ବ୍ଲକସ୍ତରୀୟ ବର୍ଷାକାଳୀନ ଖେଳକୁଦ ପ୍ରତିଯୋଗିତା

କେସିଙ୍ଗା,୨୩।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକସ୍ତରୀୟ ବର୍ଷାକାଳୀନ ଖେଳକୁଦ ପ୍ରତିଯୋଗିତା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ସ୍ଥାନୀୟ ବିଦ୍ୟାପୀଠ ଖେଳ ପଡିଆଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୧୪ ରୁ ୧୭ ବର୍ଷର ମୋଟ ୨୬୦ ଜଣ ଛାତ୍ରୀଛାତ୍ର ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶରତ ବାରିକ ଉଦ୍‌ଘାଟନ କରିଥିଲେ । ଏହି ଦିନିକିଆ ଖେଳ କୁଦ ପ୍ରତିଯୋଗିତାରେ ଫୁଟବଲ, କବାଡି ଓ ଖୋଖୋ ଖେଳ ପ୍ରତିଯୋଗିତା ହୋଇଥିଲା । ଖେଳ ଶିକ୍ଷକ ସଂଘର ବ୍ଲକ ସଭାପତି ଯୋଗେଶ୍ୱର ବିଶି, ଜିଲା ସମ୍ପାଦକ ଅଶ୍ୱିନୀ ପ୍ରଧାନ ପ୍ରମୁଖ ଖେଳ ଶିକ୍ଷକ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। କେସିଙ୍ଗା ବିଦ୍ୟାପୀଠ ନୋଡାଲ ହାଇସ୍କୁଲ ପ୍ରଧାନଶିକ୍ଷକ ମଳୟ ଭୋଇ ସହଯୋଗ କରିଥିଲେ ।