ବୈଷ୍ଣବ ପୋଖରୀ ପୁନରୁଦ୍ଧାର ମାମଲାର ରାୟ: ‘ଏପ୍ରିଲ ସୁଦ୍ଧା ମାଟି ଉଠା କାର୍ଯ୍ୟ ସାର’

ଢେଙ୍କାନାଳ ଅଫିସ, ୨୭।୯-ଐତିହ୍ୟସମ୍ପନ୍ନ ବୈଷ୍ଣବ ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ବିଳମ୍ବ ଯୋଗୁ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ଅଦାଲତ। ୨୦୨୦ ଏପ୍ରିଲ ସୁଦ୍ଧା ମାଟିଉଠା କାର୍ଯ୍ୟ ଶେଷ କରିବା ସହ ପୋଖରୀର ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପୌରାଞ୍ଚଳ ଅଧୀନ ୨୨ନଂ. ୱାର୍ଡରେ ଥିବା ପ୍ରାଚୀନ ବୈଷ୍ଣବ ପୋଖରୀ ରକ୍ଷଣାବେକ୍ଷଣ ଅଭାବରୁ ସମ୍ପୂର୍ଣ୍ଣ ଭାବେ ପୋତି ହୋଇଯାଇଛି। ନିକଟରେ ଶ୍ମଶାନ ଥିବାରୁ ଏହି ପୋଖରୀକୁ ଶୁଦ୍ଧି କାମରେ ବ୍ୟବହାର କରାଯାଉଥିଲା। ହେଲେ ପୋଖରୀ ଏବେ ବ୍ୟବହାର ଅନୁପଯୋଗୀ ହୋଇଯାଇଛି। ଅଞ୍ଚଳବାସୀଙ୍କ ସମେତ ଜୀବଜନ୍ତୁ ପାଣି ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ପୌର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯିବା ସତ୍ତ୍ୱେ ସୁଫଳ ମିଳିଲାନାହିଁ। ଫଳରେ ଆଇନଜୀବୀ ପୁଷ୍ପକ ତ୍ରିପାଠୀ ଜିଲା ଆଇନସେବା ପ୍ରାଧିକରଣର ସ୍ଥାୟୀ ଲୋକ ଅଦାଲତରେ ପୌରସଂସ୍ଥାକୁ ପକ୍ଷ କରି ପିଏଲ୍‌ଏ କେସ୍‌ ନଂ.୩୭/୨୦୧୮ରେ ମାମଲା ଦାଏର କରିଥିଲେ। ଏହା ଜନସମସ୍ୟା ସେବା ସମ୍ବନ୍ଧୀୟ ବିବାଦ ହୋଇଥିବାରୁ ସ୍ଥାୟୀ ଲୋକ ଅଦାଲତ ଉକ୍ତ ମାମଲାକୁ ବିଚାର ଲାଗି ଗ୍ରହଣ କରିବା ସହ ନିର୍ବାହୀ ଅଧିକାରୀଙ୍କୁ ନୋଟିସ ଜାରି କରିଥିଲେ। ଏହାପରେ ପୌର କର୍ତ୍ତୃପକ୍ଷ ପୋଖରୀର କିଛି ଅଂଶ ପୁନରୁଦ୍ଧାର କରିଥିଲେ। ହେଲେ ବର୍ଷା ଯୋଗୁ କାମ ସମ୍ଭବପର ହୋଇ ନ ଥିଲା। ଏ ସଂକ୍ରାନ୍ତରେ ଅଭିଯୋଗକାରୀ ଏବଂ ପ୍ରତିପକ୍ଷ ଅଦାଲତରେ ଯୁକ୍ତି ଉପସ୍ଥାପନ କରିଥିଲେ। ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ବିରଞ୍ଚତ୍ ନାରାୟଣ ରଥ, ସଦସ୍ୟ ବିଭୁଦେନ୍ଦୁ ପଟ୍ଟନାୟକ, ହରେକୃଷ୍ଣ କର ମାମଲାର ଶୁଣାଣି କରିଥିଲେ।
୨୦୨୦ ଏପ୍ରିଲ ସୁଦ୍ଧା ପୌରସଂସ୍ଥା ପୋଖରୀରୁ ସମ୍ପୂର୍ଣ୍ଣ ମାଟିଉଠା କାମ ଶେଷ କରିବ। ଗାର୍ଡୱାଲ ସମ୍ମୁଖରେ ପକାଯାଇଥିବା ମାଟି ଉଠାଇ ପୋଖରୀ ହୁଡାରେ ପକାଇବ। ପୋଖରୀର ଚଉହଦି ମାପ କରାଯିବ। ଜବରଦଖଲ ଥିଲେ ଜିଲା ପ୍ରଶାସନ ସହାୟତାରେ ଉଚ୍ଛେଦ କରିବ। ପୌରସଂସ୍ଥା ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କଲେ ଆବେଦନକାରୀ କୌଣସି କ୍ଷତିପୂରଣ ପାଇବେ ନାହିଁ ବୋଲି ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ଅଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri