ବ୍ରହ୍ମପୁର ରିଂ ରୋଡ୍‌: ଜମି ଅଧିଗ୍ରହଣ ସମସ୍ୟା

ଛତ୍ରପୁର,୨୩ା୧୦(ଡି.ଏନ.ଏ.)- ବ୍ରହ୍ମପୁର ସହର ପାଇଁ ରିଂ ରୋଡ୍‌ର ପରିକଳ୍ପନା ଦୀର୍ଘ ବର୍ଷ ହେଲା ହୋଇଛି। ମାତ୍ର ତାହା କାର୍ଯ୍ୟକ୍ଷମ ହେବାରେ ଅହେତୁକ ବିଳମ୍ବ ହେଉଛି। ଘରୋଇ ଜମି ଅଧିଗ୍ରହଣରେ ସମସ୍ୟା ଦେଖାଦେଇଥିବାରୁ ଏପରି ବିଳମ୍ବ ହେଉଥିବା ଜଣାପଡିଛି। ମଙ୍ଗଳବାର ସନ୍ଧ୍ୟାରେ ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଏନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ବୈଠକକୁ ରିଂ ରୋଡ୍‌ ଯୋଗୁ କ୍ଷତିଗ୍ରସ୍ତ ହେବାକୁ ଥିବା ଘରୋଇ ଜମି ଓ ଘର ମାଲିକଙ୍କୁ ଡକାଯାଇଥିଲା। ତେବେ ଅଳ୍ପ କେତେଜଣ ଲୋକ ଆସିଥିଲେ। ବ୍ରହ୍ମପୁର ରିଂ ରୋଡ୍‌ ପାଇଁ ମନହରା, ବେନ୍ଦାଳିଆ, କୁସୁମି, ମହୁଡା, କୁମାରପୁର, ମଦନ ମୋହନପୁର, ଦକ୍ଷିଣପୁର ଗଁା ଲୋକେ କ୍ଷତିଗ୍ରସ୍ତ ହେବେ। ରିଂ ରୋଡ୍‌ ପାଇଁ ଜମି ଦେବାକୁ ଲୋକେ ରାଜି ଥିବା କହିଥିଲେ। ମାତ୍ର ସରକାରୀ ଓ ଘରୋଇ ଦରର ମଧ୍ୟବର୍ତ୍ତୀ ଦର ଧାର୍ଯ୍ୟ କରିବାକୁ ଜିଲାପାଳଙ୍କୁ ଏମାନେ ଅନୁରୋଧ କରିଥିଲେ। ଏ ସମ୍ପର୍କରେ ପରବର୍ତ୍ତୀ ପର୍ଯ୍ୟାୟରେ ଜଣାଇ ଦିଆଯିବ ବୋଲି ଜିଲାପାଳ କହିଥିଲେ। ସରକାରୀ ନିୟମ ଅନୁସାରେ ଜମି ଅଧିଗ୍ରହଣରେ ବିଳମ୍ବ ହେବ ବୋଲି ଲୋକଙ୍କଠାରୁ କିଛି ଦର ଧାର୍ଯ୍ୟ କରି ପ୍ରଶାସନ ଜମି କିଣିବାକୁ ସ୍ଥିର କରିଛି। ଏଥିରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଲକ୍ଷ୍ମୀକାନ୍ତ ସେଠୀ, ବ୍ରହ୍ମପୁର ଉପଜିଲାପାଳ ସିନ୍ଦେ ଦାତ୍ତାତ୍ରେୟ ଭାଉସାହେବ, ଡେପୁଟି କଲେକ୍ଟର (ରାଜସ୍ବ) ଦିବ୍ୟଲୋଚନ ମହନ୍ତଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri