Categories: ରାଜ୍ୟ

ବ୍ଲକସ୍ତରୀୟ ରଜମଉଜ ଉଦ୍‌ଯାପିତ

ଗଣିଆ,୧୭ା୬(ଡି.ଏନ.ଏ.)- ପୂର୍ବବର୍ଷ ଭଳି ରଜ ଉପଲକ୍ଷେ ଗଣିଆ ପାଟଣାସାହିର ଜଗନ୍ନାଥ ମନ୍ଦିରଠାରେ ଆୟୋଜିତ ବ୍ଲକସ୍ତରୀୟ ରଜ ମଉଜ ଉତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ଉତ୍ସବର ୨ୟ ଦିବସରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଓ ଜିଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, ଗଣିଆ ସରପଞ୍ଚ ସସ୍ମିତା ଲେଙ୍କା, ଗଣିଆ ବ୍ଲକ ଉପାଧ୍ୟକ୍ଷା ଶାନ୍ତିଲତା ଦାଶ, ଶିକ୍ଷକ ଗିରିଶ କୁମାର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର କୁନି କୁନି ପଲାମାନଙ୍କ ମଧ୍ୟରେ ଲୁଚରହିଥିବା ପ୍ରତିଭାର ବିକାଶ ତଥା ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଗଣିଆ ସରପଞ୍ଚ ଲେଙ୍କାଙ୍କ ଦ୍ୱାରା ଏହା ଆୟୋଜନ କରାଯାଇଛି ା ବିଶେଷକରି ନୃତ୍ୟ, ସଂଗୀତ ଓ ହାସ୍ୟ ଅଭିନୟ ଉପରେ ପିଲାମାନେ କଳା ପ୍ରଦର୍ଶନ କରିଥିଲେ। ୨ୟ ଦିବସରେ ୧୩ରୁ ୨୦ବର୍ଷର ୪୫ଜଣ କଳାକାର ଏଥିରେ ଭାଗ ନେଇଥିଲେ। ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଶିଶୁ କଳାକାରଙ୍କୁ ଟ୍ରଫି ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ସରପଞ୍ଚଙ୍କ ଦ୍ୱାରା ଆୟୋଜିତ ଉତ୍ସବକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଥିଲା।