ବେଳାଭୂମି ସଫେଇ ସହ ସ୍ବଚ୍ଛତା ବାର୍ତ୍ତା ଦେଲେ ଆଇନଜୀବୀ

ପୁରୀ ଅଫିସ,୧୦ା୮: ପୁରୀ ଜିଲା ପ୍ରଶାସନ ପକ୍ଷରୁ ବେଳାଭୂମି ସ୍ବଚ୍ଛତା ପାଇଁ ଚାଲିଛି ‘ମୋ ବିଚ୍‌’ ଅଭିଯାନ। ଏଥିପ୍ରତି ଜନସାଧାରଣଙ୍କ ସମର୍ଥନ ବଢିବାରେ ଲାଗିଛି। ଶନିବାର ଏହି ଅଭିଯାନରେ ସାମିଲ ହୋଇଛନ୍ତି ପୁରୀ ବାର୍‌ ଆସୋସିଏଶନର ଶତାଧିକ ଆଇନଜୀବୀ। ଏମାନେ ବିଭିନ୍ନ ଗ୍ରୁପ୍‌ରେ ଭାଗ ହୋଇ ଲାଇଟହାଉସ ଠାରୁ ସ୍ବର୍ଗଦ୍ୱାର ପର୍ଯ୍ୟନ୍ତ ବେଳାଭୂମି ସଫେଇ କରିଥିଲେ। ଡଷ୍ଟବିନ୍‌ ବ୍ୟବହାର ଲାଗି ପର୍ଯ୍ୟଟକ ଓ ସ୍ଥାନୀୟ ଉଠାଦୋକାନୀଙ୍କୁ ସଚେତନ କରିବା ସହ ବେଳାଭୂମି ସ୍ବଚ୍ଛତାର ବାର୍ତ୍ତା ଦେଇଥିଲେ। ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଦୁଇଘଣ୍ଟା ଧରି ଏହି ସଫେଇ ଅଭିଯାନ ଚାଲିଥିଲା। ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଡା. ଉମାଶଙ୍କର ଦାଶ ପ୍ରମୁଖ ଲାଇଟ ହାଉସ ନିକଟରେ ଆଇନଜୀବୀମାନଙ୍କୁ ସ୍ବାଗତ କରିଥିଲେ। ବାର୍‌ ସଭାପତି ପ୍ରଶାନ୍ତ କୁମାର ମିଶ୍ର, ଉପସଭାପତି ଦେବେନ୍ଦ୍ର ନାଥ ମିଶ୍ର, ସମ୍ପାଦକ ବିଭୂତି ଶଙ୍କର ତ୍ରିପାଠୀ, ଯୁଗ୍ମ ସମ୍ପାଦକ ସଂଗ୍ରାମ ଦାଶ, କାର୍ଯ୍ୟକାରୀ ସଦସ୍ୟ ଅଶୋକ ପାଣିଗ୍ରାହୀ, ଅରୂପ ପୃଷ୍ଟି, ଅସୀମ ବାନାର୍ଜୀ, ଚିତ୍ତ ବିଶ୍ୱାଳ, ରତିକାନ୍ତ ପ୍ରତିହାରୀ, ଆଇନଜୀବୀ ବନଲତା ମହାନ୍ତି, ରବି ରାଉତରାୟ, ମନୋଜ ଦାଶ, ବିମଳେନ୍ଦୁ ଦାଶ, ସୁବାସ ପଣ୍ଡା ପ୍ରମୁଖ ଏହି ଅଭିଯାନରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri