ବୌଦ୍ଧ ଜିଲା ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ

ବୌଦ୍ଧ, ୨୮ା୪(ସ୍ବ.ପ୍ର): ବୌଦ୍ଧ ଜିଲା ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। କରୋନା କଟକଣା ଯୋଗୁ ସଂଘ କାର୍ଯ୍ୟାଳୟ ପରିସରରେ ଜିଲା ସଂଘ ସଭାପତି ତାରେଣୀ କୁମାର ମହାପାତ୍ର ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ମଧୁବାବୁ ଓଡିଆ ଜାତିର ସ୍ବାଭିମାନର ପ୍ରତୀକ ବୋଲି କହିଥଲେ। ସଭାରେ ସଂଘ ସମ୍ପାଦକ ଅଶୋକ କୁମାର ମିଶ୍ର, ଆଇନଜୀବୀ ଅଶୋକ କୁମାର ସାହୁ, ଦେବରଞ୍ଜନ ବିଶି, ଜ୍ଞାନରଞ୍ଜନ ପଟ୍ଟନାୟକ, ପରମେଶ୍ୱର ବିଶି, ସୋମେଶଦତ୍ତ ବିଶ୍ୱାଳ, ଜୁଲିୟସ ମହାକୁଲ, ଅମ୍ରିତ ପ୍ରଧାନ, ପ୍ରୀତମ ମିଶ୍ର, ବିମ୍ବମୋହନ ଶତପଥୀ ଓ ଓକିଲ ସଂଘ କର୍ମଚାରୀ ରଙ୍କନିଧି ଲୋଇ ଯୋଗ ଦେଇଥିଲେ ।