ବ୍ଲୁ ଫ୍ଲାଗ ବିଚ୍‌: ପରୀକ୍ଷା ପାଇଁ ଗଲା ସମୁଦ୍ର ପାଣି

ପୁରୀ ଅଫିସ,୧୬ା୧: ପୁରୀରେ ବ୍ଲୁ ଫ୍ଲାଗ ବିଚ୍‌ କାମ ଦ୍ରୁତଗତିରେ ଚାଲିଛି। ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ଏହା ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଲାଣି। ପ୍ରତ୍ୟହ ଏହା ପରିସରରେ ପର୍ଯ୍ୟଟକମାନେ ବୁଲୁଛନ୍ତି। ତେବେ ଖୁବ୍‌ଶୀଘ୍ର ଏହାକୁ ଉଦ୍‌ଘାଟନ କରିବା ଲାଗି ପ୍ରଶାସନ ଉଦ୍ୟମ ଜାରି ରଖିଥିବାବେଳେ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ଜାରି ରହିଛି। ତେବେ ବ୍ଲୁ ଫ୍ଲାଗ ଚିହ୍ନଟ ଅଞ୍ଚଳ ମଧ୍ୟରେ ସମୁଦ୍ର ପାଣି କିପରି ରହୁଛି ନିୟମିତ ବ୍ୟବଧାନରେ ତାହାର ପରୀକ୍ଷା କରାଯାଉଛି। ବୁଧବାର ମଧ୍ୟ ବିଶେଷଜ୍ଞମାନେ ଏହାର ପାଣି ପରୀକ୍ଷା ପାଇଁ ନେଇଛନ୍ତି। ଚେନ୍ନାଇରେ ଏହି ପାଣିର ପରୀକ୍ଷା କରାଯିବ। ବ୍ଲୁ ଫ୍ଲାଗ ବିଚ୍‌ ଲାଗି ପାଣିର ମାନ ଯେଉଁ ପରି ରହିବା କଥା ଏହା ଅଛି କି ନାହିଁ ତାହା ପରଖାଯିବ। ତେବେ ଖୁବ୍‌ଶୀଘ୍ର ବ୍ଲୁ ଫ୍ଲାଗ ବିଚ୍‌ କାମ ଶେଷ କରାଯାଇ ଏହାକୁ ଲୋକାର୍ପଣ କରାଯିବା ଲାଗି ଜୋର୍‌ଦାର କାମ ଚାଲିଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।