ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକ

ନୂଆପଡା ଅଫିସ/ବୋଡେନ,୧୨ା୮: ନୂଆପଡା ଜିଲା ବୋଡେନ ବ୍ଲକ ସଭାଗୃହରେ ବିଡିଓ ପୂର୍ଣ୍ଣ ନ୍ଦ୍ର ଭୋଇଙ୍କ ସଭାପତିତ୍ୱରେ ସ୍ବାଧୀନତା ଦିବସ ପାଳନ ଲାଗି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିଆରପିଏଫ ଆସିଣ୍ଟାଣ୍ଟ କମାଣ୍ଡାଣ୍ଟ ଗଣେଶ, ପୋଲିସ ସବଇନ୍ସପେକ୍ଟର ଦିବ୍ୟ କୁମାର ଓରାମ, ବୋଡେନ ସରପଞ୍ଚ ନୃପ ତାଣ୍ଡି, ସଚେନ ନାଗରିକ ମଞ୍ଚ ସମ୍ପାଦକ ପର୍ଶୁରାମ ସେଠୀ, ଥବିରାମ ପାଣ୍ଡେ, ସମିତି ସଭ୍ୟ ସୌଦାଗର ସାହୁ, ରାଜ ନାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସଭାକୁ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଗୁ ନିଆଲ ପରିଚାଳନା କରିଥିଲେ। ଏଥିରେ ଗତବର୍ଷର ବିବରଣୀ ପାଠ କରିଥିବାବେଳେ ଏଥର କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରାଯାଇ ପାରିବ ସେଥିପାଇଁ ପ୍ରସ୍ତାବ ସବୁ ଗ୍ରହଣ କରାଯାଇଥିଲ। ଏହି ଉପଲକ୍ଷେ ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ସ୍ଥିର କରାଯାଇଥିବାବେଳେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତ ହୋଇଛି । ଏଥର ବ୍ଲକ ଅଧ୍ୟକ୍ଷା ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ ବୋଲି କୁହାଯାଇଛି।