ବୋର୍‌ଓ୍ବେଲ୍‌ରେ ମୃତ୍ୟୁ

ତାମିଲନାଡୁର ତିରୁଚିରାପଲ୍ଲୀରେ ୨ ବର୍ଷର ବାଳକ ସୁଜିତ ଓ୍ବିଲ୍‌ସନ ୮୮ ଫୁଟ ଖୋଳା ଯାଇଥିବା ଏକ ବୋର୍‌ଓ୍ବେଲ୍‌ରେ ୨୫ ଅକ୍ଟୋବରରେ ପଡ଼ିଯାଇଥିଲେ। ଏଭଳି ଦୁର୍ଘଟଣା ଭାରତବର୍ଷର ବିଭିନ୍ନ ସ୍ଥାନରେ ଘଟୁଥିବାର ବାରମ୍ବାର ପରିଲକ୍ଷିତ ହେଉଛି। ଏହା ସତ ଯେ, ଏପରି ଦୁଃଖଦାୟକ ଘଟଣା ଟେଲିଭିଜନ୍‌ ଚ୍ୟାନେଲଗୁଡ଼ିକୁ ଦୀର୍ଘ ସମୟ ସକାଶେ ଖାଦ୍ୟ ଯୋଗାଉଛି। କିନ୍ତୁ ଯେଉଁ ମାତାପିତାଙ୍କ ସନ୍ତାନ ଦୁର୍ଘଟଣାର ଶିକାର ହେଉଛନ୍ତି, ସେମାନଙ୍କ ମାନସିକ ଯନ୍ତ୍ରଣା ବୁଝିବା ସମ୍ଭବପର ହେଉନାହିଁ। ସେଥିପାଇଁ, ହୁଏତ, କୌଣସି ସାମାଜିକ ସଚେତନତା ବୃଦ୍ଧି ପାଉନାହିଁ।
ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌), ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସ୍‌ଡିଆର୍‌ଏଫ୍‌) ଏବଂ ଡାକ୍ତରୀ ଦଳଙ୍କ ଶତ ଚେଷ୍ଟା ସତ୍ତ୍ୱେ ୨୯ ଅକ୍ଟୋବର ସକାଳେ ସୁଜିତଙ୍କ ମୃତ୍ୟୁ ଘଟିଛି। ଏଠାରେ ମନେପଡ଼େ, ୧୩ ବର୍ଷ ତଳେ ହରିୟାଣାର କୁରୁକ୍ଷେତ୍ରରେ ୪ ବର୍ଷୀୟ ପ୍ରିନ୍ସ ନାମକ ଜଣେ ବାଳକ ବୋର୍‌ଓ୍ବେଲ୍‌ରେ ପଡ଼ି ଦୀର୍ଘ ଘଣ୍ଟା ସେଥିରେ ରହିବା ପରେ ତାଙ୍କୁ ଅତିକଷ୍ଟରେ ଉଦ୍ଧାର କରାଯାଇପାରିଥିଲା। ସେହିପରି ଓଡ଼ିଶାର ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜାମୁନାଳି ପଞ୍ଚାୟତ ବୋଳାସର ଗ୍ରାମରେ ୨୦୧୭ ଡିସେମ୍ବର ୨୫ରେ ଦୁଇ ବର୍ଷର ଶିଶୁକନ୍ୟା ରାଧାରାଣୀ ୯୦ ଫୁଟ ବିଶିଷ୍ଟ ବୋର୍‌ଓ୍ବେଲ୍‌ର ୧୩ ଫୁଟ ଗଭୀରରେ ଥିବା ଏକ ପଥର ଉପରେ ଅଟକି ଯାଇଥିଲେ। ୭ ଘଣ୍ଟାର ପ୍ରୟାସ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଦେଖିବାକୁ ଗଲେ ଉଦ୍ଧାର ପାଇ ଜୀବନ ଫେରିପାଉଥିବା ପିଲାଙ୍କ ସଂଖ୍ୟା ଅତି କମ୍‌।
ପ୍ରତି କ୍ଷେତ୍ରରେ ବେଖାତିର ବା ଖାମଖିଆଲ ମନୋଭାବ ପୋଷଣ କରିବା ହେଉଛି ଭାରତୀୟ ଚରିତ୍ର। ନିଜ କାର୍ଯ୍ୟ ପ୍ରତି ଅଙ୍ଗିକାରବଦ୍ଧତା ନ ଥିବାରୁ ସେଗୁଡ଼ିକ ଅଧାପନ୍ତରିଆ ରହିଯାଇଥାଏ। ଫଳରେ ଅନ୍ୟମାନେ ଅସୁବିଧା ଭୋଗିଥାଆନ୍ତି। ଜଳ ପାଇବା ପାଇଁ ଲୋକେ ବୋର୍‌ଓ୍ବେଲ୍‌ ଉପରେ ବିଶେଷଭାବେ ନିର୍ଭର କରୁଥିବାରୁ ଗଭୀର ନଳକୂପ ଖୋଳିଥାଆନ୍ତି। ଦେଖାଯାଉଛି କେତେକ ସ୍ଥାନରେ ଅନେକେ ତାହାକୁ ଖୋଳିଦେଇ ବ୍ୟବହାର ଉପଯୋଗୀ ନ ହେଉଥିବାରୁ ଖୋଲା ଛାଡ଼ି ଦେଉଛନ୍ତି। ଫଳରେ ଛୋଟ ପିଲାମାନେ ଖେଳିବା ବା ବୁଲାବୁଲି କଲା ବେଳେ ସେଥିରେ ଖସିପଡ଼ୁଛନ୍ତି। ଏଭଳି ସ୍ଥଳେ ବୋର୍‌ଓ୍ବେଲ୍‌ ଖୋଳୁଥିବା ବ୍ୟକ୍ତିଙ୍କ ଦାୟିତ୍ୱହୀନତା ଯୋଗୁ ଘଟୁଥିବା ମୃତ୍ୟୁ ପାଇଁ ତାଙ୍କ ବିରୋଧରେ ହତ୍ୟା ମକଦ୍ଦମା ରୁଜୁ କରିବା ଆବଶ୍ୟକ ହୋଇପଡ଼ିଲାଣି।
ଉଦ୍ଧାର କରାଯିବା ବିଷୟକୁ ଦେଖିଲେ ବୋର୍‌ଓ୍ବେଲ୍‌ରୁ ପିଲାଙ୍କୁ ରକ୍ଷାକରିବା ସହଜ ନୁହେଁ। ଗର୍ତ୍ତର ଆକାର ଛୋଟ ଥିବାରୁ ଅଦ୍ୟାବଧି ଆଧୁନିକ ଯନ୍ତ୍ରପାତି ଉପଲବ୍ଧ ହୋଇପାରୁ ନାହିଁ। ପାଇପ୍‌ ଯୋଗେ ଅମ୍ଳଜାନ ଯୋଗାଇବା କିମ୍ବା ଗର୍ତ୍ତର ନିକଟବର୍ତ୍ତୀ ସ୍ଥାନରେ ବଡ଼ ଆକାରର ଗାତ ଖୋଳାଯାଇ ଉଦ୍ଧାର କରାଯିବାରେ ହାତଗଣତି ସଫଳତା ମିଳିପାରିଛି। ଏହା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ।
କେବଳ ବୋର୍‌ଓ୍ବେଲ୍‌ରେ ସାନପିଲା ପଡ଼ିଯିବାରେ ଭାରତୀୟଙ୍କ ଅବହେଳା ଶେଷ ହେଉନାହିଁ। ଏକ ଜାତୀୟ ଚରିତ୍ର ଭାବେ ଆମେ ଅନ୍ୟ କାହାରି ସୁରକ୍ଷା ପ୍ରତି ଧ୍ୟାନ ଦେଉନାହୁଁ। ଏହାର ଅନ୍ୟ ଏକ ଜ୍ୱଳନ୍ତ ଉଦାହରଣ ନିକଟରେ ଦେଶବ୍ୟାପୀ ଦେଖିବାକୁ ମିଳିଥିଲା। ଗୁଜରାଟରୁ ଓଡ଼ିଶା ପର୍ଯ୍ୟନ୍ତ ସବୁଆଡ଼େ ନୂତନ ଟ୍ରାଫିକ୍‌ ଆଇନ ଲାଗୁ କରିବାର ସରକାରଙ୍କ ଉତ୍ତମ ପ୍ରୟାସକୁ ସମସ୍ତେ ମିଳିମିଶି ବିରୋଧ କରିଥିଲେ। ଏପରି କି ସରକାରୀ ଗାଡ଼ିକୁ ଅଟକାଇ ତାହାର କାଗଜପତ୍ର ଯାଞ୍ଚ କରିବା ପର୍ଯ୍ୟନ୍ତ କଥା ଗଲା। ଏଭଳି ମନୋଭାବ ପୋଷଣ କରିବାର ଅର୍ଥ ହେଉଛି, ଆମେ କେହି କାହାରି ସୁରକ୍ଷା ଚିନ୍ତା କରୁନାହୁଁ। ଭୁଲିଯାଉଛୁ ଯେ, ଅନ୍ୟ ଲୋକ ସୁରକ୍ଷିତ ରହିବା ସହିତ ଆମେ ନିଜେ ସୁରକ୍ଷା ପାଇପାରିବୁ। ନିଜ ଉପରେ ବିପଦ ପଡ଼ିଲେ ସରକାର ଏବଂ ବ୍ୟବସ୍ଥାକୁ ଗାଳିଦେବା ପାଇଁ ତତ୍ପର। ଅନ୍ୟ ଉପରେ ପଡ଼ିଲେ ମୋବାଇଲ ଫୋନ୍‌ କାଢ଼ି ଭିଡିଓ କରିବାରେ ବ୍ୟସ୍ତ। ଏହା ହେଉଛି ନୂତନ ଭାରତର ନବଜାତ ଚରିତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

ପିଲାଙ୍କ ସଂସ୍କାର

ଗୋଟେ ଛୋଟ ଅଥଚ ଜନଗହଳିପୂର୍ଣ୍ଣ ଛକରେ ମୋର ଗାଡ଼ି ପାର୍କିଂ କଲାବେଳେ ସେଠି ଥିବା ଗୋଟେ ସ୍କୁଟରର ପାଖାପାଖି ଚାଲି ଆସିଲା। ସ୍କୁଟର ଉପରେ ବସିଥିବା ଝିଅଟିଏ…

ପୁରସ୍କାର ଓ ପ୍ରବଞ୍ଚନା

ଏହି ନିକଟରେ ଦିଲ୍ଲୀରେ ଉଦ୍‌ଯାପିତ ହୋଇଯାଇଛି ଏଆଇ କମ୍ପାକ୍ଟ ସମିଟ୍‌ ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ସମ୍ପର୍କିତ ଶିଖର ସମ୍ମିଳନୀ। ବିଶ୍ବର କୋଡ଼ିଏଟି ରାଷ୍ଟ୍ରର ଶାସନମୁଖ୍ୟ ତଥା…

ଅସୁନ୍ଦର ସ୍ଥିତି

ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଉପୁଜିଥିବା ଯୁଦ୍ଧ ଇତିମଧ୍ୟରେ ଏକ ସପ୍ତାହ ପୂରଣ କଲାଣି। ଏଭଳି ତୀବ୍ର ଆଧୁନିକ ଯୁଗର ଯୁଦ୍ଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri