ବୋମା ମାଡ଼ରେ ପୂର୍ବତନ କାଉନସିଲର ଗୁରୁତର ଘଟଣା: ୩ ଅଟକ, ଅଫୁଟା ବୋମା ନିଷ୍କ୍ରିୟ

ରାଉରକେଲା,୭।୨(ଡି.ଏନ୍‌.ଏ.): ରାଉରକେଲା ଉଦିତନଗର ଥାନା ଅଧୀନ ବାସନ୍ତୀ କଲୋନୀର ବାସିନ୍ଦା ତଥା ପୂର୍ବତନ କାଉନ୍‌ସିଲର ଆଶିଷ ମହାନ୍ତି (ବୁଲୁ)ଙ୍କୁ ବୋମାମାଡ଼ ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଯାଞ୍ଚ କରିବା ସହ ଏକ ଅଫୁଟା ବୋମା ନିଷ୍କ୍ରିୟ କରିଛି। ଅଟକ ଥିବା ୩ ଜଣଙ୍କ ମଧ୍ୟରୁ ସହରର ଜଣେ ପ୍ରମୁଖ ବ୍ୟବସାୟୀ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ,ଷ୍ଟିଲ ସିଟି ଉଦିତନଗର ଥାନା ଅଞ୍ଚଳରେ ଗୁରୁବାର ରାତି ପ୍ରାୟ ୧୦ଟାରେ ବୋମା ମାଡ଼ ହୋଇଥିଲା। ଏଥିରେ ବୁଲୁ ଗୁରୁତର ହୋଇଥିଲେ। ତାଙ୍କୁ ସ୍ଥାନୀୟ ଇସ୍ପାତ ଜେନେରାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଖବରପାଇ ଉଦିତନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।