ବ୍ୟକ୍ତିଗତ ପ୍ରସଙ୍ଗ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
୨୦୧୪ରେ ମୋଦି ସରକାର ନିଷ୍ପତ୍ତି ନେଇଥିଲେ ଯେ ପ୍ରଶାସନିକ ବାବୁମାନେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (ପିଏସ୍‌) ଓ ସ୍ବତନ୍ତ୍ର ଡ୍ୟୁଟି ଅଧିକାରୀ (ଓଏସ୍‌ଡି) ଭାବେ ଥରେ ଚାକିରି କରିବା ପରେ ଆଉ ସେମାନଙ୍କୁ ସେହି ଏକା ପଦବୀରେ ନିଯୁକ୍ତି ଦିଆଯିବ ନାହିଁ। ସେତେବେଳେ ଏହି ନିଷ୍ପତ୍ତିରୁ ଅର୍ଥ ବାହାର କରାଯାଇଥିଲା ଯେ, ମନ୍ତ୍ରୀମାନେ ଯେପରି ନିଜ ମନପସନ୍ଦର ବ୍ୟକ୍ତିଙ୍କୁ ପିଏସ୍‌ ବା ଓଏସ୍‌ଡି ଭାବେ ବାଛିପାରିବେ ନାହିଁ, ସେଥିଲାଗି ଏପରି ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ଏନ୍‌ଡିଏ ସରକାର ପୁଣି କ୍ଷମତାକୁ ଫେରିବା ପରେ ସେହି ପ୍ରଶ୍ନ ଆଉଥରେ ଉଠିଛି। ପ୍ରଶାସନିକ ଧାରାକୁ ଅବ୍ୟାହତ ରଖିବା ଓ ମନ୍ତ୍ରଣାଳୟଗୁଡ଼ିକର ଦକ୍ଷ ପରିଚାଳନାକୁ ସୁନିଶ୍ଚିତ କରିବା ନିମନ୍ତେ ଅନେକ ମନ୍ତ୍ରୀଙ୍କୁ ତାଙ୍କ ପୂର୍ବ ବିଭାଗ ଦିଆଯାଇଛି। ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପୂର୍ବର ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ପାଇଛନ୍ତି। ନୀତିନ ଗଡ଼କରୀଙ୍କୁ ମଧ୍ୟ ତାଙ୍କର ସଡ଼କ ଓ ପରିବହନ ବିଭାଗ ମିଳିଛି। ସେହିପରି ପୀୟୂଷ ଗୋୟଲ (ରେଳପଥ ଓ କର୍ପୋରେଟ୍‌ ବ୍ୟାପାର) ଓ ରବିଶଙ୍କର ପ୍ରସାଦ (ଆଇନ ଓ ନ୍ୟାୟ) ତାଙ୍କର ପୂର୍ବ ବିଭାଗ ପାଇଛନ୍ତି। ପ୍ରଶ୍ନ ହେଉଛି ଏହି ମନ୍ତ୍ରୀମାନଙ୍କୁ ତାଙ୍କର ପୂର୍ବର ପିଏସ୍‌ ଓ ଓଏସ୍‌ଡିଙ୍କୁ ରଖିବା ପାଇଁ ଅନୁମତି ମିଳିବ ତ? ନା ସେମାନଙ୍କୁ ନୂଆ କର୍ମଚାରୀ ଦିଆଯିବ?
ଆତ୍ମଜୀବନୀ ଲେଖିବାର ଦୋଷ
ଚାକିରି ସର୍ତ୍ତାବଳୀ ଉଲ୍ଲଂଘନ କରିବା ଅଭିଯୋଗରେ ନିଲମ୍ବିତ କେରଳର ପୋଲିସ ମହାନିର୍ଦ୍ଦେଶକ ଜାକବ ଟମାସ ଏବେ ଆପରାଧିକ ମାମଲା ଏବଂ ଚାକିରିରୁ ଛଟେଇର ସମ୍ମୁଖୀନ ହେବାକୁ ଯାଉଛନ୍ତି। ତାଙ୍କର ଦୋଷ ହେଲା ସେ ଏକ ଆତ୍ମଜୀବନୀ ଲେଖିଛନ୍ତି। ରାଜ୍ୟ କ୍ରାଇମ୍‌ ବ୍ରାଞ୍ଚ ମୁଖ୍ୟ ଶାସନ ସଚିବ ଟମ୍‌ ଜୋସ୍‌ଙ୍କ ନିର୍ଦ୍ଦେଶରେ ଟମାସଙ୍କ ବିରୋଧରେ ଏକ ଆପରାଧିକ ମାମଲା ରୁଜୁ କରିଛି। ପର୍ଯ୍ୟବେକ୍ଷକମାନଙ୍କ ମତରେ ଜୋସ୍‌ଙ୍କ ସମ୍ପର୍କରେ ନଗ୍ନ ସତ୍ୟ ଲେଖିଥିବାରୁ ଏବଂ କିଛି ଉଚ୍ଚ ପଦାଧିକାରୀଙ୍କ ବିରୋଧରେ ମଧ୍ୟ ନିଜ ଆତ୍ମଜୀବନୀରେ ଲେଖିଥିବାରୁ ସରକାର ଟମାସଙ୍କ ଉପରେ ଖପା ହୋଇଛନ୍ତି। ସେ ଉକ୍ତ ପୁସ୍ତକ ପ୍ରକାଶ କରିବା ପୂର୍ବରୁ ଉପରିସ୍ଥ ଅଧିକାରୀଙ୍କଠାରୁ ପ୍ରାକ୍‌-ଅନୁମତି ନେଇନାହାନ୍ତି। ଯାହା ଜଣାଯାଏ ୧୯୮୫-ବ୍ୟାଚ୍‌ ଆଇପିଏସ୍‌ ଅଫିସର ଜଣକ ଅନେକ ରାଜନେତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇନାହାନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ୍‌ ଚାଣ୍ଡି ଏବଂ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ, ଯେଉଁମାନଙ୍କ ବିରୋଧରେ କିଛି ବିବାଦୀୟ ଦୁର୍ନୀତି ଅଭିଯୋଗର ତଦନ୍ତ ଚାଲିଥିଲା। ଏତଲା ଅନୁସାରେ ଟମାସ ତାଙ୍କ ପୁସ୍ତକରେ ପୋଲିସ୍‌-ଫୋର୍ସେସ୍‌ (ରେଷ୍ଟ୍ରିକ୍ସନ ଅଫ୍‌ ରାଇଟ୍‌ସ) ଆକ୍ଟ, ୧୯୬୬ର ଉଲ୍ଲଂଘନ କରି କିଛି ଦାପ୍ତରିକ ଗୋପନ କଥା ପ୍ରକାଶ କରିଦେଇଛନ୍ତି। ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଟମାସ୍‌ଙ୍କୁ ଜରିମାନା ସହ ଦୁଇବର୍ଷର ଜେଲଦଣ୍ଡ ମଧ୍ୟ ମିଳିପାରେ। ଏହିସବୁ ଅଭିଯୋଗ ଭିତ୍ତିରେ ରାଜ୍ୟ ସରକାରଙ୍କ ଦ୍ୱାରା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଡିଜିପିଙ୍କୁ ଚାକିରିରୁ ବହିଷ୍କୃତ ହେବାକୁ ପଡ଼ିପାରେ।
ଜମ୍ମୁ-କଶ୍ମୀରରେ ନିୟମ କୋହଳ ହେବ
ଯୋଗ୍ୟ ଅଫିସରଙ୍କ ଅଭାବରୁ ଜମ୍ମୁ-କଶ୍ମୀର ପ୍ରଶାସନ ବିଭିନ୍ନ ବିଭାଗର ପ୍ରଶାସନିକ ସଚିବ ପଦ ପୂରଣ କରିବା ଲାଗି ସମସ୍ୟାର ସମ୍ମୁଖୀନ ହେଉଛି। ଅସ୍ଥାୟୀ ସଚିବ ପ୍ରଥା କିଛି କାମ ଦେଉନାହିଁ। ବାସ୍ତବରେ ଆଗାମୀ ମାସଗୁଡ଼ିକରେ ଅନେକ ଆଇଏଏସ୍‌ ଅଫିସର ଅବସର ନେବାକୁ ଯାଉଥିବାରୁ ଏହି ସମସ୍ୟା ଆହୁରି ଉତ୍କଟ ହେବାର ସମ୍ଭାବନା ରହିଛି। ଏଣୁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଓ କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କରି ନିଯୁକ୍ତି ନିୟମକୁ କୋହଳ କରି ଉଚ୍ଚସ୍ତରୀୟ ନିଯୁକ୍ତିରେ ଅସ୍ଥାୟୀ ବ୍ୟବସ୍ଥାର ଅନ୍ତ ଘଟାଇବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏହି ନିଷ୍ପତ୍ତି ଅନୁସାରେ ୧୩ ବର୍ଷରୁ କମ୍‌ ଚାକିରି କରିଥିବା ଅଫିସରଙ୍କୁ ଏବଂ ଜମ୍ମୁ-କଶ୍ମୀର ପ୍ରଶାସନିକ ସେବା (କେଏଏସ୍‌)ର ଯେଉଁ ଅଫିସର ସୁପର ଟାଇମ୍‌ ସ୍କେଲ୍‌ ପାଉଥିବେ ସେମାନଙ୍କୁ ସଚିବସ୍ତରୀୟ ନିଯୁକ୍ତି ଲାଗି ଚୟନ କରାଯିବ। ପ୍ରାପ୍ତ ସୂଚନା ଅନୁସାରେ, ରାଜ୍ୟ ମୁଖ୍ୟ ଶାସନ ସଚିବ ବି.ଭି.ଆର୍‌. ସୁବ୍ରମଣ୍ୟମ୍‌ ଏ ସମ୍ପର୍କରେ ରାଜ୍ୟପାଳ ସତ୍ୟପାଲ ମଲିକ ଏବଂ ସମସ୍ତ ଚାରିଜଣ ଉପଦେଷ୍ଟା କେ. ବିଜୟ କୁମାର, ଖୁର୍ଶିଦ ଅହମଦ ଗନାଇ, କେ. ସ୍କନ୍ଦନ୍‌ ଓ କେ.କେ. ଶର୍ମାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଯଦିଚ ଅସ୍ଥାୟୀ ବ୍ୟବସ୍ଥାରେ ଅନେକ ବିଭାଗ ଚାଲୁଛି, ଯେଉଁ ଅଫିସରମାନଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ସେମାନେ ଉଭୟ ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିବାକୁ ସମର୍ଥ ହେଉନାହାନ୍ତି। ଗୁରୁତ୍ୱପୂର୍ଣ୍ଣ ଫାଇଲଗୁଡ଼ିକର କାମ ନ ହୋଇ ପଡ଼ିରହୁଛି। କେତେକ ବିଭାଗର ଗୁରୁତ୍ୱ ଦୃଷ୍ଟିରୁ ସେଗୁଡ଼ିକର ପ୍ରଶାସନିକ ସଚିବ ପଦବୀ ଦୀର୍ଘକାଳ ଖାଲି ରହିବା ଉଚିତ ନୁହେଁ ବୋଲି ସେ ରାଜ୍ୟପାଳ ଓ ଉପଦେଷ୍ଟାମାନଙ୍କୁ ଜଣାଇଛନ୍ତି। ଉକ୍ତ କୋହଳ ନୀତି କାର୍ଯ୍ୟକାରୀ ହେଲେ ପରିସ୍ଥିତିରେ ସ୍ବାଭାବିକତା ଆସିବ ଓ ରାଜ୍ୟ ପ୍ରଶାସନ ଠିକ୍‌ଭାବେ ଚାଲିପାରିବ ବୋଲି କୁହାଯାଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri