ବେପରୁଆ ଚାଲିଛି ବର୍ତ୍ତନା-ଆଗରପଡା ରାସ୍ତା

ଖଇରା, ୨୦।୮(ଡି.ଏନ.ଏ.)-ବାଲେଶ୍ୱର ଭଦ୍ରକ କେନ୍ଦୁଝର ଓ ମୟୂରଭଞ୍ଜ ୪ ଜିଲାକୁ ସଂଯୋଗ କରୁଥିବା ବର୍ତ୍ତନା-ଆଗରପଡା ପୂର୍ତ୍ତ ବିଭାଗ ରାସ୍ତା ଏବେ ବେପରୁଆ ଢଙ୍ଗରେ ଚାଲୁଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗୋଟିଏ ପଟେ ଅବଧି ସରିବାକୁ ଆଉ ମାତ୍ର ୪ମାସ ଥିବା ବେଳେ ୬୦ଭାଗ କାମ ସରିପାରିନାହିଁ ା ଅନ୍ୟପଟେ ଯେତିକି ବି କାର୍ଯ୍ୟ ଶେଷ ହୋଇଛି ତାହା ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଅନେକ ସ୍ଥାନରେ ଖାଲଖମା ସୃଷ୍ଟି ହେବା ବିଭାଗର ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି ା ରାସ୍ତା ନିର୍ମାଣରେ ହେଉଥିବା ଏଭଳି ଅନିୟମିତତାର ଭିଜିଲାନ୍ସ ତଦନ୍ତ କରାଯିବାକୁ ଶହ ଶହ ଯାତ୍ରୀ ଦାବି କରିଛନ୍ତି ା
୨ କି.ମି. ରାସ୍ତା ପ୍ରଶସ୍ତୀକରଣ ପାଇଁ ୨କୋଟି ୫୮ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ା ଡିସେମ୍ବର ୧୨ତାରିଖରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ବର୍ତ୍ତମାନର ମନ୍ତ୍ରୀ ତଥା ତତ୍କାଳୀନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା କରାଯାଇଥିଲା ା ପୂର୍ତ୍ତ ବିଭାଗ ସହ ଚୁକ୍ତି ଅନୁଯାୟୀ ରାସ୍ତାର ନିର୍ମାଣ କାର୍ଯ୍ୟ ୨୦୧୯ ଡିସେମ୍ବରରେ ଶେଷ ହେବା କଥା ା ହେଲେ କଚ୍ଛପ ଗତିରେ କାର୍ଯ୍ୟ ଚାଲୁଥିବାରୁ ୨୦୧୯ ଡିସେମ୍ବର କଥା ଛାଡ ୨୦୨୦ ଡିସେମ୍ବର ସୁଦ୍ଧା ସରିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି ା ଏବେ ଯେତିକି ରାସ୍ତାରେ ପିଚୁ ନିର୍ମାଣ ଶେଷ ହୋଇଛି ରାମପୁର କେନାଲ ଆଗ ପୋଲ ଉପରୁ ପିଚୁ ଉଠି ଗର୍ତ୍ତ ହୋଇଯିବା କାରଣରୁ ପ୍ରତ୍ୟେକ ମୁହୂର୍ତ୍ତରେ ଛୋଟ ବଡ ଦୁର୍ଘଟଣା ଘଟୁଛି ା ୨ କଲଭର୍ଟ ମଧ୍ୟରୁ ଗୋଟିକର କାମ ସରିଥିବା ବେଳେ ଅନ୍ୟ ଗୋଟିଏର କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ା ଯେଉଁ ଗୋଟିଏ ବି ଶେଷ ହୋଇଛି ତାହା ୨ଫୁଟ ତଳକୁ ଦବିଗଲାଣି ା ଯାତ୍ରୀମାନେ ଏହି ବିପଦପୂର୍ଣ୍ଣ କଲଭର୍ଟ ଉପରେ ଆତଙ୍କିତ ଅବସ୍ଥାରେ ଯାତାୟାତ କରୁଛନ୍ତି। ରାସ୍ତାର ଦୁଇ ପାର୍ଶ୍ୱରେ ମାଟି ଫିଲିଂ କାର୍ଯ୍ୟ ମଧ୍ୟ ଅସମ୍ପୂର୍ଣ୍ଣ ହୋଇରହିଛି ା ଏ ସମ୍ପର୍କରେ ସୋର ସବଡିଭିଜନର ସହକାରୀ ଯନ୍ତ୍ରୀ ହରିଶ ଚନ୍ଦ୍ର ଦ୍ୱାରୀଙ୍କ ମତାମତ ନେବାରେ ଯେଉଁ ଜାଗାରେ ଗର୍ତ୍ତ ହୋଇଛି ତାକୁ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri