ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରୁ ୫ ଶିଶୁ ଶ୍ରମିକ ଉଦ୍ଧାର

ବ୍ରହ୍ମପୁର ଅଫିସ,୧୯ା୨- ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରୁ ମଙ୍ଗଳବାର ୫ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଜିଲା ଚାଇଲ୍ଡ ପ୍ରୋଟେକ୍ସନ ଅଫିସର, ଚାଇଲ୍ଡ ଲାଇନ୍‌, ସିଡବ୍ଲ୍ୟୁସି ସଦସ୍ୟ, ବିଏନ୍‌ପୁର ପୋଲିସ, ଶ୍ରମ କାର୍ଯ୍ୟାଳୟ ଅଧିକାରୀଙ୍କ ଦ୍ୱାରା ମିଳିତ ଭାବେ ଗଠିତ ୫ ଜଣିଆ ଟିମ୍‌ ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରୁ ଏହି ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି ା
ସୂଚନା ମୁତାବକ, ବିଏନ୍‌ପୁର ଥାନା ଅଧୀନରେ ଥିବା ଇଞ୍ଜନିୟରିଂ ସ୍କୁଲ, ନୂଆବସ୍‌ଷ୍ଟାଣ୍ଡ, ସେଲଟ୍ୟାକ୍ସ ଛକ, ପଣ୍ଡାକଲୋନୀ ଅଞ୍ଚଳରେ ଦୀର୍ଘ ଦିନ ଧରି ହୋଟେଲ, ଫାଷ୍ଟଫୁଡ ସେଣ୍ଟରେ ଏହି ଶିଶୁମାନେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗକୁ ଭିତ୍ତିକରି ଟିମ୍‌ ମଙ୍ଗଳବାର ପୂର୍ବାହ୍ନରେ ଶିଶୁମାନେ କାର୍ଯ୍ୟ କରୁଥିବା ହୋଟେଲ, ଫାଷ୍ଟଫୁଡ ସେଣ୍ଟର ଉପରେ ଚଢାଉ କରି ୫ ଶିଶୁଙ୍କୁ ଉଦ୍ଧାର କରିଥିଲେ ା ତେବେ ଉଦ୍ଧାର କରାଯାଇଥିବା ଶିଶୁମାନଙ୍କୁ ସିଡବ୍ଲ୍ୟୁସି ଚାଇଲ୍ଡ ୱେଲଫେୟାର କମିଟି ତତ୍ତ୍ୱାବଧାନରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ କେତେଜଣ ୧୪ ବର୍ଷରୁ କମ ଥିବା ଅନୁମାନ କରାଯାଉଥିବା ବ୍ରହ୍ମପୁର ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ର ସୂଚନା ଦେଇଛନ୍ତି ା କାଉନ୍‌ସେଲିଂ ପରେ ଉକ୍ତ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାତ୍ର କହିଛନ୍ତି ା