ବେପାର ବୁଡ଼ାଇଲା ବେମାର

ବଅଁରପାଳ,୨୭ା୫(ଡି.ଏନ.ଏ.) – ଲକ୍‌ଡାଉନ କୋହଳ ହେଲାଣି। ଘରୁ ବାହାରି ଲୋକେ ବଜାର ଧରିଲେଣି। ହେଲେ ମୁହଁରୁ ଖସୁନି ମାସ୍କ କି ସାଥିରୁ ହଟୁନି ସାନିଟାଇଜର। ପୁଣି ସନ୍ଧ୍ୟାରୁ ସକାଳ ଯାଏ ଲାଗିଛି କର୍ଫ୍ୟୁ। କଟକଣା ନ ମାନିଲେ ଦେବାକୁ ପଡ଼ୁଛି ଜରିମାନା। ସାମାଜିକ ଦୂରତ୍ୱ ନ ରଖିଲେ ଭୟ ଦେଖାଉଛି କରୋନା। ଏପରି ଅବସ୍ଥାରେ ଗୁପ୍‌ଚୁପ୍‌ ଖାଇବ କିଏ। ସନ୍ଧ୍ୟାର ଖଟାମିଠା ସ୍ବାଦ ଖରାବେଳେ ସେମାନଙ୍କୁ ଖୁସି ଦେବ କିପରି। ତେଣୁ ବ୍ୟାପୁଥିବା ଏ ଭାଇରସ୍‌ ବେମାର ଗୁପ୍‌ଚୁପ୍‌ ବେପାରକୁ ବୁଡ଼ାଇ ଦେଇଛି। ଶହ ଶହ ବ୍ୟବସାୟୀଙ୍କୁ ଦୁର୍ଦ୍ଦିନ ମଧ୍ୟକୁ ଠେଲି ଦେଇଛି। ଏବେ କେମିତି ପରିବାର ଚଳାଇବୁ ସେହି ଚିନ୍ତାରେ ପଡ଼ିଛୁ ବୋଲି କହିଛନ୍ତି ଅନୁଗୋଳ ଜିଲା ବଅଁରପାଳ ଅଞ୍ଚଳର କେତେଜଣ ଗୁପ୍‌ଚୁପ୍‌ ବିକାଳି।
ବଅଁରପାଳ ଅଞ୍ଚଳରେ ଶତାଧିକ ଗୁପ୍‌ଚୁପ୍‌ ବ୍ୟବସାୟୀ ବର୍ଷ ବର୍ଷ ଧରି ବେପାର କରି ଆସୁଛନ୍ତି। ସେମାନେ ମୁଖ୍ୟତଃ ବଅଁରପାଳ ବଜାର, ନାଲ୍‌କୋ ଟାଉନଶିପ୍‌, ଗିରାଙ୍ଗ, ସିପିପି ରାସ୍ତା, ନାଲ୍‌କୋ କଲୋନୀ ଆଦି ସ୍ଥାନଗୁଡ଼ିକରେ ଗୁପ୍‌ଚୁପ୍‌ ବିକ୍ରି କରିଥାନ୍ତି। ଦିନବେଳା କଁା ଭଁା ବାହାରକୁ ଆସୁଥିବା ଏହି ବ୍ୟବସାୟୀ ସନ୍ଧ୍ୟାରେ ବଜାର, କଲୋନୀ ରାସ୍ତା ପାର୍ଶ୍ୱରେ ଆସ୍ଥାନ ଜମାଇ ଦେଇଥାନ୍ତି। ଦୈନିକ ଜଣେ ବ୍ୟବସାୟୀ ପ୍ରାୟ ୫ ହଜାର ଟଙ୍କା ରୋଜଗାର କରିଥାନ୍ତି। ଖର୍ଚ୍ଚ ଯାଇ ଯାହା କିଛି ଲାଭ ବାହାରେ ସେଥିରେ ସେମାନେ ପରିବାର ଚଳାନ୍ତି। ହେଲେ କରୋନା ଯୋଗୁ ଗୁପ୍‌ଚୁପ୍‌ ଠେଲା ଆଉ ଗଡ଼ୁନି। ୨ ମାସ ହେଲା ଘରେ ବସିଥିବାରୁ ଯାହା କିଛି ସଞ୍ଚିତ ଅର୍ଥ ଥିଲା ତାହା ମଧ୍ୟ ସରିଗଲାଣି। ଏଣିକି ବେପାର ନ କଲେ ପରିବାର ଉପବାସରେ ରହିବା ଏକପ୍ରକାର ନିଶ୍ଚିତ। କିନ୍ତୁ ବଢ଼ୁଥିବା ଏ ବେମାର ବେଳାରେ କିଏ ସେମାନଙ୍କୁ ବିଶ୍ୱାସକୁ ନେବ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୁପ୍‌ଚୁପ୍‌ ବ୍ୟବସାୟୀ ଗିରାଙ୍ଗ ଗ୍ରାମର ଟୁନା ସାହୁ ଓ ଶରତ ସାହୁ କହିଛନ୍ତି, ଏହି ବେପାର ହିଁ ଆମମାନଙ୍କ ଏକମାତ୍ର ରୋଜଗାରର ପନ୍ଥା। ବର୍ଷତମାମ ଏଥିରୁ ପରିବାର ଭରଣ ପୋଷଣ କରିବାକୁ ପଡ଼େ। ନାଲ୍‌କୋ ସିପିପି ରାସ୍ତା କଡରେ ଦୈନିକ ସା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଆମ ଠେଲା ନିକଟରେ ଲୋକଙ୍କ ଭିଡ଼ ଜମିଥାଏ। ମାତ୍ର କରୋନା କାରଣରୁ ବେପାର ବନ୍ଦ ହୋଇଯାଇଛି। ଆଗକୁ ପିଲାଛୁଆଙ୍କ ମୁହଁରେ କେମିତି ଦାନା ଦେବୁ ସେ କଥା ସରକାର ବୁଝନ୍ତୁ ବୋଲି କହିଛନ୍ତି ଏହି ଗୁପ୍‌ଚୁପ୍‌ ବେପାରୀମାନେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri