Categories: ଗଞ୍ଜାମ

ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବାଲିଗୁଡ଼ା ବିଧାୟକ

କ.ନୂଆଗଁ।,୨୭।୫(ଡି.ଏନ୍‌.ଏ.)- କ.ନୂଆଗଁ। ବ୍ଲକର ଅଧ୍ୟକ୍ଷ ଚକ୍ରମଣି କହଁର ବାଲିଗୁଡ଼ା ବିଧାୟକ ଭାବେ ନିର୍ବାଚିତ ହେବା ପରେ ସୋମବାର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ଗତ ପଞ୍ଚାୟତ ନିର୍ବାଚନରେ ଶିକ୍ଷକ ପଦବୀରୁ ଇସ୍ତଫା ଦେଇ ନିଜ ପଞ୍ଚାୟତ ସାଇନପଡ଼ାରୁ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ କ.ନୂଆଗଁ। ବ୍ଲକର ଅଧ୍ୟକ୍ଷ ହୋଇଥିଲେ। ଚଳିତ ନିର୍ବାଚନରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରୁ ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ି ୪୩,୧୭୫ ଖଣ୍ଡ ଭୋଟ ପାଇଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱି କଂଗ୍ରେସର ସିମନ ମଲ୍ଲିକଙ୍କଠାରୁ ୬୯୧୦ ଖଣ୍ଡ ଭୋଟ ଅଧିକ ପାଇ ବିଧାୟକ ନିର୍ବାଚିତ ହୋଇଥିଲେ। ସୋମବାର କହଁର ବିଡିଓ ମନୋଜ କୁମାର ତ୍ରିପାଠୀଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବିଡିଓ ବ୍ଲକ ଚିଠି ନଂ. ୧୨୩୯ ଦ୍ୱାରା କନ୍ଧମାଳ ଜିଲାପାଳ, ବାଲିଗୁଡ଼ା ଉପଜିଲାପାଳ ଓ ଉପାଧ୍ୟକ୍ଷା ସୁଲୋଚନା ଦଳ ବେହେରାଙ୍କୁ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇଛନ୍ତି। ସରକାରଙ୍କ ଅନ୍ୟାଦେଶ ପର୍ଯ୍ୟନ୍ତ ଉପାଧ୍ୟକ୍ଷା ଦଳବେହେରା ବ୍ଲକ କାର୍ଯ୍ୟ କରିବେ ବୋଲି ଜିପିଇଓ ବିରାଜ କୁମାର ସାହୁ ଜଣାଇଛନ୍ତି।