Categories: ଗଞ୍ଜାମ

ବ୍ରହ୍ମପୁର-ସମ୍ବଲପୁର ରେଳଲାଇନ ଦାବି ପ୍ରସଙ୍ଗ : ଏମ୍‌ପିଙ୍କୁ ଭେଟିଲେ ୩ ବାର୍‌ ଆସୋସିଏଶନ କର୍ମକର୍ତ୍ତା

ଭଞ୍ଜନଗର,୧୮।୮(ଡି.ଏନ.ଏ)-ବ୍ରହ୍ମପୁର ଭାୟା ଭଞ୍ଜନଗର ସମ୍ବଲପୁର ରେଳଲାଇନ ପାଇଁ ଭଞ୍ଜନଗର ବାର୍‌ ଆସୋସିଏଶନ ବିଭିନ୍ନସ୍ତରରେ ଦାବି ଉଠାଉଛି। ବାର୍‌ ଆସୋସିଏଶନ କର୍ମକର୍ତ୍ତା କିଛିଦିନ ପୂର୍ବେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଓ କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତଙ୍କୁ ଭେଟି ଉପରୋକ୍ତ ଦାବିକୁ ଦିଲ୍ଲୀ ଦରବାରରେ ଉଠାଇ ରେଳଲାଇନ କିଭଳି ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି । ଶନିବାର ଭଞ୍ଜନଗର, ଆସିକା ଓ କବିସୂର୍ଯ୍ୟନଗର ବାର୍‌ ଆସୋସିଏଶନ କର୍ମକର୍ତ୍ତାମାନେ ଏକାଠି ହୋଇ ଆସିକା ଏମ୍‌ପି ପ୍ରମିଳା ବିଷୋୟୀଙ୍କୁ କବିସୂର୍ଯ୍ୟନଗର ଡାକବଙ୍ଗଳାରେ ଭେଟି ଏହି ଦାବି ଉପରେ ଆଲୋଚନା କରିଥିଲେ। ଏମ୍‌ପି କହିଥିଲେ, ଗଞ୍ଜାମ ଜିଲାରେ କିଭଳି ରେଳ ଲାଇନ ବିକାଶ ହୋଇପାରିବ ସେ ନେଇ ଗତ ଲୋକ ସଭା ଅଧିବେଶନରେ ପ୍ରସଙ୍ଗ ଉଠାଇଥିଲି। ଆଗାମୀ ଦିନରେ ପୁଣି ଏହି ପ୍ରସଙ୍ଗ ଲୋକ ସଭାରେ ଉଠାଇବି । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଜଣାଇବି ବୋଲି କହିଛନ୍ତି। ଆଗାମୀ କେନ୍ଦ୍ର ବଜେଟରେ ଉକ୍ତ ପ୍ରକଳ୍ପ ପାଇଁ କିଭଳି ଅର୍ଥ ବ୍ୟୟବରାଦ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ଏମ୍‌ପି ଆଇନଜୀବୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ଏମପିଙ୍କୁ ଭେଟିବା ସମୟରେ ପୂର୍ବତନ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ, ଆସିକା ବାର ଆସୋସିଏଶନର ସଭାପତି ସରୋଜ କୁମାର ତ୍ରିପାଠୀ, ସମ୍ପାଦକ ଛବିଳରାମ ମିଶ୍ର, ସନ୍ତୋଷ କୁମାର ପାଣିଗ୍ରାହୀ, ସରୋଜ କୁମାର ନାୟକ, କବିସୂର୍ଯ୍ୟନଗର ବାର ଆସୋସିଏଶନର ବି.ଶଙ୍କର ପାତ୍ର, ଭଞ୍ଜନଗର ବାର ଆସୋସିଏଶନର ବରିଷ୍ଠ ସଭ୍ୟ ବିନୟ କୁମାର ରଥ, ସଭାପତି ଅଭିମନ୍ୟୁ ଗୌଡ଼,ସମ୍ପାଦକ ଅଶୋକ ଜେନା, ଏମ୍‌ ତାଜ୍‌ ଆଦେନୀ,ସନ୍ତୋଷ ନାୟକ,ମନୋଜ ପଟ୍ଟନାୟକ, ଡ଼.ସୁଶାନ୍ତ ତ୍ରିପାଠୀ, ରବୀନ୍ଦ୍ର ନାଥ ଦାସ, ବିଷ୍ଣୁପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।