Categories: ଜାତୀୟ

ବୋଫର୍ସ ତୋପ ଦୁର୍ନୀତି: ୧୦୬ ବିରୋଧୀ ଏମ୍‌ପି ଦେଇଥିଲେ ଇସ୍ତଫା

ନୂଆଦିଲ୍ଲୀ,୨୪।୬: ବୋଫର୍ସ ତୋପକୁ ବିରୋଧ କରି ୩୦ ବର୍ଷ ତଳେ ୧୯୮୯ ଜୁନ୍‌ ୨୪ରେ ଲୋକ ସଭାର ୧୧୦ ବିରୋଧୀ ଏମ୍‌ପିଙ୍କ ମଧ୍ୟରୁ ୧୦୬ ଜଣ ଇସ୍ତଫା ଦେଇଥିଲେ। ଭି.ପି. ସିଂ ଙ୍କ ନେତୃତ୍ୱରେ ବିରୋଧୀ ଏକତ୍ରିତ ହୋଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସମେତ ଅନ୍ୟ ନେତା ବୋଫର୍ସ ତୋପ ଦୁର୍ନୀତିକୁ ବିରୋଧ କରିଥିଲେ। ବୋଫର୍ସର ୧୫୫ ମିମି ୪ଶହ ହାବିଟ୍‌ଜର ତୋପ କିଣାରେ ୧୪ଶହ ୩୭ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ୧୯୮୬ରେ ଏନେଇ ବୁଝାମଣା ହୋଇଥିଲା। ତେବେ ଦୁର୍ନୀତି ସମ୍ପର୍କରେ ୧୯୮୭ରେ ଜଣାପଡ଼ିଥିଲା। ସୁଇଡେନ୍‌ ରେଡିଓ ସଂସ୍ଥା ଏନେଇ ତଥ୍ୟ ଦେଇଥିଲା। ବୋଫର୍ସ କମ୍ପାନୀ ଏହି ବୁଝାମଣା ପାଇଁ ଭାରତୀୟ ରାଜନେତା ତଥା ଉଚ୍ଚଅଧିକାରୀଙ୍କୁ ୬୦ କୋଟି ଟଙ୍କାର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା। ବିରୋଧୀଙ୍କ ପକ୍ଷରୁ ଏହାର ବିରୋଧ କରାଯାଇଥିଲା। ସେତେବେଳେ ୫୧୪ ଲୋକ ସଭା ଆସନ ମଧ୍ୟରୁ ବିପକ୍ଷଙ୍କ ସଂଖ୍ୟା ୧୧୦ ଥିଲା । ସେଥିମଧ୍ୟରେ ଭାଜପା-୨, ଜନତା ପାର୍ଟି-୧୦, ବାମପନ୍ଥୀ-୨୨, ତେଲୁଗୁ ଦେଶମ୍‌-୩୦, ଏଆଇଏଡିଏମ୍‌କେ-୧୨ ସଦସ୍ୟ ଥିଲେ। ଏକ କାଳୀନ ଏତେ ସଂଖ୍ୟକ ବିପକ୍ଷ ସଦସ୍ୟଙ୍କ ଇସ୍ତଫା ଶାସକ ଦଳ ପାଇଁ ଏକ ଆହ୍ବାନ ଥିଲା।

Share