ନୂଆଦିଲ୍ଲୀ,୨୫।୧୧: ଭାରତୀୟ କ୍ରିକେଟର ନୂଆ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂକୁ ନେଇ ଏବେ ସବୁଠି ଚର୍ଚ୍ଚା। ମାତ୍ର ୫୩ଟି ବଲ୍ରେ ୨୦୪ ରନ୍ର ଐତିହାସିକ ଇନିଂସ ଖେଳି କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛନ୍ତି ଏହି ଯୁବ ବ୍ୟାଟର। ତାଙ୍କର ଏହି ଅବିଶ୍ୱସନୀୟ ପ୍ରଦର୍ଶନକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ବୈଭବ ଏମିତି ଏକ କାରନାମା କରିଛନ୍ତି, ଯାହା କ୍ରିକେଟ ଇତିହାସରେ ଦୀର୍ଘଦିନ ମନେ ରହିବ। ସେ ମାତ୍ର ୨୮ଟି ବଲ୍ରେ ଶତକ ଏବଂ ୪୦ଟି ବଲ୍ରେ ୧୫୦ ରନ ପୂରଣ କରିଥିଲେ। ଏହାପରେ ମାତ୍ର ୫୨ଟି ବଲ୍ରେ ଦ୍ୱିଶତକ ହାସଲ କରି ଲିଷ୍ଟ-ଏ କ୍ରିକେଟ୍ଷର ଦ୍ରୁତତମ ଦ୍ୱିଶତକର ବିଶ୍ୱ ରେକର୍ଡ ନିଜ ନାମରେ କରିଥିଲେ। ଏହି ଇନିଂସରେ ବୈଭବ ୨୮ଟି ଛକା ମାରି ଲିଷ୍ଟ-ଏ କ୍ରିକେଟ୍ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି।
ବୈଭବଙ୍କ ଏହି ଐତିହାସିକ ଇନିଂସକୁ ନେଇ ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏସିସି ମେନ୍ସ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ଲିଷ୍ଟ-ଏ କ୍ରିକେଟ୍ରେ ଦ୍ରୁତତମ ଶତକ ଏବଂ ଦ୍ରୁତତମ ଦ୍ୱିଶତକ ହାସଲ କରି ଇତିହାସ ରଚିଥିବା ପ୍ରତିଭାବାନ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଅଭିନନ୍ଦନ। ତାଙ୍କର ଏହି ଚମତ୍କାର ଇନିଂସ ନିର୍ଭୀକ ବ୍ୟାଟିଂ, ଉତ୍କୃଷ୍ଟ ଦକ୍ଷତା ଏବଂ କିଛି ବଡ଼ କରିବାର ଦୃଢ଼ ଇଚ୍ଛାଶକ୍ତିକୁ ପ୍ରତିଫଳିତ କରୁଛି। ଆଶା କରୁଛି, ସେ ନିଜ କ୍ରିକେଟ କ୍ୟାରିୟରରେ ଆହୁରି ବଡ଼ ସଫଳତା ହାସଲ କରିବେ ଏବଂ ଦେଶର ଗୌରବ ବଢ଼ାଇବେ।
Congratulate promising young cricketer, #VaibhavSuryavanshi on scripting history by scoring fastest century and fastest double century in the List A cricket during ACC Men’s Asia Cup Rising Stars 2026 match. His phenomenal innings reflects his fearless batting, remarkable skill and hunger for excellence. May he achieve greater milestones in his sporting career and bring more glory for the country.
— Naveen Patnaik (@Naveen_Odisha) November 24, 2026
ଦୋହାରେ ଖେଳାଯାଉଥିବା ଏସିସି ମେନ୍ସ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ର ୧୧ତମ ମ୍ୟାଚ୍ରେ ୟୁଏଇ ବିପକ୍ଷରେ ଏହି ରେକର୍ଡ ସୃଷ୍ଟି କରିଥିଲେ ବୈଭବ। ପ୍ରଥମେ ବ୍ୟାଟିଂ କରି ୟୁଏଇ ନିର୍ଦ୍ଧରିତ ୫୦ ଓଭରରେ ୮ ଉଇକେଟ ହରାଇ ୨୪୯ ରନ କରିଥିଲା। ଭାରତ ଆଗରେ ୨୫୦ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ତେବେ ଏହି ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ବୈଭବ ପ୍ରଥମ ବଲ୍ରୁ ହିଁ ୟୁଏଇ ବୋଲରଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ତାଙ୍କର ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତ ମାତ୍ର ୧୪.୨ ଓଭରରେ ୩ ଉଇକେଟ ହରାଇ ୨୫୪ ରନ କରି ବିଜୟ ହାସଲ କରିଥିଲା।
ବୈଭବଙ୍କ ଏହି ରେକର୍ଡ ପାରି ପରେ ତାଙ୍କ ଜନ୍ମମାଟି ବିହାରର ସମସ୍ତିପୁରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ତାଙ୍କ ସଫଳତାରେ ଖୁସି ହୋଇ ସ୍ଥାନୀୟ ଲୋକେ ବାଣ ଫୁଟାଇ ଉତ୍ସବ ପାଳନ କରିଥିଲେ।