ବ୍ଲକସ୍ତରୀୟ ଫଲ ଆର୍ମି ୱାର୍ମ ତାଲିମ ଶିବିର

କର୍ଲାମୁଣ୍ଡା,୨୦।୮(ଡି.ଏନ.ଏ.)
କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକସ୍ଥିତ ଆମତ୍ାଗୃହଠାରେ କର୍ଲାମୁଣ୍ଡା କୃଷି ବିଭାଗ ପକ୍ଷରୁ ସୋମବାର ବ୍ଲକସ୍ତରୀୟ (ଫଲ ଆର୍ମି ୱାର୍ମ) ଚିହ୍ନଟ କ୍ଷତିର ଲକ୍ଷଣ ଓ ପରିଚାଳନା ପଦ୍ଧତି ଉପରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରକାରୀ କୃଷି ଅଧିକାରୀଣୀ ମୋନାଲିସା ଜେନା, କଳାହାଣ୍ଡି ଜିଲା ପରିଚାଳନା ବିଶେଷଜ୍ଞ ଜାହ୍ନକୀ ବଲ୍ଲଭ ମହାପାତ୍ର, ଏଗ୍ରୋନୋମିଷ୍ଟ ଚିତ୍ତରଞ୍ଜନ ଶତପଥୀ, ବିହନ ଉପତ୍ାଦକ ଅଧିକାରୀ ସୁବାସ ଚନ୍ଦ୍ର ବେହେରା, ଭାରପ୍ରାପ୍ତ ସହକାରୀ କୃଷି ଅଧିକାରୀ ଅରୁଣ ଚନ୍ଦ୍ର ପାଢୀ ପ୍ରମୁଖ ଯୋଗଦେଇ ମକା ଚାଷର ୫୦ ଜଣ ଉଗ୍ରେସିଭ ଚାଷୀଙ୍କୁ ଫଲ ଆର୍ମୀ ୱାର୍ମ ଚିହ୍ନଟ ଓ ପୋକର ଲକ୍ଷଣ, ମକା ଗଛର କ୍ଷତିର ଲକ୍ଷଣ ଓ ତାହାର ପରିଚାଳନା ସମ୍ବନ୍ଧରେ ତାଲିମ ପ୍ରଦାନ କରିବା ସହ କ୍ଷେତ୍ର ପରିଦର୍ଶନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ କୃଷି କର୍ମୀ ଧର୍ମେନ୍ଦ୍ର ଶବର, ଘନଶ୍ୟାମ ଜାନୀ, ପୀତାମ୍ବର ମାଝି, ନବୀନ ମାଝି, ସୁଶାନ୍ତ ମହାରଣା, ବିଟିଏମ ଧବଳେଶ୍ୱର ସାହୁ ଓ ସମସ୍ତ କୃଷକ ସାଥିମାନେ ସହଯୋଗ କରିଥିଲେ।