Categories: ଗଞ୍ଜାମ

ବ୍ରହ୍ମପୁର ସିଟି ହସ୍ପିଟାଲରେ ଅଲ୍‌ଟ୍ରାସାଉଣ୍ଡ ମେଶିନ ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ,୨୨।୬: ବ୍ରହ୍ମପୁର ସିଟି ହସ୍ପିଟାଲରେ ଶନିବାର ନୂତନ ଅଲ୍‌ଟ୍ରାସାଉଣ୍ଡ ମେଶିନ ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ ୧୮ ଲକ୍ଷ ୫୫ ହଜାର ଟଙ୍କାରେ ଏହି ମେଶିନ କିଣାଯାଇଛି। ରାଜ୍ୟ ସରକାରଙ୍କ ‘ନିଦାନ’ ଯୋଜନାରେ ସମ୍ପୂର୍ଣ୍ଣ ମାଗଣାରେ ଅଲ୍‌ଟ୍ରାସାଉଣ୍ଡ କରାଯିବ। ଏହି ଅବସରରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ, ସିଟି ହସ୍ପିଟାଲର ଅଧ୍ୟକ୍ଷ ଡା. ପି. କର୍ମୟା, ଡା. ଜଗଦୀଶ ପଟ୍ଟନାୟକ, ଡା. ସରୋଜିନୀ ଦେବୀଙ୍କ ସମେତ ବରିଷ୍ଠ ଡାକ୍ତରମାନେ ଉପସ୍ଥିତ ଥିଲେ।