ବେଧଡ଼କ ଚାଲିଛେ ଦାଦନ ଶ୍ରମିକ ଚାଲାନ: ଲଗାମ୍‌ କସ୍‌ବାରେ ପରଶାସନ ବିଫଲ

ଲାଠୋର, ୬ା୧(ଡି.ଏନ୍‌.ଏ.)- ରାଏଜ୍‌ ସରକାର ଦାଦନ ସମସିଆ ସଂଗେ ଯୁଝବାର ଲାଗି ଅନେକ୍‌ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ହକ୍‌ଦାର ହିତାଧିକାରୀ ସରକାରୀ ଯୋଜନାର ଲାଭ୍‌ ନାଇଁ ପାଏବାର। ଯେନ୍‌ଥିରଲାଗି ଗରିବ୍‌ ଦୁଖି ଉପେ ଶୂଇନ୍‌ ହେଇ କୁଟୁମବସିଆ ବାହାର ରାଏଜ୍‌କେ ଦାଦନ ଖଟିଯାଉଛନ୍‌। ଇଆଡ଼େ ରାଏଜ୍‌ ସରକାର ଦାଦନ ସମସିଆର ସମାଧାନ ସଂଗେ ଶ୍ରମିକମାନକର ସୁବିଧା ଲାଗି ନୂତନ ବଛର୍‌ରୁ ଶ୍ରମ ବିଭାଗକେ ୫-ଟି ଆର ‘ମୋ ସରକାର’ରେ ସାମିଲ କରିଛନ୍‌।
ସୂଚନା ଅନ୍‌ସାରେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ବୌଦ୍ଧ, ସୁବର୍ଣ୍ଣପୁର ଜିଲାରୁ ଫିବଛର ବେଆଇନ୍‌ ହଜାର ହଜାର ଦାଦନ ଶ୍ରମିକ ଦଲାଲ୍‌ମାନକର ଜରିଆରେ ଚାଲାନ ହେଉଛନ୍‌। ଏନ୍‌ତା କି ଦଲାଲ ଜରିଆରେ ଚାଲାନ ହେଉଥିବାର ଦାଦନ ଶ୍ରମିକମାନକର ସୂଚନା ବି ଥାନୀଅ ପରଶାସନ ପାସେ ନାଇଁ ରହିବାର। ଏହେଦେ ଧାନ ଅମଲ ସରି ଆଏଲାବେଲେ ଶ୍ରମିକମାନକୁ ଆଗରୁ ବଏନା ଦେଇଥିବାର ଦାଦନ ସରଦାରମାନେ ଭିନେ ଭିନେ ରେଲ ଷ୍ଟେଶନରୁ ଚାଲନ କରୁଛନ୍‌। ବଲାଙ୍ଗୀର ଜିଲା ହରିଶଙ୍କର ରୋଡ଼ ରେଲ ଷ୍ଟେଶନରୁ ଫିଦିନ ଶହ ଶହ ଦାଦନ ଶ୍ରମିକ ଦେଶର ଭିନେ ଭିନେ ରାଏଜ୍‌କେ ଚାଲାନ ହେଉଛନ୍‌। ହେଲେ ଇ ଘଟନା ଥାନୀଅ ଶ୍ରମ ବିଭାଗ ଆର ପୁଲିସ ନଜରକେ ନାଇଁ ଆଏବାର। ଇ କଥାଟା ବୁଧିଜୀବୀକୁଁ ଆଶିରିଯ୍‌ କରିଛେ। ଇଆଡ଼େ ବେଲପଡ଼ା, ଖପ୍ରାଖୋଲ ବ୍ଲକର ୨୦ଟା ପଁଚେତ୍‌କେ ରାଏଜ୍‌ ସରକାର ଦାଦନ ପରବନ ଅଂଚଲ ହିସାବ୍‌ଥି ରହିଖିଛନ୍‌। ଥାନୀଅ ଶ୍ରମିକମାନେ କେନ୍‌ଥେଇ ବାହାର ରାଏଜ୍‌କେ ଦାଦନ ଯାଇ ହଇରାନ ହରକତ ନାଇଁ ହେବେ ସେଥିରଲାଗି ରାଏଜ୍‌ ସରକାର ଆର ଟାଟା ଟ୍ରଷ୍ଟର ମିଲିତରେ ୧୩୪ କୋଟି ଟଁକା ଖରଚ୍‌ ଅଟକଲଥି ଯୋଜନା ତିଆର କରାଯାଇଛେ ସତ୍‌। ହେଲେ ଇଥିର ପରଭାବ ଅଂଚଲରେ ଦେଖ୍‌ବାକେ ନାଇଁ ମିଲବାର। ସେନ୍‌ତା ବଲାଙ୍ଗୀର ଜିଲାର ଟିଟିଲାଗଡ଼, ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା, ଖପ୍ରାଖୋଲ ଆର ବେଲପଡ଼ା ବ୍ଲକର ଶ୍ରମିକମାନକୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ୨ଶହ ଦିନର କାମ୍‌ ଯୁଗେଇ ଦେବାର ଯୋଜନା ତିଆର ହେଇଛେ ସତ୍‌। ହେଲେ ଅଂଚଲରୁ ଦାଦନ ଶ୍ରମିକ ଚାଲାନ ବଁଦ୍‌ କରବାରେ ପରଶାସନ ଫେଲମାରିଛେ। ଏନ୍‌ତାଥି ଦାଦନ ସରଦାରମାନେ ଶ୍ରମିକମାନକୁ ଟଁକା ଲୋଭ୍‌ ଦେଖେଇ ଚାଲାନ କରୁଛନ୍‌। ନିୟମ ହିସାବେ ଲାଇସେନ୍ସ ପାଇଥିବାର ଏଜେଣ୍ଟ ଶ୍ରମିକମାନକୁ ନେଇପାରବେ। ଇଥିରଲାଗି ଅନେକ ନିୟମ ରହିଛେ। ହେଲେ ସରକାରୀ ଅଧ୍‌କାରୀ, କରମ୍‌ଚାରୀକର ଖାମ୍‌ଖିଆଲି ମନଭାବ ଲାଗି ଶ୍ରମିକମାନେ ସରକାରୀ ସୁବିଧା ସୁଯୋଗ ନାଇଁପାଏବାର। ଇତାର ଫାଏଦା ଉଠେଇ ଦଲାଲମାନେ ଫିଦିନ ଶହ ଶହ ଶ୍ରମିକକୁଁ ଲୁଚାଛପାରେ ଉନିଅଁା ରାଏଜ୍‌କେ ଚାଲାନ କରୁଛନ୍‌। ଇଆଡ଼େ ଦାଦନ ଚାଲନ୍‌ ଉପରେ ଲଗାମ୍‌ କସବାକେ ଖାସ୍‌କରି ଖପ୍ରାଖୋଲ, ବେଲପଡ଼ା ବ୍ଲକରେ ଶ୍ରମ ନିରୀକ୍ଷକ କାଯ୍‌ କରୁଛନ୍‌। ହେଲେ ସେମାନକର ପାସେ ବି କେନ୍‌ ଗଁାରୁ କେତେ ଶ୍ରମିକ ବାହାର ରାଏଜେ ଦାଦନ ଖଟୁଛନ୍‌ ତାର ହିସାବକିତାବ ନଁାଇଁନ। ଇ ବାବ୍‌ଦେ ଜିଲା ଶ୍ରମ ଅଧ୍‌କାରୀ ସୁରେଶ ବେହେରାକୁଁ ପଚ୍‌ରାଲାରୁ ଯେତେ ଜଲ୍‌ଦି ହେବା ଇ ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri