Posted inଫୁରସତ

ବୋତାମ

ବୋତାମ, ଛୋଟିଆ ଜିନିଷଟିଏ। କିନ୍ତୁ ବେଶ୍‌ ଜରୁରୀ। କେବେ ଭାବିଛନ୍ତି ଏହି ଛୋଟିଆ ଜିନିଷଟିକୁ ତିଆରି କରିବାର ଯୋଜନା ପ୍ରଥମେ କିଏ କରିଥିଲେ? ଆଉ ଯିଏ ବି କରିଥିଲେ ତାକୁ ଗୋଲାକାର କାହିଁକି କଲେ? ଜାଣନ୍ତୁ ଏହି ସବୁ ପ୍ରଶ୍ନର ଉତ୍ତର..

ପୁରାତତ୍ୱବିତ୍ତଙ୍କ ଅନୁସାରେ ମହେଞ୍ଜୋଦାରୋର ଖନନରୁ ଜଣାପଡିଛି ଯେ, ବୋତାମ ପ୍ରଥମେ ସିନ୍ଧୁ ସଭ୍ୟତା ବେଳେ ବ୍ୟବହାର ହୋଇଥିଲା। ଐତିହାସିକମାନେ ଅନୁମାନ କରନ୍ତି, ଏହାର ପ୍ରୟୋଗ ଖ୍ରୀ.ପୂ ୨୦୦୦ରେ ହୋଇଥିବ। ହେଲେ ସେତେବେଳେ ବୋତାମ ସାର୍ଟ କିମ୍ବା ଅନ୍ୟ ପୋଷାକକୁ ବନ୍ଦ କରିବା ଲାଗି ବ୍ୟବହାର ହେଉ ନ ଥିଲା। ବରଂ ହରପ୍ପାବାସୀ ଶାମୁକାରେ ତିଆରି ବୋତାମକୁ ଆଭୁଷଣଭାବେ ବ୍ୟବହାର କରୁଥିଲେ। କିଛି ବୋତାମ ସେତେବେଳେ ଜ୍ୟାମିତିକ ଆକାରରେ ବି ତିଆରି କରାଯାଉଥିଲା। ଆଉ ସେଥିରେ ଏକ କଣା କରାଯାଉଥିଲା। ଯେମିତିକି ତାକୁ କପଡାରେ ସୁତା ସାହାଯ୍ୟରେ ସିଲେଇ କରି ହେବ। ସେତେବେଳେ କାଠ କିମ୍ବା ପଥରରେ ବି ବୋତାମ ତିଆରି କରାଯାଉଥିଲା। ମହେଞ୍ଜୋଦାରୋରୁ ୫୦୦୦ ବର୍ଷ ପୁରୁଣା ଶାମୁକାରେ ତିଆରି ବୋତାମ ବି ଉଦ୍ଧାର ହୋଇଛି। ପୁରାତତ୍ୱବିତ୍ତଙ୍କ ମତରେ ସେତେବେଳେ ବୋତାମକୁ ପୋଷାକର ଶୋଭା ବର୍ଦ୍ଧନ ପାଇଁ ବ୍ୟବହାର କରାଯାଉଥିଲା। ତା’ସହା ଏହା ବ୍ୟକ୍ତିଙ୍କର ଧନ ଓ ପ୍ରତିପତୀକୁ ବି ଦର୍ଶାଉଥିଲା। ତେବେ ସମୟ ଗଡିବା ସହ ବୋତାମକୁ କପଡାର ଫାଷ୍ଟନର୍‌ଭାବେ ବା କପଡାକୁ ବନ୍ଦ କରିବା ଲାଗି ବ୍ୟବହାର କରାଗଲା।
ବ୍ୟବସାୟିକ ରୂପ ଦେଲା ଜର୍ମାନୀ
ଭାରତରେ ଏହାର ଉଦ୍ଭାବନ ହୋଇଥିଲେ ହେଁ ବ୍ୟବସାୟିକ ରୂପରେ ସାରା ପୃଥିବୀରେ ଏହାକୁ ପହଞ୍ଚାଇବାର ଶ୍ରେୟ ଜର୍ମାନୀକୁ ଯାଏ। ଜର୍ମାନୀ ତ୍ରୟୋଦଶ ଶତାବ୍ଦିରେ ପ୍ରଥମ କରି ସାରା ଦୁନିଆକୁ ବୋତାମ ସହ ପରିଚୟ କରାଇଥିଲା। ସେତେବେଳେ ବୋତାମ ମଝିରେ ଏକ କଣା ରହୁଥିଲା। ତ୍ରୟୋଦଶ ଶତାବ୍ଦିର ଶେଷଭାଗ ଓ ଚତୁର୍ଦ୍ଦଶ ଶତାବ୍ଦିର ପ୍ରାରମ୍ଭ ବେଳକୁ ଏହି ବୋତାମ ଜର୍ମାନୀରୁ ବାହାରି ୟୁରୋପରେ ପହଞ୍ଚତ୍ ସାରିଥିଲା।
ବୋତାମର ଆକାର ଗୋଲ କାହିଁକି
ଅନେକ ସମୟରେ ମନରେ ପ୍ରଶ୍ନ ଉଠିଥିବ ବୋତାମ ଗୋଲାକାର କାହିଁକି? ତେବେ ବୋତାମ ଚାରିକୋଣିଆ ଓ ତିନି କୋଣିଆ ବି ଦେଖିଥିବେ। ହେଲେ ବେଶି ପସନ୍ଦ ଓ ବ୍ୟବହାର ହେଉଥିବା ବୋତାମର ଆକାର ହେଉଛି ଗୋଲ। ଏହାର କାରଣ ହେଉଛି ଗୋଲାକାର ବୋତାମ ପୋଷାକରେ ତିଆରି କାଜ ଭିତରେ ସହଜରେ ପଶିଯାଏ। ହେଲେ ଅନ୍ୟ କୌଣସି ଆକାରର ବୋତାମ ନୁହେଁ।
ବୋତାମର ରାଜା
ଭାରତରେ ବୋତାମର ଆବିଷ୍କାର ହେଲା, ଜର୍ମାନୀ ବ୍ୟବସାୟିକ ରୂପରେ ଏହାର ବିକାଶ କଲା। ହେଲେ ଆଜିକାର ସମୟରେ ବୋତାମର ରାଜା ଚାଇନାକୁ କୁହାଯାଉଛି। ପୃଥିବୀରେ ହେଉଥିବା ଉତ୍ପାଦନର ୬୦% ବୋତାମ ଏଠାକାର ଝୋଜିୟାଙ୍ଗ ପ୍ରାନ୍ତର କିୟୋତୁ ସହରରେ ଉତ୍ପାଦିତ ହୋଇଥାଏ। ସେଥିପାଇଁ ଏଇ ସହରକୁ ‘ବଟନ୍‌ କ୍ୟାପିଟାଲ ଅଫ୍‌ ଓ୍ବାର୍ଲଡ’ ଏବଂ ‘ବଟନ୍‌ ଟାଉନ୍‌’ ବୋଲି କୁହାଯାଏ। ଏଠାରେ ପ୍ରତିବର୍ଷ ୧୫୦୦ କୋଟି ବୋତାମ ଉତ୍ପାଦିତ ହୋଇଥାଏ। ୨୦୧୯ର ଗ୍ଲୋବାଲ ରିପୋର୍ଟ ମୁତାବକ ଚାଇନା ପରେ ହଂକଂ, ଇଟାଲି, ଜାପାନ ଓ ଜର୍ମାନୀ ସବୁଠାରୁ ବେଶି ବୋତାମ ଉତ୍ପାଦନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri