ବ୍ଲାକ୍‌ ହେଡ୍ସରୁ ମୁକ୍ତି

ମୁହଁର ଗଢ଼ଣ ଯେତେ ଭଲ ହୋଇଥାଉ ନା କାହିଁକି ଏହା ଉପରେ ସାମାନ୍ୟ ବ୍ଲାକ୍‌ ହେଡ୍ସ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟକୁ ବିଗାଡ଼ିଦେଇଥାଏ। ଯଦି ଆପଣ ବି ବ୍ଲାକ୍‌ ହେଡ୍ସ ସମସ୍ୟା ପାଇଁ ଚିନ୍ତିତ, ତେବେ ଆପଣାନ୍ତୁ ଏହି ଘରୋଇ ଟିପ୍ସ…

ଗୋଟିଏ ପାଚିଲା କଦଳୀ, ଦୁଇ ଚାମଚ ଗୁଣ୍ଡ ଓଟ୍ସ ଏବଂ ଏକ ଚାମଚ ମହୁକୁ ଏକାଠି ଏକ ପାତ୍ରରେ ନେଇ ଭଲ ଭାବେ ଚକଟି ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୫-୭ମିନିଟ ପର୍ଯ୍ୟନ୍ତ ସର୍କୁଲାର ମୋଶନରେ ଘଷନ୍ତୁ, ଏହା ସ୍କ୍ରବ୍‌ ଭଳି କାମ ଦେବ। ପରେ ନଖଉଷୁମ ପାଣିରେ ମୁହଁ ଧୋଇ ମଇଶ୍ଚରାଇଜର ଲଗାଇଦିଅନ୍ତୁ।
ପ୍ରଥମେ କୌଣସି ଭଲ କମ୍ପାନୀର ସ୍କ୍ରବ୍‌ ନେଇ ମୁହଁକୁ ସ୍କ୍ରବିଂ କରିଦିଅନ୍ତୁ। ଗୋଟିଏ ଛୋଟ ପାତ୍ରରେ ଅଣ୍ଡାର ଧଳା ଅଂଶ ଏବଂ ୧ ଚାମଚ ମହୁ ଭଲ ଭାବେ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ସ୍କ୍ରବିଂ ପରେ ଏହାକୁ ମୁହଁରେ ଲଗାନ୍ତୁ। ଶୁଖିବା ପରେ ନଖଉଷୁମ ପାଣିରେ ଧୋଇଦିଅନ୍ତୁ। ଏହା କେବଳ ବ୍ଲାକ୍‌ ହେଡ୍ସ୍‌ ଦୂରକରେନି ବରଂ ସ୍କିନ୍‌ ଗ୍ଲୋ ବଢ଼ାଇଥାଏ। ସପ୍ତାହରେ ଦୁଇଥର ଏପରି କରନ୍ତୁ, ଉପକୃତ ହେବେ।
ଡଲଚିନି ଗୁଣ୍ଡରେ ଅଳ୍ପ ଲେମ୍ବୁରସ ମିଶାଇ ପ୍ୟାକ୍‌ ପ୍ରସ୍ତତ କରନ୍ତୁ। ଏହାକୁ ବ୍ଲାକ୍‌ ହେଡ୍ସ୍‌ ଉପରେ ଲଗାଇ ୨୦ ମିନିଟ୍‌ ରଖିବା ପରେ ଧୋଇଦିଅନ୍ତୁ। ସପ୍ତାହରେ ୨-୩ ଥର ଏପରି କରନ୍ତୁ, ବ୍ଲାକ୍‌ ହେଡ୍ସ୍‌ ସମସ୍ୟା ଖୁବ୍‌ ଶୀଘ୍ର ଦୂର୍‌ହୋଇଯିବ।
ଆଲୋଭେରା ବା ଘିକୁଆଁରୀ ରସକୁ ମୁହଁରେ ଲଗାଇ ୧୦ମିନିଟ୍‌ ରଖିବା ପରେ ନଖ ଉଷୁମ ପାଣିରେ ଧୋଇଦିଅନ୍ତୁ। ପ୍ରତିଦିନ ଏପରି କଲେ ସ୍କିନ୍‌ ପୂର୍ବାପେକ୍ଷା ବେଦାଗ, ସୁନ୍ଦର ହୋଇଯିବ।
ଟମାଟୋ  ଚୋପା କାଢ଼ି ଗ୍ରାଇଣ୍ଡ କରିଦିଅନ୍ତୁ। ରାତିରେ ଶୋଇବା ପୂର୍ବରୁ ଏହାକୁ ମୁହଁରେ ଲଗାନ୍ତୁ। ସକାଳୁ ଉଠି ପାଣିରେ ଧୋଇଦିଅନ୍ତୁ। ଯଦି ଆପଣଙ୍କ ସ୍କିନ୍‌ ସେନ୍ସିଟିଭ ତେବେ ଏଥିରେ ସମାନ ପରିମାଣର ପାଣି ମିଶାଇ ଲଗାଇଲେ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଆଜିଠୁ ବିଧାନସଭା ବଜେଟ ଅଧିବେଶନ, ୨୦୨୬-୨୭ ବର୍ଷ ପାଇଁ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ୧୭ଦଶ ବିଧାନସଭାର ଷଷ୍ଠ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନରେ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ ବଜେଟ ଗୃହରେ…

‘କୃତ୍ରିମ ବୁଦ୍ଧିମତ୍ତା: ପରିବର୍ତ୍ତନ ଧାରାରେ ଭାରତ ଅଗ୍ରଣୀ’

ନୂଆଦିଲ୍ଲୀ,୧୭ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ଷ୍ଟଲ୍‌ ବୁଲିବା…

ନ୍ୟୁଜ୍‌ କ୍ଲିକ୍‌ ପୋର୍ଟାଲକୁ ୧୨୦ କୋଟି ଜରିମାନା

ନୂଆଦିଲ୍ଲୀ,୧୭ା୨: ବହୁ ଚର୍ଚ୍ଚିତ ନ୍ୟୁଜ୍‌ କ୍ଲିକ୍‌ ପୋର୍ଟାଲ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୨୦ କୋଟି ଟଙ୍କା ଜରିମାନା କରିଛି। ଏଥିସହିତ ଏହି ପୋର୍ଟାଲର ପ୍ରତିଷ୍ଠାତା ପ୍ରବୀର…

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ, ଭବେଶ ପାତ୍ର ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୭ା୨(ସୁଚିସ୍ମିତା ସାହୁ):  ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ୨୦୨୬ ପ୍ରଥମ ସେସନର ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଜେଇଇ ପେପର-୧…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri