ବୈରୀ ଷ୍ଟେଶନ୍‌ରେ ରହିଲା କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର

ଛତିଆ,୧।୨(ଡି.ଏନ୍‌.ଏ.): ବୈରୀ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ସଫଳ ହୋଇଛି। ଶୁକ୍ରବାରଠାରୁ ବୈରୀ ଷ୍ଟେଶନରେ କେନ୍ଦୁଝର, ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌ ରହଣୀ ହୋଇଛି। ଉଭୟ ପଟୁ ୧ ମିନିଟ୍‌ ଲେଖାଏ ରହିବା ପାଇଁ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗାଡି ନଂ ୫୮୪୨୫ କେନ୍ଦୁଝର ପଟୁ ସକାଳ ୯ ଘଟିକା ୫୯ ମିନିଟ୍‌ ସମୟରେ ବୈରୀରେ ପହଞ୍ଚତ୍ ଓ ୧୦ ଘଟିକାରେ ଛାଡ଼ିଥିଲା। ସେହିପରି ୫୮୪୨୬ ଗାଡିଟି ଭୁବନେଶ୍ୱର ପଟୁ ଅପରାହ୍ନ ୫.୨୪ ମି ରେ ପହଞ୍ଚତ୍ ୫.୨୬ ମିନିଟରେ ଛାଡ଼ିଥିଲା। ଶୁକ୍ରବାର ସକାଳୁ ଟ୍ରେନ୍‌ଟି ବୈରୀରେ ଷ୍ଟେଶନରେ ପହଞ୍ଚତ୍ବା ପରେ ଅନେକ ଯାତ୍ରୀ ଟ୍ରେନ୍‌କୁ ସ୍ବାଗତ କରିଥିଲେ। ପ୍ରଥମ ଦିନରେ ଉକ୍ତ ଷ୍ଟେଶନ୍‌ରୁ ୧୧୭ଜଣ ଯାତ୍ରୀ କଟକ ବାରଙ୍ଗ ଓ ଭୁବନେଶ୍ୱର ଯାତ୍ରା କରିଥିଲେ। ଉକ୍ତ ସ୍ବାଗତ ଉତ୍ସବରେ ବେଣୁଧର ବିଶ୍ୱାଳ, ଦିନବନ୍ଧୁ ସାମଲ, ବିରଞ୍ଚତ୍ ନାରାୟଣ ମହାନ୍ତି, ଶିଶିର ସ୍ବାଇଁ, ଇଶ୍ୱର ଚନ୍ଦ୍ର ନାୟକ, ଗଙ୍ଗାଧର ଦାସ, ରାଜକିଶୋର ସ୍ବାଇଁ, ରାଜା ରଣେନ୍ଦ୍ର ପ୍ରତାପ ଲେଙ୍କା ପ୍ରମୁଖ ଶତାଧିକ ଲୋକ ଉପସ୍ଥିତ ଥିଲେ। କିଛି ଦିନ ପୂର୍ବରୁ ବଡ଼ଚଣା ଅଞ୍ଚଳବାସୀ ସ୍ଥାeନୀୟ ଭାଜପା ନେତା ଅମର ନାୟକଙ୍କ ନେତୃତ୍ୱରେ କେନ୍ଦ୍ର ପେଟ୍ରୋଲିୟମ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ରାଷ୍ଟ୍ରମନ୍ତ୍ରୀ ପିୟୁଶ ଗୋୟେଲଙ୍କୁ ଭେଟି ଉକ୍ତ ଟ୍ରେନ୍‌ ସହିତ ସମ୍ବଲପୁର ହାଓ୍ବଡା ସାପ୍ତାହିକ ଟ୍ରେନ୍‌କୁ ବୈରୀ ଷ୍ଟେଶନ୍‌ରେ ରହଣୀ ପାଇଁ ଦାବି ଜଣାଇଥିଲେ। ଉକ୍ତ ଦାବିକୁ ବିଚାର କରି କେନ୍ଦୁଝର ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌ ବୈରୀ ଷ୍ଟେଶନରେ ରହଣୀ ହୋଇଛି। ଅଞ୍ଚଳବାସୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅମର ନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।