ବ୍ରହ୍ମାକୁମାରୀଙ୍କ ପକ୍ଷରୁ ରକ୍ଷାବନ୍ଧନ

ରାୟଗଡ଼ା ଅଫିସ, ୧୫।୮-ରାୟଗଡ଼ାସ୍ଥିତ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁରୁବାର ରକ୍ଷାବନ୍ଧନ ପାଳନ କରାଯାଇଛି। ପ୍ରଥମେ ଏହାର ସଞ୍ଚାଳିକା ପ୍ରାୟ ୨୫୦ ପ୍ରଜାପିତା ଭଉଣୀଭାଇଙ୍କୁ ରାଖୀ ବାନ୍ଧିଥିଲେ। ଏହାପରେ ସେମାନେ ରାୟଗଡ଼ା ଜେଲ୍‌ ଅନ୍ତେବାସୀଙ୍କୁ ମଧ୍ୟ ରାଖୀ ବାନ୍ଧିଥିଲେ। ସେଠାରୁ ମେଡିକାଲ, ଥାନା, ସେବାକେନ୍ଦ୍ର, ଠକ୍କର ବାବା ଆଶ୍ରମ, ଓଡିଶା ରିଜର୍ଭ ପୋଲିସ, ବୃଦ୍ଧାଶ୍ରମ, ରେଳଷ୍ଟେଶନ, ଅନାଥ ଆଶ୍ରମ ଯାଇ ସେଠାରେ ରାଖୀ ବାନ୍ଧିବା ସହ ମିଠା ବାଣ୍ଟିଥିଲେ।