ ଅତି ଜଣାଶୁଣା ନଁା। ମୁଖ୍ୟତଃ ହିନ୍ଦୀ ଫିଲ୍ମର ପ୍ରଚ୍ଛଦପଟ ଗାୟିକା ଭାବରେ ସେ ସୁନାମ ଅର୍ଜନ କରିଥିଲେ ମଧ୍ୟ ସେ ଭାରତର ବହୁ ଆଞ୍ଚଳିକ ଭାଷାର ଗୀତରେ କଣ୍ଠଦାନ କରିଛନ୍ତି। ସେଥି ମଧ୍ୟରେ ରହିଛି ଓଡ଼ିଆ, ତେଲୁଗୁ, ମରାଠୀ, ଉର୍ଦ୍ଦୁ, ତାମିଲ, ମାଲୟାଲମ୍‌, କନ୍ନଡ଼, ଗୁଜରାଟୀ, ନେପାଳୀ, ବେଙ୍ଗଲୀ, ଅହମିୟା, କୋଙ୍କଣୀ ଏବଂ ଆହୁରି ଅନେକ। ଶାସ୍ତ୍ରୀୟ ସଙ୍ଗୀତରେ ତାଲିମପ୍ରାପ୍ତ ଏହି ଗାୟିକା ପ୍ରାୟ ୧୬ଟି ଭାଷାରେ ୨୫ହଜାରରୁ ଅଧିକ ଗୀତ ରେକର୍ଡ କରି ସାରିଛନ୍ତି। ସେହିପରି ସେ ଭାରତର ସମସ୍ତ ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ମଧ୍ୟ କାମ କରିସାରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ୍‌, ନୌସାଦ, ଏସ.ଏଚ୍‌.ବିହାରୀ, କୈଫ୍‌ ଆଜମୀ, ଅଞ୍ଜନ ଓ ପି ନାୟାର, ଖୟାମ୍‌, ହେମନ୍ତ କୁମାର, ରବୀନ୍ଦ୍ର ଜୈନ, ବାପି ଲାହିରି, ଅନୁ ମଲ୍ଲିକ, ଆର.ଡି.ବର୍ମନ, ହିମେଶ ରେସମିୟା, ଏ.ଆର.ରେହମାନ୍‌। ବେଷ୍ଟ ଫିମେଲ ପ୍ଲେବ୍ୟାକ୍‌ ସିଙ୍ଗର ଭାବରେ ସେ ଚାରିଥର ଫିଲ୍ମଫେୟାର ଆଓ୍ବାର୍ଡ ହାସଲ କରିଛନ୍ତି। ତାଙ୍କୁ ମଧ୍ୟ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ପ୍ରସିଦ୍ଧ ବେହେଲା ବାଦକ ଏଲ. ସୁବ୍ରମଣ୍ୟମ୍‌ ହେଉଛନ୍ତି ତାଙ୍କର ସ୍ବାମୀ। ସେମାନେ ସମ୍ପ୍ରତି ବେଙ୍ଗାଲୁରୁରେ ବାସ କରୁଛନ୍ତି।

ଜନ୍ମ ଓ ପିଲାବେଳ: ନୂଆଦିଲ୍ଲୀରେ ଅବସ୍ଥାନ କରିଥିବା ଏକ ତାମିଲ ଆୟାର ପରିବାରରେ କବିତା କ୍ରିଷ୍ଣମୂର୍ତ୍ତି ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଟି.ଏସ୍‌.କ୍ରିଷ୍ଣମୂର୍ତ୍ତି ଶିକ୍ଷା ମନ୍ତ୍ରଣାଳୟର ଜଣେ କର୍ମଚାରୀ ଥିଲେ। ତାଙ୍କର ପିଲାବେଳର ନାମ ଥିଲା ଶାରଦା। କବିତା ବା ସେତେବେଳର ଶାରଦାଙ୍କ ମଧ୍ୟରେ ଜଣେ ଗାୟିକା ଲୁଚି ରହିଛି ବୋଲି ପ୍ରଥମେ ତାଙ୍କର ଜଣେ ମାଈଁ ପ୍ରତିମା ଭଟ୍ଟାଚାର୍ଯ୍ୟ ଆବିଷ୍କାର କରିଥିଲେ। ଆଉ ସେ ହିଁ କବିତାଙ୍କୁ ସଙ୍ଗୀତ ଶିଖିବା ପାଇଁ ବାଧ୍ୟ କରିଥିଲେ। ସର୍ବପ୍ରଥମେ ଗୁରୁ ସୁରୁମା ବସୁଙ୍କ ଠାରୁ ରବୀନ୍ଦ୍ର ସଙ୍ଗୀତ ଶିକ୍ଷା କରିଥିଲେ କବିତା। ଶାସ୍ତ୍ରୀୟ ଗୁରୁ ବଳରାମ୍‌ ପୁରିଙ୍କ ଠାରୁ ସେ ପ୍ରଥମେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାକଲେ। ମାତ୍ର ଆଠବର୍ଷ ବୟସରେ କବିତା ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ଭାଗ ନେଇ ଗୋଲ୍ଡ ମେଡାଲ ଜିତି ପାରିଥିଲେ। ଏହା ପରେ ତାଙ୍କ ଭିତରେ ସଙ୍ଗୀତକୁ ନେଇ ଆସ୍ଥା ବଢ଼ିବାକୁ ଲାଗିଥିଲା। ଆଉ ସେ ଅଧିକରୁ ଅଧିକ ସଙ୍ଗୀତ ସାଧନା କରିବାରେ ମନୋନିବେଶ କରିଥିଲେ।

ପ୍ରଥମ ସୁଯୋଗ : କଲେଜରେ ପାଠ ପଢ଼ିବା ବେଳକୁ କବିତା ଜଣେ ଗାୟିକା ଭାବରେ ସୁନାମ ଅର୍ଜନ କରି ସାରିଥିଲେ। ରବୀନ୍ଦ୍ର ସଙ୍ଗୀତ ଗାଉଥିବା କାରଣରୁ ତାଙ୍କୁ ବିଭିନ୍ନ ସ୍ଥାନରୁ ଡକରା ଆସୁଥିଲା ଗୀତ ଗାଇବା ପାଇଁ। ସେମିତି ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିଥିଲେ ଓ ତାଙ୍କର ଗୀତ ଶୁଣିଥିଲେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ହେମନ୍ତ କୁମାର। କବିତାଙ୍କର ଗାଇବାର ଶୈଳୀ ଓ କଣ୍ଠସ୍ବର ତାଙ୍କୁ ଭାରି ଭଲ ଲାଗିଥିଲା। ସେ ତାଙ୍କୁ ଏକ ବଙ୍ଗଳା ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଥିଲେ। ସବୁଠୁ ମଜାର କଥା ହେଉଛି ସେହି ଫିଲ୍ମରେ ସେହି ଗୀତଟିକୁ ଗାଉଥିଲେ କୋକିଳ କଣ୍ଠୀ ଲତା ମଙ୍ଗେସକର। ତାଙ୍କ ସହିତ ଡୁଏଟ୍‌ ଗାଇବାର ଥିଲା କବିତାଙ୍କୁ। ଫିଲ୍ମର ନାମ ଥିଲା ‘ଶ୍ରୀମାନ୍‌ ପୃଥ୍ବୀରାଜ’। ଏହା କବିତାଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ ଥିଲା। ପରେପରେ ସେ ମୁମ୍ବାଇ ଚାଲିଆସିଲେ। ଉଦ୍ଦେଶ୍ୟ ଥିଲା ବଲିଉଡ୍‌ରେ ନିଜର ଭାଗ୍ୟ ପରୀକ୍ଷା କରିବା। ମୁମ୍ବାଇ ଆସିବା ପରେ ମାନ୍ନା ଦେ’ଙ୍କ ସହିତ ତାଙ୍କର ପରିଚୟ ହେଲା। ଆଉ ମାନ୍ନା ଦେ’ ତାଙ୍କୁ ବିଜ୍ଞାପନର ଜିଙ୍ଗଲ୍‌ ଗାଇବାର ସୁଯୋଗ ଦେଲେ। ଏମିତି ଭାବରେ ଆରମ୍ଭ ହେଲା ମୁମ୍ବାଇରେ କବିତାଙ୍କ ସଂଘର୍ଷ।

ମିଳିଲା ସଫଳତା: ମୁମ୍ବାଇରେ ତିଷ୍ଠି ରହିବା ପାଇଁ ସେ ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ୍‌ଙ୍କ କ୍ୟାମ୍ପରେ ଯୋଗଦେଲେ। ତାଙ୍କର ଶାସ୍ତ୍ରୀୟ ସଙ୍ଗୀତରେ ଗଭୀର ପ୍ରବେଶ ଥିବା ଜାଣି ଉଭୟ ଲକ୍ଷ୍ମୀ-ପ୍ୟାରେ ବେଶ୍‌ ଖୁସି ଥିଲେ। ପ୍ରଥମେ ସେ ଲତା, ଆଶା ଆଦିଙ୍କ ପାଇଁ ଡମି ଗାଉଥିଲେ। ଆଉ ଏହି ଡମି ଗାଇବା ଅବସରରେ ସେ ପ୍ଲେବ୍ୟାକ୍‌ ସିଙ୍ଗିଙ୍ଗ୍‌ର କଳାକୌଶଳ ହାସଲ କରୁଥିଲେ। ଇତିମଧ୍ୟରେ ତାଙ୍କର କେତୋଟି କନ୍ନଡ଼ ଗୀତ ମଧ୍ୟ ହିଟ୍‌ ହୋଇ ସାରିଥିଲା। ୧୯୮୦ରେ ସେ ପ୍ରଥମେ ହିନ୍ଦୀ ଫିଲ୍ମରେ ଗାଇବାର ସୁଯୋଗ ପାଇଲେ। ଫିଲ୍ମ ଥିଲା ‘ମାଙ୍ଗ ଭରୋ ସଜନା’। ତେବେ ଦୁର୍ଭାଗ୍ୟଜନକ ଭାବରେ ଗୀତଟି ଫିଲ୍ମର ଫାଇନାଲ ଏଡିଟିଂରେ ବାଦ୍‌ ପଡ଼ିଥିଲା। ଏହା ପରେ ସେ ‘ପ୍ୟାର ଝୁକ୍‌ତା ନେହିଁ’ ଫିଲ୍ମରେ କଣ୍ଠଦାନ କରିଥିଲେ। ଆଉ ଏହି ଫିଲ୍ମର ରୋମାଣ୍ଟିକ୍‌ ଗୀତ ‘ତୁମସେ ମିଲକର ନା ଜାନେ କୁଁ୍ୟ’ ତାଙ୍କୁ ରାତାରାତ ସଫଳ କରି ଦେଇଥିଲା। ସେତିକି ନୁହେଁ, ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଆସିଲା ଫିଲ୍ମ ‘ମିଷ୍ଟର ଇଣ୍ଡିଆ’। ଏଥିରେ ‘ହଓ୍ବା ହଓ୍ବାଇ’ ଏବଂ ‘କରତେ ହେଁ ହମ୍‌ ପ୍ୟାର ମିଷ୍ଟର ଇଣ୍ଡିଆ ସେ’ ଗୀତ ଦୁଇଟି ତାଙ୍କ ପାଇଁ ବଲିଉଡ୍‌ରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି ନିମନ୍ତେ ଯଥେଷ୍ଟ ଥିଲା। ବାସ୍‌, ଭାରତର ଜଣେ ସୁକଣ୍ଠୀ ଗାୟିକାର ମର୍ଯ୍ୟାଦା ମିଳିଗଲା କବିତାଙ୍କୁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri