ବ୍ଲକସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

କେସିଙ୍ଗା, ୫।୩(ଡି.ଏନ୍‌.ଏ.):କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗୁରୁବାର ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଚେୟାରମ୍ୟାନ ସୁକାନ୍ତି ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଅତିଥିମାନେ ଯୋଗଦେଇ ବିଜୁବାବୁଙ୍କ କାର୍ଯ୍ୟଦକ୍ଷତା, ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ପଞ୍ଚାୟତିରାଜର ମୂଳ ଉଦ୍ଦେଶ୍ୟ, ନାରୀ ସଶକ୍ତୀକରଣ, ବିଜୁବାବୁଙ୍କ ଆଦର୍ଶ ଓ ନୀତି ଆଦି ବିଷୟରେ ଆଲୋକପାତ କରିଥିଲେ।
ଏହି ଉପଲକ୍ଷେ ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ପାଇଁ ସମସ୍ତେ ଶପଥ ପାଠ କରିଥିଲେ। କେସିଙ୍ଗା ବ୍ଲକରେ ନୂତନ ଭାବେ ଯୋଗଦେଇଥିବା ବିଡିଓ ପ୍ରଫୁଲ୍ଲ କୁମାର ଅଦୁ ସମଗ୍ର ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ କଳାହାଣ୍ଡି ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ମହିଳା ଗୋଷ୍ଠୀକୁ ପୁରସ୍କାର ପ୍ରଦାନ କରାଯାଇଥିଲା।