ବ୍ରେନ୍‌ ଷ୍ଟ୍ରୋକ୍‌

”ନିକଟରେ କରାଯାଇଥିବା ଏକ ସର୍ଭେ ଅନୁସାରେ ଆମ ଦେଶରେ ମୃତ୍ୟୁର ଦ୍ୱିତୀୟ ମୁଖ୍ୟ କାରଣ ହେଉଛି ବ୍ରେନ ଷ୍ଟ୍ରୋକ୍‌। ଆମ ଦେଶର ରାଜ୍ୟଗୁଡ଼ିକ ମଧ୍ୟରେ ପଶ୍ଚିମ ବଙ୍ଗଳା ପରେ ଓଡ଼ିଶାରେ ସବୁଠାରୁ ଅଧିକ ଲୋକ ଷ୍ଟ୍ରୋକ୍‌
ଦ୍ୱାରା ଆକ୍ରାନ୍ତ ହୁଅନ୍ତି। ୧୫ ମିଲିୟନ ଲୋକ ପୃଥିବୀରେ ପ୍ରତିବର୍ଷ ଷ୍ଟ୍ରୋକ୍‌ର ଶିକାର ହୁଅନ୍ତି। ସେଥିରୁ ୬ ମିଲିୟନ ରୋଗୀ ମୃତ୍ୟୁମୁଖରେ ପଡ଼ନ୍ତି ଏବଂ ୫ ମିଲିୟନ ରୋଗୀ ଜୀବନସାରା ଅକର୍ମଣ୍ୟ ହୋଇଯାଅନ୍ତି। ପ୍ରତି ୬ ସେକେଣ୍ଡରେ ପୃଥିବୀରେ ଜଣେ ଲୋକ ଷ୍ଟ୍ରୋକ୍‌ ଦ୍ୱାରା ଆକ୍ରାନ୍ତ ହୁଅନ୍ତି।“

ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ବ୍ରେନ୍‌ ବା ମସ୍ତିଷ୍କ। ଏହା ନିରବଚ୍ଛିନ୍ନ ଭାବେ କାମ କରିବା ଫଳରେ ଆମେ ସମସ୍ତ କାମ କରିପାରୁ। ଏହା ଶରୀରର ଅନ୍ୟ ସବୁ ଅଙ୍ଗକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ବ୍ରେନ୍‌କୁ ଆମ ଶରୀରର କନ୍‌ଟ୍ରୋଲର ରୁମ ବୋଲି କୁହାଯାଏ। ବ୍ରେନ୍‌ ନ୍ୟୁରୋ କୋଷିକା ମାଧ୍ୟମରେ ତିଆରି ହୋଇଥାଏ। ନ୍ୟୁରୋ କୋଷିକାଗୁଡ଼ିକ ଅହରହ ଅମ୍ଲଜାନ, ଗ୍ଲୁକୋଜ ବା ଅନ୍ୟାନ୍ୟ ସାର ପଦାର୍ଥ ଉପରେ ନିର୍ଭର କରିଥାଆନ୍ତି। ମାତ୍ର ଯେତେବେଳେ ବ୍ରେନକୁ ନିଜ କାମ କରିବା ଭିତରେ ଅର୍ଟି ବା ଧମନୀରେ ଆବଶ୍ୟକ ହେଉଥିବା ରକ୍ତ ଓ ଅମ୍ଲଜାନ ମିଳେନାହିଁ ତାହାକୁ ‘ବ୍ରେନ ଷ୍ଟ୍ରୋକ୍‌’ କୁହାଯାଏ। ବ୍ରେନ ଭିତରେ ରକ୍ତ ପ୍ରଭାବ ଠିକ ଭାବରେ ନ ହେଲେ ମିନିଟକୁ ୨ ଲକ୍ଷରୁ ଅଧିକ କୋଷ ବ୍ରେନ ଭିତରେ ମରିବାକୁ ଲାଗେ, ଯାହାଫଳରେ ରୋଗୀର ଜୀବନ ପ୍ରତି ମଧ୍ୟ ବିପଦ ଥାଏ।
ନିକଟରେ କରାଯାଇଥିବା ଏକ ସର୍ଭେ ଅନୁସାରେ ଆମ ଦେଶରେ ମୃତ୍ୟୁର ଦ୍ୱିତୀୟ ମୁଖ୍ୟ କାରଣ ହେଉଛି ବ୍ରେନ ଷ୍ଟ୍ରୋକ୍‌। ଆମ ଦେଶର ରାଜ୍ୟଗୁଡ଼ିକ ମଧ୍ୟରେ ପଶ୍ଚିମ ବଙ୍ଗଳା ପରେ ଓଡ଼ିଶାରେ ସବୁଠାରୁ ଅଧିକ ଲୋକ ଷ୍ଟ୍ରୋକ ଦ୍ୱାରା ଆକ୍ରାନ୍ତ ହୁଅନ୍ତି। ୧୫ ମିଲିୟନ ଲୋକ ପୃଥିବୀରେ ପ୍ରତିବର୍ଷ ଷ୍ଟ୍ରୋକ୍‌ର ଶିକାର ହୁଅନ୍ତି। ସେଥିରୁ ୬ ମିଲିୟନ ରୋଗୀ ମୃତ୍ୟୁମୁଖରେ ପଡନ୍ତି ଏବଂ ୫ ମିଲିୟନ ରୋଗୀ ଜୀବନସାରା ଅକର୍ମଣ୍ୟ ହୋଇଯାଅନ୍ତି। ପ୍ରତି ୬ ସେକେଣ୍ଡରେ ପୃଥିବୀରେ ଜଣେ ଲୋକ ଷ୍ଟ୍ରୋକ୍‌ ଦ୍ୱାରା ଆକ୍ରାନ୍ତ ହୁଅନ୍ତି।
ବ୍ରେନରେ ହେଉଥିବା ଅନ୍ୟାନ୍ୟ ରୋଗ ଅପେକ୍ଷା ବ୍ରେନ ଷ୍ଟ୍ରୋକ୍‌ ଏକ ସାଧାରଣ ସମସ୍ୟା, ଯାହା କେତେବେଳେ ବି ହୋଇପାରେ। ତୁରନ୍ତ ଏହାର ଚିକିତ୍ସା କରା ନ ଗଲେ ରୋଗୀ ପାରାଲିସିସ୍‌ ବା ପକ୍ଷାଘାତର ଶିକାର ହୋଇଥାଏ।
ଚିକିତ୍ସା ବିଜ୍ଞାନରେ ବ୍ରେନ ଷ୍ଟ୍ରୋକ୍‌କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ଇସକେମିକ ଷ୍ଟ୍ରୋକ୍‌ ଆଉ ଅନ୍ୟଟି ହେଲା ହେମୋରେଜିକ ଷ୍ଟ୍ରୋକ୍‌। ବ୍ରେନକୁ ରକ୍ତ ପ୍ରବାହ ବନ୍ଦ ହୋଇଗଲେ, ତାହାକୁ ଇସକେମିକ ଷ୍ଟ୍ରୋକ୍‌ କୁହାଯାଏ ଏବଂ ବ୍ରେନ ଭିତରେ ଥିବା ଧମନୀଗୁଡ଼ିକ ଫାଟିଯାଇ ରକ୍ତ ଜମିବା ଫଳରେ ହେଉଥିବା ଷ୍ଟ୍ରୋକ୍‌କୁ ହେମୋରେଜିକ ଷ୍ଟ୍ରୋକ୍‌ କୁହାଯାଏ।
କେଉଁମାନଙ୍କୁ ଷ୍ଟ୍ରୋକ୍‌ ହେବାର ସମ୍ଭାବନା ଅଧିକ: ଆଜିକାଲିର ସହରୀ ଜୀବନଶୈଳୀରେ ଆମ ଭିତରୁ କାହାକୁ ବି କେତେବେଳେ ହୋଇପାରେ ବ୍ରେନଷ୍ଟ୍ରୋକ୍‌। ତେବେ ଯେଉଁମାନଙ୍କର ଡାଇବେଟିସ, ଉଚ୍ଚ ରକ୍ତଚାପ, ରକ୍ତରେ କୋଲେଷ୍ଟରଲ ସମସ୍ୟା ଅଛି ଏବଂ ଏହାକୁ ନିୟନ୍ତ୍ରଣରେ ରହିବା ପାଇଁ ନିୟମିତ ଔଷଧ ଖାଆନ୍ତି ନାହିଁ। ସେମାନଙ୍କୁ ବ୍ରେନ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକଥାଏ। ଏହା ବୟସ୍କ ବ୍ୟକ୍ତି, ଅତ୍ୟଧିକ ମୋଟାବ୍ୟକ୍ତି, ନିୟମିତ ଧୂମପାନ କିମ୍ବା ମଦ୍ୟପାନ କରିଲେ। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇଲେ ଏବଂ ଆଦୌ ଶାରୀରିକ ପରିଶ୍ରମ ନ କଲେ ବ୍ରେନ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ ଥାଏ। ଏହାଛଡ଼ା ପରିବାରରେ କାହାକୁ ଏ ସମସ୍ୟା ଥିଲେ ଜନ୍ମଗତ ତ୍ରୁଟି, ବ୍ରେନ ଭିତରେ ଥିବା ସ୍ନାୟୁଗୁଡ଼ିକର କୌଣସି ଅସୁବିଧା ଥିଲେ, ବ୍ରେନ ଭିତରେ କୌଣସି ସଂକ୍ରମଣ ଥିଲେ ମଧ୍ୟ ବ୍ରେନ ଷ୍ଟ୍ରୋକ୍‌ ହୋଇପାରେ।
ଲକ୍ଷଣ
ବିଶ୍ୱ ଷ୍ଟ୍ରୋକ୍‌ ଅର୍ଗାନାଇଜେଶନ ଷ୍ଟ୍ରୋକ୍‌ର ଲକ୍ଷଣକୁ ସହଜରେ ମନେରଖିବା ପାଇଁ ଗୋଟେ ମିନୋମିକ୍ସ ଦେଇଛନ୍ତି। ‘FAST’
F-FACE ମୁହଁଟି ବଙ୍କା ହୋଇଗଲେ ବା ବଧିରା ହୋଇଗଲେ।
A-ARM ହାତ ଦୁର୍ବଳ ବା ବଧିରା ହେଲେ।
S-SPEACH କହିବା ବେଳେ ଖନି ମାରିଲେ ବା କଥା ଅସ୍ପଷ୍ଟ ହେଲେ।
T-Time-ଶୀଘ୍ର ଡାକ୍ତରଙ୍କ ସହ
ପରାମର୍ଶ କରନ୍ତୁ।
ଅନ୍ୟ ଲକ୍ଷଣ
ମୁଣ୍ଡ ବଥା ହେଲେ, ହଠାତ୍‌ ମୁଣ୍ଡ ବୁଲାଇଲେ, ଆଖି ଆଗରେ ଅନ୍ଧାର, ଧୀରେ ଧୀରେ ସ୍ମରଣଶକ୍ତି କମିଗଲେ ବା ବାତ ମାରିଲେ ଷ୍ଟ୍ରୋକ୍‌ର ଲକ୍ଷଣ ହୋଇପାରେ। ବ୍ରେନ ଷ୍ଟ୍ରୋକ୍‌ ହେଲେ ଆଦୌ ସମୟ ନଷ୍ଟ ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ସିଟି ସ୍କାନ ଏବଂ ଆବଶ୍ୟକ ହେଲେ ଏମ.ଆର.ଆଇ. ସ୍କାନ କରିବାକୁ ପଡ଼ିଥାଏ। ଏହାଦ୍ୱାରା ବ୍ରେନ ଭିତରେ କେଉଁ ସ୍ଥାନରେ ସମସ୍ୟା ହୋଇଛି ଏବଂ ଏହା କେଉଁ ପ୍ରକାରର ଷ୍ଟ୍ରୋକ୍‌ ତାହା ଜଣାପଡ଼ିଥାଏ। ଏହା ବ୍ୟତୀତ ଚିକିତ୍ସା ଆରମ୍ଭ କରିବା ପାଇଁ କିଛି ରକ୍ତ ପରୀକ୍ଷା କରିବା ସହିତ କିଡ୍‌ନୀ ଓ ଲିଭର ପରୀକ୍ଷା, ରକ୍ତ ଶର୍କରା, ଲିପଡ ପ୍ରୋଫାଇଲ, ହାର୍ଟର ପରୀକ୍ଷା ଇତ୍ୟାଦି କରିବାକୁ ପଡ଼ିଥାଏ।
ଚିକିତ୍ସା ପଦ୍ଧତି: ବ୍ରେନ ଷ୍ଟ୍ରୋକ ହେବାର ପ୍ରଥମ ୪-୫ ଘଣ୍ଟା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ଠିକ ଚିକିତ୍ସା ଆରମ୍ଭ କଲେ ସଫଳତା ମିଳିଥାଏ। ଏହି ସମୟ ମଧ୍ୟରେ ଇସକେମିକ ଷ୍ଟ୍ରୋକ୍‌ ପାଇଁ ସାଧାରଣତଃ ଥମ୍ବୋଲାୟସିସ୍‌ ସାହାଯ୍ୟରେ ଚିକିତ୍ସା ଆରମ୍ଭ କରାଯାଇଥାଏ। ଏହି ଚିକିତ୍ସା ପଦ୍ଧତିରେ ବ୍ରେନ ଭିତରେ ରକ୍ତ ପ୍ରବାହରେ କୌଣସି ବାଧା ସୃଷ୍ଟି ହୋଇଥିଲେ ଇଞ୍ଜେକ୍‌ସନ ସାହାଯ୍ୟରେ ବ୍ଲକେଜକୁ ପରିଷ୍କାର କରାଯାଇଥାଏ। ଠିକ ସେହିପରି ବ୍ରେନ ଭିତରେ ହେମୋରେଜିକ ଷ୍ଟ୍ରୋକ ହୋଇଥିଲେ ସ୍ନାୟୁଶଲ୍ୟ ବିଭାଗର ପରାମର୍ଶ ଆବଶ୍ୟକ ହୋଇଥାଏ। ବ୍ରେନ ଷ୍ଟ୍ରୋକ ହେବାପରେ ରାତିରେ ଅତି କମରେ ୬ରୁ ୮ ଘଣ୍ଟା ଶୁଅନ୍ତୁ।
ବୟସ ଅଧିକ ଥିଲେ ନିୟମିତ ବ୍ୟବଧାନରେ ଡାକ୍ତରୀ ପରୀକ୍ଷା କରନ୍ତୁ।
ଏହିସବୁ ସତର୍କତା ଏବଂ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନଦେଲେ ଏବଂ ସ୍ବାସ୍ଥ୍ୟ ସଚେତନ ହୋଇପାରିଲେ ବ୍ରେନ ଷ୍ଟ୍ରୋକ୍‌ ଭଳି ମାରାମତ୍କ ରୋଗଠାରୁ ଆପଣ ମଧ୍ୟ ସୁରକ୍ଷିତ ରହିପାରିବେ।
-ବରିଷ୍ଠ ନ୍ୟୁରୋଲୋଜୀ ସ୍ପେଶିଆଲିଷ୍ଟ
କେୟାର ହସ୍ପିଟାଲ, ଭୁବନେଶ୍ୱର
ମୋ: ୯୬୫୮୬୦୯୪୯୫


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri